News18 Odia Digital
କଟକ: କିଛି ଦିନର ବ୍ୟବଧାନ ପରେ କଟକରୁ ପୁଣି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି । ଏଥର ୧୦୦ କି ୨୦୦ ଗ୍ରାମ ନୁହେଁ, ବରଂ ଏକକାଳୀନ ଏକ କେଜି ୧୫୯ ଗ୍ରାମ୍ ଓଜନର ଧଳା ଜହର ଜବତ ହୋଇଛି । ଏହା ସହିତ ବ୍ରାଉନ ସୁଗାର କାରବାର କରୁଥିବା ଅଭିଯୋଗରେ ପୋଲିସ ଛଅ ଜଣଙ୍କୁ ନିଶା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ଗିରଫ ହୋଇଥିବା ଛଅ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଚାରି ଜଣଙ୍କ ଘର ଜଗତସିଂହପୁର ଅଞ୍ଚଳରେ ହୋଇଥିବା ବେଳେ ଜଣେ କଟକର ଓ ଅନ୍ୟ ଜଣେ ପୁରୀର ବାସିନ୍ଦା । ଜଗତସିଂପୁର ବାସିନ୍ଦା ସନିଆ ଓରଫ ଦେବାଶିଷ ଦାସ ଦୀର୍ଘ ଦିନ ଧରି ବେଆଇନ ବ୍ରାଉନ ସୁଗାର କାରବାର କରୁଥିବା ଏହି ଗ୍ୟାଙ୍ଗର ଲିଡର୍ ବୋଲି ପୋଲିସ କହିଛି । ବ୍ରାଉନ ସୁଗାର କାରବାର ନେଇ ସନିଆ ନାଁରେ ପୂର୍ବରୁ ପାଞ୍ଚଟି ମାମଲା ଥିଲା ଓ ସେ କିଛି ଦିନ ତଳେ ଜେଲରୁ ମୁକୁଳିଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | Olympics Gold: ନୀରଜ ଚୋପ୍ରା କେମିତି ହୋଇଥିଲେ ସେନାରେ ସୁବେଦାର? ତାଙ୍କ ବିଷୟରେ ୧୦ଟି ବଡ଼ କଥାପୋଲିସଠାରୁ ମିଳିଥିବା ସୂଚନା ମୁତାବକ ସନିଆ ଜଣେ ଅଭ୍ୟାସଗତ ନିଶା ବେପାରୀ ହୋଇଥିବାରୁ ତା’ ଉପରେ କମିଶନରେଟ୍ ପୋଲିସର ଏକ ସ୍ବତନ୍ତ୍ର ଟିମ ନଜର ରଖିଥିଲା । ରବିବାର ସନ୍ଧ୍ୟାରେ ସନିଆ କଟକ ଲାଲବାଗ ବାସିନ୍ଦା ତଥା ଅନ୍ୟତମ କୁଖ୍ୟାତ ଅପରାଧୀ ଓ ନିଶା ବେପାରୀ ମାନସ ଚାନ୍ଦ ସହିତ ବ୍ରାଉନ୍ ସୁଗାର କାରବାର କରିବାକୁ କଟକ ଆସୁଛି ବୋଲି ପୋଲିସ ପାଖରେ ଖବର ପହଞ୍ଚିଥିଲା । କମିଶନରେଟ୍ ପୋଲିସ ସନିଆର ପିଛା କରି କଟକର ସାହେବଜାଦା ବଜାରରେ ପହଞ୍ଚିବା ପରେ ଡିଲ୍ ହେଉଥିବା ସ୍ଥାନରେ ସନିଆ ଓ ମାନସକୁ ଛାଡ଼ି ଅନ୍ୟ ଚାରି ଜଣ ନିଶା ବେପାରୀ ଥିବା ଜାଣିପାରି ଏକ ସୁନିୟୋଜିତ ରେଡ୍ କରିଥିଲା ଓ ଏକା ସାଙ୍ଗରେ ସମସ୍ତଙ୍କୁ କାବୁ କରି ନେଇଥିଲା ।

ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ (ଡାହାଣ) କଟକ ଡିସିପି ପ୍ରତୀକ ସିଂ
କଟକ କମିଶନରେଟ ପୋଲିସର ଜଣେ ଅଧିକାରୀଙ୍କ କହିବା ମୁତାବକ ସନିଆ ଏକକାଳିନ ଛଅ କୋଟି ଟଙ୍କା ଦେଇ ଜଳେଶ୍ବରରୁ ବ୍ରାଉନ ସୁଗାର ଆଣି କଟକ ଆସିଥିଲା । ସେ ଜଣେ ପୁରୁଣା ବେପାରୀ ହୋଇଥିବାରୁ ଅନେକ ଛୋଟ ବେପାରୀ ଏଥି ପାଇଁ ତାକୁ ଅଗ୍ରୀମ ଆକାରରେ ଟଙ୍କା ମଧ୍ୟ ଦେଇଥିଲେ । ସେମାନଙ୍କ ଭିତରୁ ମାନସ ଥିଲା ଅନ୍ୟତମ । କଟକରେ ବ୍ରାଉନ ସୁଗାର ପହଞିବା ପରେ ଅର୍ଡର ମୁତାବକ ଡେଲିଭେରି ହୋଇଥାନ୍ତା । ସନିଆ ଓ ମାନସକୁ ବାଦ ଦେଲେ ଅନ୍ୟ ଚାରି ଜଣ ଅଭିଯୁକ୍ତଙ୍କ ଜରିଆରେ ଏହି ବ୍ରାଉନ ସୁଗାର କଟକ, ଭୁବନେଶ୍ବର, ଖୋର୍ଦ୍ଧା, ପୁରୀ ଓ ଜଗତସିଂପୁର ଅଞ୍ଚଳର ନିଶା ବେପାରୀମାନଙ୍କୁ ପାଖକୁ ପଠାଯାଇଥାନ୍ତା ବୋଲି କହିଛନ୍ତି ପୋଲିସ ଅଧିକାରୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଶାଢ଼ୀ ଓ ଦରମେଲା ବ୍ଲାଉଜ୍ ପିନ୍ଧି ସେ ରାନ୍ଧଣା ଶିଖାନ୍ତି; ତାଙ୍କ ଚ୍ୟାନେଲ୍ ସୁପର୍-ହିଟ୍!