Corona Vaccination: ଦ୍ବିତୀୟ ଡୋଜ୍ ମାମଲାରେ ଓଡ଼ିଶା ୨ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଛି

ଓଡ଼ିଶାର ଲୋକଙ୍କୁ ମୋଟ ୨,୮୯,୯୬,୯୪୪ ପ୍ରଥମ ଡୋଜ୍ କୋଭିଡ୍ ଟିକା ଦିଆଯାଇଛି। ଖବର ଅନୁଯାୟୀ, ରାଜ୍ୟରେ ୪,୯୦,୩୧,୪୫୨ ଡୋଜ ବ୍ୟବହୃତ ହୋଇଛି। ତେବେ ରାଜ୍ୟରେ ପ୍ରାୟ ୬୦ ଲକ୍ଷ ଲୋକ କୋଭିଡ ଟିକାର ପ୍ରଥମ ଓ ଦ୍ୱିତୀୟ ମାତ୍ରା ଗ୍ରହଣ କରିନାହାଁନ୍ତି।

ଦ୍ବିତୀୟ ଡୋଜ୍ ମାମଲାରେ ଓଡ଼ିଶା ୨ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଛି (ଫାଇଲ୍ ଫଟୋ)

ଦ୍ବିତୀୟ ଡୋଜ୍ ମାମଲାରେ ଓଡ଼ିଶା ୨ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଛି (ଫାଇଲ୍ ଫଟୋ)

  • Share this:
News18 Odia Digital

ଭୁବନେଶ୍ବର: କରୋନାର ଦ୍ବିତୀୟ ଡୋଜ୍ ଟିକା ଦିଆଯାଉଥିବା ମୋଟ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ଦୁଇ କୋଟି ମାଇଲଖୁଣ୍ଟ ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅନୁଯାୟୀ, ୨,୦୦,୩୪,୫୦୮ ଲୋକ ରାଜ୍ୟରେ କରୋନା ଟିକାକରଣର ଦ୍ୱିତୀୟ ମାତ୍ରା ଗ୍ରହଣ କରିଛନ୍ତି ।

ସେହିଭଳି ଓଡ଼ିଶାର ଲୋକଙ୍କୁ ମୋଟ ୨,୮୯,୯୬,୯୪୪ ପ୍ରଥମ ଡୋଜ୍ କୋଭିଡ୍ ଟିକା ଦିଆଯାଇଛି। ଖବର ଅନୁଯାୟୀ, ରାଜ୍ୟରେ ୪,୯୦,୩୧,୪୫୨ ଡୋଜ ବ୍ୟବହୃତ ହୋଇଛି। ତେବେ ରାଜ୍ୟରେ ପ୍ରାୟ ୬୦ ଲକ୍ଷ ଲୋକ କୋଭିଡ ଟିକାର ପ୍ରଥମ ଓ ଦ୍ୱିତୀୟ ମାତ୍ରା ଗ୍ରହଣ କରିନାହାଁନ୍ତି। ଏହି ସମୟରେ, ୧୦୦% ସ୍ୱାସ୍ଥ୍ୟ କର୍ମୀ କୋଭିଡ ଟିକା ଗ୍ରହଣ କରିଥିବାବେଳେ ୯୨% ଦ୍ୱିତୀୟ ଡୋଜ ପାଇଛନ୍ତି।

ଅନ୍ୟପକ୍ଷରେ, ୪୫ ବର୍ଷ ବୟସ ବର୍ଗର ଲୋକଙ୍କ ୯୨ ପ୍ରତିଶତ ପ୍ରଥମ ଡୋଜ ଓ ୮୯ ପ୍ରତିଶତ ଦ୍ୱିତୀୟ ଡୋଜ ନେଇଛନ୍ତି। ଯେତେବେଳେ କି, ୪,୨୩,୫୭୫ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯାଇଛି ।

ସୂଚନାଯୋଗ୍ୟ ଯେ, ସୋମବାର ଦିନ ୧୫-୧୮ ବର୍ଷ ବୟସର ଯୁବକ ଯୁବତୀମାନଙ୍କୁ ଟିକାକରଣ ପାଇଁ କେନ୍ଦ୍ର ନିର୍ଦ୍ଦେଶନାମା ଜାରି କରିଛି ଓ ସ୍ୱାସ୍ଥ୍ୟସେବା, ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ସତର୍କତା ଡ଼ୋଜ୍ ସହିତ ୬୦ରୁ ଅଧିକ ଜନସଂଖ୍ୟା ମଧ୍ୟ ରହିଛି।

ପିଲାମାନଙ୍କ ପାଇଁ କେବଳ କୋଭାକ୍ସିନ ଉପଲବ୍ଧ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ୧୫-୧୮ ବର୍ଷ ବୟସର ପିଲାମାନଙ୍କର କୋଭିଡ୍ ଟିକାକରଣ ୨୦୨୨ ଜାନୁୟାରୀ ୩ରୁ ଆରମ୍ଭ ହେବ। ଏହିପରି ହିତାଧିକାରୀଙ୍କ ପାଇଁ ଟିକାକରଣ ବିକଳ୍ପ କେବଳ ‘କୋଭାକ୍ସିନ୍’ ହେବ।
Published by:Lipina Das
First published:
)}