ଖୋର୍ଦ୍ଧା ସାରୁଅରେ ଜମି ଦୁର୍ନୀତି ମାମଲା: OTVର CFO ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍ ବ୍ରାଞ୍ଚ ଗିରଫ କଲା

ସାରୁଅ ମୌଜାରେ ଦଳିତଙ୍କ ନାଁରେ ଥିବା ଜମିକୁ OTVର ସହଯୋଗୀ କମ୍ପାନୀ ଓଡ଼ିଶା ଇନ୍‌ଫ୍ରାଟେକ୍‌ ହଡ଼ପ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ଆସିଥିଲା । ସଂସ୍ଥାର ଜଣେ ପୂର୍ବତନ ଡ୍ରାଇଭରଙ୍କ ନାଁରେ ଏହି ଜମି କିଣାବିକା ହୋଇଥିବା ଅଭିଯୋଗ ହୋଇଥିଲା ।

ଖୋର୍ଦ୍ଧା ସାରୁଅରେ ଜମି ଦୁର୍ନୀତି ମାମଲା: OTVର CFO ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍ ବ୍ରାଞ୍ଚ ଗିରଫ କଲା
କ୍ରାଇମ୍ ବ୍ରାଞ୍ଚ ଅଧିକାରୀଙ୍କ ହେପାଜତରେ ମନୋରଞ୍ଜନ ଷଢ଼ଙ୍ଗୀ (ନୀଳ ମାସ୍କରେ)
  • News18 Odia
  • Last Updated: November 1, 2020, 7:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଖୋର୍ଦ୍ଧା ସାରୁଅରେ କଥିତ ଓଟିଭି ଷ୍ଟୁଡିଓ ଜମି ଦୁର୍ନୀତି ମାମଲାରେ କ୍ରାଇମ୍‌ ବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା (ଇ.ଓ.ଡବ୍ଲ୍ୟ.) ଗଣମାଧ୍ୟମ ସଂସ୍ଥା OTVର ମୁଖ୍ୟ ଆର୍ଥିକ ଅଧିକାରୀ (CFO) ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗିରଫ କରିଛି । ମନୋରଞ୍ଜନଙ୍କ ଗିରଫଦାରୀ ନେଇ ସୂଚନା ଦେଇଛି କ୍ରାଇମ ବ୍ରାଞ୍ଚର EOW ।

ମନୋରଞ୍ଜନଙ୍କୁ ରବିବାର ସକାଳେ ଘରୁ ଉଠାଇ ନେଇଥିଲେ କ୍ରାଇମ୍‌ ବ୍ରାଞ୍ଚ ଇ.ଓ.ଡବ୍ଲ୍ୟୁ.ର (Economic Offences Wing) ଅଧିକାରୀମାନେ । ଏସ୍‌.ଟି.ଏଫ୍. କାର୍ଯ୍ୟାଳୟରେ ଦୀର୍ଘ ସମୟ ଧରି ତାଙ୍କୁ ଜେରା କରିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା । ତା’ପରେ ତାଙ୍କୁ ଭୁବନେଶ୍ବରର ସ୍ବତନ୍ତ୍ର ଏସସି-ଏସଟି କୋର୍ଟରେ ହାଜର କରାଯାଇଥିଲା ।

ଗିରଫଦାରୀ ବିଷୟରେ ଇ.ଓ.ଡବ୍ଲ୍ୟୁ. ପକ୍ଷରୁ ସୂଚନା ଦିଆଯାଇଛି ଯେ ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ନାଁରେ ଲାଗିଛି IPCର ଦଫା ୪୨୦, ୪୨୩, ୪୬୭, ୪୬୮, ୪୭୧, ୧୨୦-ବି । ଏଥି ସହ SC/ST ଆଇନ ଅନୁସାରେ ବି ଦଫା ଲଗାଯାଇଛି ।

ଆନ୍ଦୋଳନରତ OTV କର୍ମଚାରୀଙ୍କ ଠାରୁ ଦାବି ପତ୍ର ଗ୍ରହଣ କରୁଛନ୍ତି ଖୋର୍ଦ୍ଧା ଅତିରିକ୍ତ ଶ୍ରମ ଅଧିକାରୀ ପ୍ରଜ୍ଞା ପରମିତା ସାହୁ ।


ସାରୁଅ ମୌଜାରେ ଦଳିତଙ୍କ ନାଁରେ ଥିବା ଜମିକୁ ଓଡ଼ିଶା ଇନ୍‌ଫ୍ରାଟେକ୍‌ ହଡ଼ପ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ଆସିଥିଲା । ସଂସ୍ଥାର ଜଣେ ପୂର୍ବତନ ଡ୍ରାଇଭରଙ୍କ ନାଁରେ ଏହି ଜମି କିଣାବିକା ହୋଇଥିବା ଅଭିଯୋଗ ହୋଇଥିଲା । ଓଡ଼ିଶା ଇନ୍‌ଫ୍ରାଟେକ୍‌ ହେଉଛି  ଓଟିଭିର ଏକ ସହଯୋଗୀ କମ୍ପାନୀ ।