କଟକରେ ଏକ କେଜିରୁ ଅଧିକ ପରିମାଣର ବ୍ରାଉନ ସୁଗାର ଜବତ ହେବାର ଏହା ହେଉଛି ଦ୍ବିତୀୟ ଘଟଣା । କମିଶନରେଟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତ ପାଞ୍ଚ ମାସ ମଧ୍ୟରେ ଟ୍ୱିନ ସିଟିରୁ ମୋଟ ଛଅ କେଜି ୩୦୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇସାରିଲାଣି । ସେଥି ମଧ୍ୟରୁ କେବଳ କଟକରୁ ଚାରି କେଜି ୨୮୦ ଗ୍ରାମ୍ ଜବତ ହୋଇଥିବା ବେଳେ ଭୁବନେଶ୍ବରରୁ ଦୁଇ କେଜି ୨୦ ଗ୍ରାମ ଜବତ ହୋଇଛି ।
ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ ଦିନକରେ ୧,୦୦୦ ଟଙ୍କା କମିଲା; ରୂପା ଦର ବି ଖସିଲା; ଆଗକୁ କ’ଣ ହେବ?‘‘ଏହା ସତ ଯେ ଲକଡାଉନ୍ ଓ ସଟଡାଉନ୍ ଅନେକ ସମୟରେ ଏହି ଚୋରା ବ୍ୟବସାୟୀମାନଙ୍କୁ କାରବାର କରିବା ପାଇଁ ସୁବିଧା ମିଳିଯାଇଥିଲା । ଏହି ସମୟରେ ଲୁଚା ଚୋରାରେ ବ୍ୟବସାୟ କରିବା ସହଜ ହୋଇଥାଏ । କିନ୍ତୁ ଆମେ ତୃଣମୂଳ ସ୍ତରକୁ ଯାଇ ବ୍ରାଉନ ସୁଗାର କାରବାର ତଦନ୍ତର କରୁଥିବାରୁ ପୋଲିସକୁ ଏହି ସଫଳତା ମିଳୁଛି,’’ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୋଲିସ କମିଶସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବିକିନି ଜାଗାରେ କେବଳ ଫୁଲ… ଇଣ୍ଟର୍ନେଟ୍ରେ ହଙ୍ଗାମା ମଚେଇଥିବା ଅଭିନେତ୍ରୀମାନଙ୍କର କେତେକ ଫଟୋପୋଲିସଠାରୁ ମିଳିଥିବା ସୂଚନା ମୁତାବକ କୋଭିଡ୍ କଟକଣା ଲାଗିବା ପରଠାରୁ ପେସାଦାର ଅପରାଧୀମାନେ ଦାଦାବଟି କିମ୍ବା ଟେଣ୍ଡର୍ ଫିକ୍ସିଂ ଜରିଆରେ ଆଉ ପୂର୍ବ ଭଳି ବେଆଇନ ଅର୍ଥ ଆଦାୟ କରି ପାରୁନାହାଁନ୍ତି । ଏହାର ବିକଳ୍ପ ଭାବେ ବିନା ପରିଶ୍ରମରେ ଅର୍ଥ ରୋଜଗାର ପାଇଁ ଏବେ ସେମାନେ ନିଶା କାରବାର, ବିଶେଷ କରି ବ୍ରାଉନ ସୁଗାର କାରବାର, କ୍ଷେତ୍ରରେ ଅଧିକ ସକ୍ରିୟ ହୋଇଛନ୍ତି ।
ଗ୍ୟାଙ୍ଗର ଯେଉଁ ଛୋଟ ଛୋଟ ଅପରାଧୀମାନେ ଗ୍ୟାଙ୍ଗ ଲିଡରମାନଙ୍କ କଥାରେ ଠିକାଦାର ଓ ବ୍ୟବସାୟୀଙ୍କୁ ଧମକ ଦେଉଥିଲେ ସେମାନେ ଏବେ ଡ୍ରଗ ପେଡଲର୍ ପାଲଟିଛନ୍ତି ବୋଲି କହିଛି ପୋଲିସ । କିଛି କିଛି କ୍ଷେତ୍ରରେ ବଡ଼ ବଡ଼ ନିଶା ବେପାରୀମାନେ ବିଭିନ୍ନ ଆପରାଧିକ ଗ୍ୟାଙ୍ଗର ନେଟୱର୍କ ଓ ସେମାନଙ୍କ ସଦସ୍ୟଙ୍କ ଜରିଆରେ ନିଜ ସାମଗ୍ରୀକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପଠାଉଥିବା ସୂଚନା ପୋଲିସକୁ ମିଳିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।