Odisha Bypolls: କାହାର ହେବ ବାଲେଶ୍ବର ଓ ତିର୍ତ୍ତୋଲ? ୪.୬୬ ଲକ୍ଷ ଭୋଟର୍ ମତଦାନ କରୁଛନ୍ତି

ଯେଉଁ ଭୋଟରଙ୍କ ଦେହରେ ଅଧିକ ତାପମାତ୍ରା ଥିବ ସେମାନେ ଅପରାହ୍ଣରେ ପିପିଇ କିଟ୍‌ ପିନ୍ଧି ଭୋଟ୍‌ ଦେବାର ବ୍ୟବସ୍ଥା ହୋଇଛି । ପ୍ରତି ପୋଲିଂ ପାର୍ଟି ପାଇଁ ସାନିଟାଇଜର, ଫେସ ସିଲଡ଼, ମାସ୍କ ଓ ଗ୍ଲୋବସର ବ୍ୟବସ୍ଥା କରାଯାଇଛି ।

Odisha Bypolls: କାହାର ହେବ ବାଲେଶ୍ବର ଓ ତିର୍ତ୍ତୋଲ? ୪.୬୬ ଲକ୍ଷ ଭୋଟର୍ ମତଦାନ କରୁଛନ୍ତି
ତିନି ପ୍ରମୁଖ ଦଳର ପତାକା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 3, 2020, 2:37 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର/ତିର୍ତ୍ତୋଲ: କରୋନା କାଳରେ ବିଧାନ ସଭା ଉପନିର୍ବାଚନ (Odisha Assembly bypolls) ପାଇଁ ଆଜି ମତଦାନ ହେଉଛି । ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୪,୬୬,୦୦୦ରୁ ଅଧିକ ଭୋଟର୍‌ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି ଓ ବାଛିବାକୁ ଯାଉଛନ୍ତି ତାଙ୍କ ବିଧାୟକଙ୍କୁ ।

ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବା ଠାରୁ ଉଭୟ ସ୍ଥାନରେ ଜୋରଦାର ରହିଥିଲା ନିର୍ବାଚନୀ ପ୍ରଚାର । ତିନି ପ୍ରମୁ୍‌ଖ ରାଜନୈତିକ ଦଳ ପୁରା ଦମ୍‌ ଲଗାଇ ଦେଇଥିଲେ । ଏପରିକି ସ୍ବାଧୀନ ପ୍ରାର୍ଥୀ ମଧ୍ୟ ପଛରେ ପଡ଼ି ନ ଥିଲେ। କରୋନା କଟକଣା ଭିତରେ ଜୋରଦାର ପ୍ରଚାର କରିଥିଲେ ପ୍ରାର୍ଥୀମାନେ, ତାଙ୍କ ଦଳର ଛାମୁଆ ନେତାମାନେ ଓ ଦଳୀୟ କର୍ମୀମାନେ ।

ଏହା ବି ପଢ଼ନ୍ତୁ | Bihar Assembly Polls: ପ୍ରଚାର ବେଳେ ପପ୍ପୁ ଯାଦବଙ୍କ ମଞ୍ଚ ଭାଙ୍ଗିଗଲା, ଆହତ ହେଲେ; ଦେଖନ୍ତୁ VIDEO

ବାଲେଶ୍ୱରରେ ଏକ ମତଦାନ କେନ୍ଦ୍ରକୁ ସାନିଟାଇଜ୍ କରାଯାଉଛି ।


ଆଜି ହେଉଛି ଭୋଟରଙ୍କ ଦିନ । ମତଦାନ କରି ଭୋଟର ସାବ୍ୟସ୍ତ କରୁଛନ୍ତି କିଏ ଏହି ଦୁଇ ଆସନରେ ମାରିବ ବାଜି । କାହାର ହେବ ତିର୍ତ୍ତୋଲ ଓ ବାଲେଶ୍ବର (Tirtol and Balasore bypolls) ବିଧାନ ସଭା ଆସନ । ଉଭୟ ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।

ବାଲେଶ୍ବର ସଦର ଉପନିର୍ବାଚନ (Balasore bypoll) ପାଇଁ ଛଅ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଦାରଣ କରୁଛନ୍ତି ୨ ଲକ୍ଷ ୨୬ ହଜାର ୫୮୨ ଭୋଟର । କୋଭିଡ୍‌ କଟକଣା ଭିତରେ ୩୪୬ଟି ମତଦାନ କେନ୍ଦ୍ରରେ ହେଉଛି ଭୋଟ୍‌ ଗ୍ରହଣ । ପ୍ରତି ବୁଥକୁ ସାନିଟାଇଜ କରାଯାଇଛି । ମତଦାନ କେନ୍ଦ୍ର ସାମ୍ନାରେ ଅଙ୍ଗନବାଡ଼ି ଓ ଏଏନଏମ କର୍ମୀ ରହି ଭୋଟରଙ୍କ ତାପମାତ୍ରା ଯାଞ୍ଚ କରିବା ବ୍ୟବସ୍ଥା ହୋଇଛି । ମତଦାତାମାନଙ୍କୁ ହାତରେ ଗ୍ଲୋବସ ପିନ୍ଧି ଭୋଟ୍‌ ଦେବାକୁ କୁହାଯାଇଛି । ସାମାଜିକ ଦୂରତା ରକ୍ଷା ପାଇଁ ମତଦାନ କେନ୍ଦ୍ର ଆଗରେ ଗୋଲ ବୁଲାଯାଇଛି ।

