ଓଡ୍ରାଫ ବୋଟ୍ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ (ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ)
- News18 Odia
- Last Updated :
News 18 Odia Digital
କଟକ: କଟକ ମହାନଦୀ ମଝିରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ବୋଟ୍ ସହ ଘଟିଥିବା ଅଘଟଣରେ ଚାଲିଗଲା ଓଟିଭିର କାର୍ଯ୍ୟରତ ଯୁବ ସାମ୍ବାଦିକ ଅରିନ୍ଦମ ଦାଶଙ୍କ ଜୀବନ ।
ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମଙ୍କ ଅକାଳ ବିୟୋଗରେ ସବୁ ମହଲରେ ଖେଳିଯାଇଛି ଶୋକର ଛାୟା । ବୋଟ୍ ଓଲିଟା ପରେ ଡଙ୍ଗା ସାହାଯ୍ୟରେ ତାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ଉଦ୍ଧାର କରି ଏସିବି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଅରିନ୍ଦମଙ୍କୁ ମୃତ୍ୟୁର ସୂଚନା ଦେଇଛନ୍ତି SCB ଜରୁରୀକାଳୀନ ଅଧିକାରୀ । ଅରନ୍ଦିମଙ୍କ ସହ ଥିବା ଓଟିଭିର କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ବର୍ତ୍ତମାନ ଆଇସିୟୁରେ ଚିକିତ୍ସିତି ହେଉଛନ୍ତି । ଓଡ୍ରାଫ୍ ଟିମର ତିନି ଜଣ ସଦସ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜଣଙ୍କୁ ଆଇସିୟୁରେ ସିଫ୍ଟ କରିବାକୁ ବ୍ୟବସ୍ଥା ଚାଲିଥିବା ବେଳେ ଏ ପଯ୍ୟନ୍ତ ଆଉ ଜଣେ ସଦସ୍ୟ ନିଖୋଜ ଅଛନ୍ତି । ଯାହାଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।