ଏହା ବି ପଢ଼ନ୍ତୁ ଦେଶର ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା

‘‘ଆଜି ଭୋର୍‌ ଭୋର୍‌ ପାଞ୍ଚ ଜଣ ବ୍ୟକ୍ତି ଜବରଦସ୍ତି ଆମ ଘର ଭିତରକୁ ପଶିଆସିଲେ, କହିଲେ କ୍ରାଇମ୍‌ ବ୍ରାଞ୍ଚରୁ ଆସିଛନ୍ତି । ମୋ’ ପାପା ଶୋଇଥିଲେ ସ୍ଲିପିଂ ପିଲ୍‌ ନେଇକି, ଯେଉଁଟା ତାଙ୍କୁ ପ୍ରେସକ୍ରାଇବ୍‌ କରାଯାଇଥିଲା । ତାଙ୍କୁ ଜବରଦସ୍ତି ଉଠେଇକି ସକାଳୁ ସକାଳୁ ନେଇଗଲେ । ମୋ’ ବାପା ଡାଇବେଟିକ୍‌ । ତାଙ୍କୁ ମେଡିସିନ୍‌ ଖାଇବାକୁ ବି ସୁଯୋଗ ଦେଲେ ନାହିଁ । ଆମେ କୁଆଡ଼େ ନେଉଛନ୍ତି ଓ କାହିଁକି ନେଉଛନ୍ତି ପଚାରିବାରୁ ସେମାନେ କିଛି ସ୍ପଷ୍ଟ ଭାବେ ଜଣେଇଲେନି,’’ କହିଛନ୍ତି ମନୋରଞ୍ଜନଙ୍କ ଝିଅ ଗାୟତ୍ରୀ ଦେବଦର୍ଶିନୀ ।

ଜମି କିଣାବିକାରେ ଅନିୟମିତତାର ପ୍ରମାଣ ପାଇବା ପରେ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ପାଇଁ ରାଜସ୍ବ ବିଭାଗକୁ ଚିଠି ଲେଖିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ । ଏହାର ଅନୁଧ୍ୟାନ କରିବା ପରେ ରାଜସ୍ବ ବିଭାଗର ସଚିବ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ପାଇଁ ଏଡିଜିଙ୍କୁ ସୁପାରିସ କରିଥିଲେ । ଏହା ପରେ କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ଆଗରୁ ଦୁଇ ଜଣ ଠିକା କର୍ମଚାରୀଙ୍କୁ ବି ଉଠାଇ ନେଇଥିଲା କ୍ରାଇମ୍‌ ବ୍ରାଞ୍ଚ ।

ଏହା ବି ପଢ଼ନ୍ତୁ କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ଦେହରେ ୯୦ ଦିନ ପର୍ଯ୍ୟନ୍ତ ରହିଥାଏ ଏହି ଭାଇରସ୍

ଖୋର୍ଦ୍ଧାର ସାରୁଅ OTV ଷ୍ଟୁଡିଓ ବାହାରେ ଠିକା କର୍ମଚାରୀମାନେ ଧାରଣା ଦେଉଛନ୍ତି । ଓଟିଭି କର୍ମଚାରୀ ଓ ମ୍ୟାନେଜମେଣ୍ଟ ମଧ୍ୟରେ ଶନିବାର ଦିନ ଗଣ୍ଡଗୋଳ ହେବା ପରେ ଉଭୟ ପକ୍ଷରୁ ବାଘମାରୀ ଥାନାରେ ଏକ ଏତଲା ଦିଆଯାଇଥିଲା । ଏହାକୁ ଭିତ୍ତି କରି ବାଘମାରୀ ପୋଲିସ ଓଟିଭିର ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରିଥିଲା । ଓଟିଭି ପକ୍ଷରୁ ଆଠ ଜଣ କର୍ମଚାରୀଙ୍କ ନାଁରେ ପାଲଟା ଅଭିଯୋଗ ହୋଇଥିଲା । ସେହି ଅଭିଯୋଗ ପରେ ରବିବାର ସକାଳୁ  ଆଠ ଜଣ କର୍ମଚାରୀଙ୍କୁ ଅଫିସ ଭିତରକୁ ପ୍ରବେଶ କରିବାକୁ ଦିଆଯାଇ ନ ଥିଲା । ପରେ ସବୁ କର୍ମଚାରୀ ସକାଳ ୮ଟାରୁ ଧାରଣାରେ ବସିଛନ୍ତି ।

ଘଟଣା ସ୍ଥଳରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ, ଜଏଣ୍ଟ ଲେବର କମିସନର ପ୍ରଭାକର ବିଶ୍ବାଳ, ଖୋର୍ଦ୍ଧା ଅତିରିକ୍ତ ଶ୍ରମ ଅଧିକାରୀ ପ୍ରଜ୍ଞା ପରମିତା ସାହୁ ପହଞ୍ଚିଥିଲେ । ଆନ୍ଦୋଳନକାରୀ କର୍ମଚାରୀମାନଙ୍କ ଠାରୁ ପାଞ୍ଚ ଦଫା ସମ୍ବଳିତ ଦାବି ପତ୍ର ଗ୍ରହଣ କରିଥିଲେ ସେମାନେ ।



ଅନେକ ବୁଝାସୁଝା ପରେ ବି ଆନ୍ଦୋଳନରୁ ହଟି ନ ଥିଲେ କର୍ମଚାରୀମାନେ । ସେମାନଙ୍କ କହିଛନ୍ତି ଯେ ରଣଧୀର ସିଂ ପାଖକୁ ଆସି ଆଲୋଚନା ନ କରିବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବେ । ଘଟଣା ସ୍ଥଳରେ ଅନ୍ୟ ଓଟିଭି କର୍ମଚାରୀ ଓ ଧାରଣାରେ ଥିବା କର୍ମଚାରୀଙ୍କ ଗଣ୍ଡେଗାଳ ହୋଇଥିଲା । ଚାପା ଉତ୍ତେଜନା ଲାଗି ରହିଥିବାରୁ ଘଟଣା ସ୍ଥଳରେ ବାଘମାରୀ ପୋଲିସ ମୁତୟନ ହୋଇଛି ।
Published by: Anand Shankar Thankur Das
First published: November 1, 2020, 7:54 PM IST
corona virus btn
corona virus btn
Loading