ଏହା ବି ପଢ଼ନ୍ତୁ | Bihar Polls: ତେଜସ୍ୱୀ ଯାଦବ ଭିଡ଼ରେ ଜଣେ ଯୁବକକୁ ଜୋରରେ ଠେଲିଦେଲେ; ଦେଖନ୍ତୁ ଭାଇରାଲ୍‌ Video

ଯେଉଁ ଭୋଟରଙ୍କ ଦେହରେ ଅଧିକ ତାପମାତ୍ରା ଥିବ ସେମାନେ ଅପରାହ୍ଣରେ ପିପିଇ କିଟ୍‌ ପିନ୍ଧି ଭୋଟ୍‌ ଦେବାର ବ୍ୟବସ୍ଥା ହୋଇଛି । ପ୍ରତି ପୋଲିଂ ପାର୍ଟି ପାଇଁ ସାନିଟାଇଜର, ଫେସ ସିଲଡ଼, ମାସ୍କ ଓ ଗ୍ଲୋବସର ବ୍ୟବସ୍ଥା କରାଯାଇଛି । ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀରେ ଥିବା ୮୫ଟି ସମ୍ବେଦନଶୀଳ ବୁଥ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିର୍ବାଚନ ପରିଚାଳନା ପାଇଁ ପାଞ୍ଚ ଜଣ ଅତିରିକ୍ତ ଏସପି, ଆଠ ଜଣ ଡିଏସପି, ୨୨ ଜଣ ଇନ୍ସପେକ୍ଟରଙ୍କ ସମେତ ନଅ ପ୍ଲାଟୁନ୍ କେନ୍ଦ୍ରୀୟ ସୁରକ୍ଷା ବଳ (CAPF), ୨୬ ପ୍ଲାଟୁନ୍ ଓଡ଼ିଶା ସଶସ୍ତ୍ର ସୁରକ୍ଷା ବଳ (OSAP), ୩୧ଟି ମୋବାଇଲ୍ ପାର୍ଟି ଓ ୧୦ ଜଣ ସେକ୍ଟର ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି ।

ତିର୍ତ୍ତୋଲରେ ଏକ ମତଦାନ କେନ୍ଦ୍ରରେ ସୋମବାର ଦିନ ଅଧିକାରୀମାନେ ପହଞ୍ଚିଛନ୍ତି ।


ଏହା ବି ପଢ଼ନ୍ତୁ | ପରୀକ୍ଷା ଦେଇ ଫେରୁଥିବା ଛାତ୍ରୀଙ୍କୁ ରାସ୍ତାରେ ଗୁଳି କରି ହତ୍ୟା କଲା ଯୁବକ, ଗିରଫ ହେଲା - ଦେଖନ୍ତୁ VIDEO

ତିର୍ତ୍ତୋଲରେ (Tirtol bypoll) ମୋ’ଟ ୩୭୩ଟି ପୋଲିଂ ବୁଥରେ ଥିବା ଇଭିଏମରେ ସିଲ୍ ହେବ ମୋଟ ନଅ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ସମ୍ପୂର୍ଣ୍ଣ କୋଭିଡ କଟକଣା ଭିତରେ ମତାଧିକାର ସାବ୍ୟସ୍ତ କରିବେ ୨,୩୯,୧୫୩ ଜଣ ଭୋଟର । ସେଥି ମଧ୍ୟରୁ ୧,୨୪,୧୬୮ ଜଣ ପୁରୁଷ ଓ ବାକି ୧,୧୪,୯୫୬ ମହିଳା । ଉପନିର୍ବାଚନକୁ କୋଭିଡରୁ ସୁରକ୍ଷିତ କରିବା ପାଇଁ ସବୁ ବ୍ୟବସ୍ଥା କରିଛନ୍ତି ନିର୍ବାଚନ କମିଶନ ଓ ଜିଲ୍ଲା ପ୍ରଶାସନ । ପୋଲିଂ ପାର୍ଟିରେ ଥିବା ସମସ୍ତ ଅଧିକାରୀଙ୍କୁ ମାସ୍କ, ସାନିଟାଇଜର, ଗ୍ଲୋଭସ, ଫେସ କଭର,ପିପିଇ କିଟ ଦିଆଯାଇଛି । ପ୍ରଥମେ ନିଜର ସୁରକ୍ଷା କରି ଭୋଟରଙ୍କୁ ସୁରକ୍ଷାର ସହିତ ସାମାଜିକ ଦୂରତ୍ବ ବଜାୟ ରଖି ମତଦାନକୁ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।



ତିର୍ତ୍ତୋଲରେ ଉପନିର୍ବାଚନକୁ ସୁରକ୍ଷିତ ଢଙ୍ଗରେ ସମ୍ପନ୍ନ କରିବା ପାଇଁ ମୁତୟନ ହୋଇଛନ୍ତି ୨୧ ପ୍ଲାଟୁନ ପୋଲିସ ବଳ, ତିନି ପ୍ଲାଟୁନ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳ (CAPF), ୧୫୦ରୁ ଅଧିକ ଅଫିସର, ଆଠ ଜଣ ଅତିରିକ୍ତ ଏସପି ଓ ଡିଏସପି । ଏହି ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରବେଶ ପଥରେ ଚେକିଂ ଓ ମୋବାଇଲ ପାଟ୍ରୋଲିଂ ସହିତ ଷ୍ଟାଟିକ ସର୍ଭେଲାନ୍ସ ଟିମ ମଧ୍ୟ ନିୟୋଜିତ ହୋଇଛନ୍ତି ।
Published by: Anand Shankar Thankur Das
First published: November 3, 2020, 2:37 AM IST
corona virus btn
corona virus btn
Loading