• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଓଡ଼ିଆ ପିଲାଙ୍କୁ ଆନ୍ତର୍ଜାତିକ ସ୍ତରରେ ଉଦ୍ୟମୀ କରିବା ଆମର ଲକ୍ଷ୍ୟ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଆ ପିଲାଙ୍କୁ ଆନ୍ତର୍ଜାତିକ ସ୍ତରରେ ଉଦ୍ୟମୀ କରିବା ଆମର ଲକ୍ଷ୍ୟ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରର ଭବ୍ୟ ଅଡିଟୋରିୟମର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅଡିଟୋରିୟମ ‘ବକ୍ସି ଜଗବନ୍ଧୁ ଦକ୍ଷତା ବିକାଶ ସଭାଗାର’ରେ ନାମିତ କରିବା ପାଇଁ ପ୍ରସ୍ତାବ ।

ଓଡ଼ିଆ ପିଲାଙ୍କୁ ଆନ୍ତର୍ଜାତିକ ସ୍ତରରେ ଉଦ୍ୟମୀ କରିବା ଆମର ଲକ୍ଷ୍ୟ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଆ ପିଲାଙ୍କୁ ଆନ୍ତର୍ଜାତିକ ସ୍ତରରେ ଉଦ୍ୟମୀ କରିବା ଆମର ଲକ୍ଷ୍ୟ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ପ୍ରଶିକ୍ଷଣ ମାଧ୍ୟମରେ ଓଡ଼ିଆ ପିଲାଙ୍କ ଆତ୍ମବିଶ୍ୱାସ ବଢ଼ାଇ ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଉଦ୍ୟମୀ କରିବା ପାଇଁ ଭୁବନେଶ୍ୱରର ଜାତୀୟ ଦକ୍ଷତା ବିକାଶ ପ୍ରତିଷ୍ଠାନ (ଏସଡିଆଇ)କୁ ଅଧିକ ଭବ୍ୟ କରିବା କାମରେ ଆମର ଉଦ୍ୟମ ଜାରୀ ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଭୁବନେଶ୍ୱର ସ୍ଥିତ ଏକ ଦକ୍ଷତା ବିକାଶ କେନ୍ଦ୍ର ପରିସରରେ ୫୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଭବ୍ୟ ଅଡିଟୋରିୟମର ଲୋକାର୍ପଣ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି ।

ଆହୁରୀ ମଧ୍ୟ କହିଛନ୍ତି, ସରକାରୀ ସ୍ତରରେ ଆଜି ଉଦଘାଟିତ ହୋଇଥିବା ଅନୁଷ୍ଠାନ ଓଡ଼ିଶାର ସର୍ବବୃହତ ଅଡିଟୋରିୟମ୍ । ଏହି ଅଡିଟୋରିୟମର ନାମକରଣ ‘ବକ୍ସି ଜଗବନ୍ଧୁ ଦକ୍ଷତା ବିକାଶ ସଭାଗାର’ରେ ନାମିତ କରିବା ପାଇଁ ଏସଡ଼ିଆଇ କର୍ତ୍ତୃପକ୍ଷଙ୍କୁ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି, ଏହି ପ୍ରଶିକ୍ଷଣ କେନ୍ଦ୍ର ବକ୍ସିଙ୍କ ନାମରେ ନାମିତ ହେଲେ ଏଠାରେ ପ୍ରଶିକ୍ଷଣ ନେଉଥିବା ଓଡ଼ିଆ ପିଲାମାନେ ବୀର ଓଡ଼ିଆ ଜାତିର ସଂସ୍କାରରେ ନିଜେ ଆଗକୁ ବଢିବା ପାଇଁ ପ୍ରେରିତ ହେବେ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଯୁବପିଢିଙ୍କୁ ରୋଜଗାରକ୍ଷମ କରାଇବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଜନାକୁ ରାଜ୍ୟରେ କ୍ରିୟାନ୍ୱୟନ କରାଯାଉଛି । “ମୁଁ କେଉଁ ଗୁଣରେ ଆଇଆଇଟି, ଆଇଆଇଏମ ପିଲାଙ୍କ ଠାରୁ କମ୍ ନୁହେଁ” । ଓଡ଼ିଆ ପିଲାଙ୍କ ମଧ୍ୟରେ ଏହି ଆତ୍ମବିଶ୍ୱାସ ସହ ସାହସକୁ ଉଜ୍ଜିବୀତ କରିବା ପାଇଁ ଭୁବନେଶ୍ୱରରେ ଦକ୍ଷତା ବିକାଶ କେନ୍ଦ୍ରର କଳ୍ପନା କରାଯାଇଛି । ଏହା ଦ୍ୱାରା ଏବେ ଅନେକ ଓଡ଼ିଆ ପିଲା ମାଗଣାରେ ଶିକ୍ଷା ଓ ପ୍ରଶିକ୍ଷଣ ସହ ଉପଯୁକ୍ତ ସୁବିଧା ପାଇପାରୁଛନ୍ତି । ଶ୍ରେଣୀଗୃହ ସହ ଛାତ୍ରବାସ, ଖେଳ ପଡ଼ିଆ, ଲ୍ୟାବ, ଥିଏଟର ଭଳି ଅତ୍ୟାଧୁନିକ ସୁବିଧା କରାଯାଇଛି । ଏହାସହ ଅଡିଟୋରିୟମରେ ଏକକାଳୀନ ୧୨ଶହ ଲୋକମାନେ ବସିବାର ବ୍ୟବସ୍ଥା କରାଯାଇଛି । ଯେଉଁ କାମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସହଯୋଗୀ ହୋଇଛି ।

ସୁଯୋଗ ମିଳିଲେ ଓଡ଼ିଆ ପିଲାମାନେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ସମର୍ଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଆଗାମୀ ଦିନରେ ଏହି କ୍ୟାମ୍ପସକୁ ବିଶ୍ୱର ଅଗ୍ରଣୀ ଅନୁଷ୍ଠାନ କରିବା ପାଇଁ ଅଧିକ ଉଦ୍ୟମ କରାଯିବ । ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଶିଳ୍ପାନୁଷ୍ଠାନ, ବିଦେଶରେ ଥିବା ସର୍ଭିସ ଇଣ୍ଡଷ୍ଟ୍ରି ଆଧାରିତ ଦକ୍ଷତା ଆଧାରିତ ପ୍ରଶିକ୍ଷଣ ପିଲାଙ୍କୁ ଦିଆଯିବ ।

ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ୫ଜି ଟେକ୍ନୋଲୋଜି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ଗାଁକୁ ହାଇସ୍ପିଡ ଇଣ୍ଟରନେଟ୍ ସହ ଯୋଡ଼ିବାର କଳ୍ପନା ବିଶ୍ୱରେ ନୂଆ କ୍ରାନ୍ତି ଆଣିବ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଆ ପିଲାମାନେ ଦାଦନ ଖଟିବା ପାଇଁ ନୁହେଁ ବରଂ ବାହାରକୁ ଯାଇ ମାଲିକ ହେବାର ସ୍ୱପ୍ନ ଦେଖିବା ଉଚିତ୍ । ସେହିପରି ଆଗାମୀ ଦିନରେ ଡିଜିଟାଲ ବିଶ୍ୱବିଦ୍ୟାଳୟ ହେବ, ଯାହା ଦ୍ୱାରା ଯୁବପିଢିମାନେ ଉପକୃତ ହୋଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
Published by:Soubhagya Mishra
First published: