ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ୱରରେ ଗୋଧି ମାଂସ: କେତେକ ବସ୍ତିର ଲୋକେ ଗୋଧି ମାଂସ ଖାଆନ୍ତି, ତେଣୁ ବିକ୍ରି ହେଉଥିଲା

ଭୁବନେଶ୍ୱରରେ ଗୋଧି ମାଂସ: କେତେକ ବସ୍ତିର ଲୋକେ ଗୋଧି ମାଂସ ଖାଆନ୍ତି, ତେଣୁ ବିକ୍ରି ହେଉଥିଲା

ଚିକେନ୍ ଦୋକାନରୁ ଗିରଫ ହୋଇଥିବା ଦୁଇ ଜଣ ବ୍ୟକ୍ତି କହିଛନ୍ତି ଯେ ସେମାନେ ଦିନ ମଜୁରିଆ ଓ ସେମାନଙ୍କର ଗୋଧି ଘଟଣା ସହ କୌଣସି ସମ୍ପର୍କ ନାହିଁ । ପ୍ରକୃତ ଅଭିଯୁକ୍ତ ଫେରାର୍ ହୋଇଗଲେ ବୋଲି ସେମାନେ କହିଛନ୍ତି ।

ଭୁବନେଶ୍ୱରରେ ଗୋଧି ମାଂସ: କେତେକ ବସ୍ତିର ଲୋକେ ଗୋଧି ମାଂସ ଖାଆନ୍ତି, ତେଣୁ ବିକ୍ରି ହେଉଥିଲା
ଜବତ ହୋଇଥିବା ଜିଅନ୍ତା ଗୋଧି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଚିକେନ୍ ଦୋକାନରେ ଗୋଧି ମାଂସ ବିକିବା ଅଭିଯୋଗେର ଦୁଇ ଜଣ ଲୋକଙ୍କୁ ଗିରଫ କରିଛି ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପୋଲିସ । ଉଭୟ ଅଭିଯୁକ୍ତଙ୍କଠାରୁ ୧୦ଟି ଗୋଧି ବି ଜବତ କରିଛନ୍ତି ପୋଲିସ୍‌ ଓ ବନ ବିଭାଗ । ଆଠଟି ଗୋଧି ବଞ୍ଚିଥିବା ବେଳେ ଦୁଇଟିର ମୃତ୍ୟୁ ହୋଇ ସାରିଥିଲା ।

ଲକ୍ଷ୍ମୀସାଗର ଥାନା ଜଗନ୍ନାଥ ଆଭେନ୍ୟୁ ନିକଟରେ ଏକ ଚିକେନ୍ ଦୋକନରେ ଗୋଧି ମାଂସ ବିକ୍ରି ହେଉଥିବାର ଅଭିଯୋଗ ଆସିଥିଲା । ଲକ୍ଷ୍ମୀସାଗର ଥାନା ଓ ବନ ବିଭାଗ ସେହି ଦୋକାନ ଉପରେ ମିଳିତ ଚଢ଼ାଉ କରିଥିଲେ । ଦୋକନର ପଛ ପଟେ ୧୦ଟି ଗୋଧିକୁ ଜବତ କରାଯାଇଥିଲା । ଘଟଣା ସ୍ଥଳରୁ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା, ହେଲେ ସେଠାରେ କାମ କରୁଥିବା ବାକି ତିନି ଜଣ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲେ । ଗିରଫ ଦୁଇ ଜଣ ଲୋକଙ୍କୁ ବନ ବିଭାଗକୁ ହସ୍ତାନ୍ତର କରିଛି ପୋଲିସ । ଦୁଇ ଅଭିଯୁକ୍ତ ହେଉଛନ୍ତି ଲକ୍ଷ୍ମୀସାଗର ଥାନା ତାରିଣୀ ବସ୍ତିର ଜି. କ୍ରିଷ୍ଣା ଓ ଜି. ରାଘବ ପ୍ରଧାନ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଯେବେ ନେହା କକ୍କଡ଼ଙ୍କୁ ଜଣେ ଯୁବକ ଜବରଦସ୍ତ୍ KISS କରିଥିଲେ, ବିବାଦରେ ଥିଲେ ଗାୟିକା

ପୋଲିସର ଖୋଳତାଡ଼ ବେଳେ ଜଣାପଡି଼ଛି ଯେ ସ୍ଥାନୀୟ ଅଞ୍ଚଳର ଏକ ବସ୍ତିର ଲୋକେ ଗୋଧି ମାଂସକୁ ଖାଇଥାନ୍ତି । ତେଣୁ ଏହି ଦୋକାନର ସେହି ମାଂସର ଚାହିଦା ଥିଲା । ଅନେକ ଦିନ ମଜୁରିଆ ଲୋକେ ବିଭିନ୍ନ ଅଞ୍ଚଳକୁ କାମକରିବାକୁ ଯାଇ ଫେରିବା ବେଳକୁ ଗୋଧି ଧରି ସେହି ଦୋକାନରେ ବିକ୍ରି କରିଥାନ୍ତି । ଦୀର୍ଘ ଦିନ ଧରି ଏହି ଦୋକାନରେ ଗୋଧି ମାଂସ ବିକ୍ରି ହେଉଥିବା ଜାଣିବାକୁ ପାଇଛି ପୋଲିସ ।

ଏହା ବି ପଢ଼ନ୍ତୁ | ଏବେ ଆପଣ ବିନା କୌଣସି ଡକ୍ୟୁମେଣ୍ଟରେ ବି ଆଧାର କାର୍ଡ଼ ବନାଇ ପାରିବେ; ଜାଣନ୍ତୁ କେମିତି

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ


“ଆମକୁ ଖବର ଆସିଲା ଯେ ଚିକନେ୍ ଦୋକାନରେ ଗୋଧି ମାଂସ ବିକ୍ରି ହେଉଛି । ଆମେ ବନ ବିଭାଗକୁ ଖବର ଦେଲୁ । ଚଢ଼ାଉ ବେଳେ ଘର ଭିତରୁ ୧୦ଟି ଗୋଧି ଜବତ କରିଥିଲୁ । ସେଥି ମଧ୍ୟରେ ଆଠଟି ଜୀବନ୍ତ ଥିଲେ । ବନ ବିଭାଗକୁ ସେହି ଗୋଧିଗୁଡ଼ିକୁ ହସ୍ତାନ୍ତର କରାଯାଇଛି । ଏବେ ଗୋଧିକୁ ନେଇ ତଦନ୍ତ କରିବ ବନ ବିଭାଗ,” ବୋଲି କହିଛନ୍ତି ଲକ୍ଷ୍ମୀସାଗର ଥାନା ଅଧିକାରୀ ଓମ ପ୍ରକାଶ ମହାନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଜବରଦସ୍ତ୍ ବୋହୂ! ଗାଡ଼ି ମିଳିବାରୁ କରୋନା ପୀଡି଼ତ ଶ୍ୱଶୁରଙ୍କୁ କାନ୍ଧରେ ବୋହି ହସପିଟାଲ୍କୁ ନେଲେ

ଗିରଫ ଦୁଇ ଅଭିଯୁକ୍ତ କହିଛନ୍ତି ଯେ ସେମାନଙ୍କର ଏହି ଗୋଧି ଘଟଣା ସହ କୌଣସି ସମ୍ପର୍କ ନାହିଁ । ପ୍ରକୃତ ଅଭିଯୁକ୍ତ ଫେରାର୍ ହୋଇଗଲେ ବୋଲି ସେମାନେ କହିଛନ୍ତି । ‘‘ଆମେ ଦିନ ମଜୁରିଆ । ଆମେ ଦୋକାନକୁ ଆସିଥିଲୁ । ହେଲେ ପୋଲିସ ଆସି ଆମକୁ ଧରିଛି । ପ୍ରକୃତ ଦୋଷୀ ଫେରାର୍ ହୋଇଗଲେ,’’ କହିଛି ଜି. କ୍ରିଷ୍ଣା ।



ଉଦ୍ଧାର ହୋଇଥିବା ଜୀବନ୍ତ ଗୋଧିଗୁଡି଼କୁ ପାତ୍ରପଡ଼ା ରେଞ୍ଜ ଅଫିସକୁ ନିଆଯାଇଥିଲା । ବୁଧବାର ଦିନ ସେଗୁଡ଼ିକୁ ନନ୍ଦନକାନନକୁ ପଠାଇ ଦିଆଯାଇଛି । ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଏହା ଏକ ରାକେଟ୍ ଭାବେ କାମ କରୁଥିବା ପ୍ରତୀତ ହେଉଛି । ରାଜ୍ୟ ବାହାର ଦେଇ ଦେଶ ବାହାରକୁ ଗୋଧୀ ଚୋରା ଚାଲାଣ ହୁଏ । ଦେଶ ବାହାରେ ଏହାର ଚାହିଦା ଅଧିକ ଥାଏ ।’’
Published by: Anand ST Das
First published: June 15, 2021, 10:48 PM IST