ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»OSSCର ସାଧାରଣ କିରାଣୀରୁ କୋଟିପତି ହେବା ପଛରେ ବିରଞ୍ଚି ସାହୁଙ୍କ ପତ୍ନୀ ସାଜିଥିଲେ ସିଢ଼ି

OSSCର ସାଧାରଣ କିରାଣୀରୁ କୋଟିପତି ହେବା ପଛରେ ବିରଞ୍ଚି ସାହୁଙ୍କ ପତ୍ନୀ ସାଜିଥିଲେ ସିଢ଼ି

ନିଜ ପତ୍ନୀଙ୍କୁ ଢାଲ କରି ବୀମା ପଲିସି କରାଉଥିଲେ ବିରଞ୍ଚି ନାରାୟଣ ସାହୁ। ପତ୍ନୀଙ୍କୁ ମାଧ୍ୟମ କରି ମୋ’ଟ ୯୦୦ ଜଣ ଲୋକଙ୍କର ବୀମା କରାଇଥିଲେ ବୋଲି ରିମାଣ୍ଡ ବେଳେ ସେ ମାନିଛନ୍ତି । ସେଥିରୁ ୨୧ ଜଣ OSSC ପରୀକ୍ଷାର୍ଥୀ ପଲିସି କରିଛନ୍ତି ।

OSSCର ସାଧାରଣ କିରାଣୀରୁ କୋଟିପତି ହେବା ପଛରେ ବିରଞ୍ଚି ସାହୁଙ୍କ ପତ୍ନୀ ସାଜିଥିଲେ ସିଢ଼ି
ବିରଞ୍ଚ ସାହୁଙ୍କ ଘରୁ ଅନେକ OSSC ପରୀକ୍ଷା ଆଡମିଟ୍ କାର୍ଡ଼ ଓ ପୁଳା ପୁଳା ସୁନା ଗହଣା ମିଳିଥିଲା ।
  • News18 Odia
  • Last Updated: August 6, 2021, 11:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଗିରଫ ହୋଇଥିବା ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନର କୋଟିପତି କର୍ମଚାରୀ ବିରଞ୍ଚି ନାରାୟଣ ସାହୁଙ୍କ କଳା ସାମ୍ରାଜ୍ୟରୁ ଉପରୁ ପରଦା ହଟାଇବା ଆରମ୍ଭ କରିଛି ଭିଜିଲାନ୍ସ । ଧନ କୁବେର ବିରଞ୍ଚି କୋଟପତି ହେବା ପଛରେ ତାଙ୍କ ପତ୍ନୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି । ବିଶେଷ କରି ବିରଞ୍ଚି ଲାଞ୍ଚ ପାଇଁ ସେଟିଂ କରୁଥିବା ବେଳେ ବୀମା ଆଜେଣ୍ଟ୍‌ ଥିବା ତାଙ୍କ ପତ୍ନୀ ମଧ୍ୟସ୍ଥତା କରୁଥିଲେ । ଜେରା ବେଳେ ବିରଞ୍ଚି କହିଛି ଯେ ପତ୍ନୀଙ୍କୁ ଢାଲ କରି ୯୦୦ ଜଣ ଲୋକଙ୍କ ବୀମା ପଲିସି ସେ କରାଇଛି ଓ ଏଥିରେ ୨୧ ଜଣ ଓ.ଏସ୍‌.ଏସ୍‌.ସି. ପରୀକ୍ଷାର୍ଥୀ ସାମିଲ ଅଛନ୍ତି ।

ଶୁକ୍ରବାର ଦିନ ବିରଞ୍ଚିଙ୍କ ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରିଥିଲା ଭିଜିଲାନ୍ସ ବିଭାଗ । ପରେ ତାଙ୍କୁ ପୁଣି ଥରେ ଝାରପଡ଼ା ଜେଲକୁ ୧୪-ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ବିରଞ୍ଚିଙ୍କୁ ଅଧିକ ପଚରାଉଚରା ପାଇଁ ଚାରି-ଦିନିଆ ରିମାଣ୍ଡରେ ଆଣିଥିଲା ଭିଜିଲାନ୍ସ ବିଭାଗ ।

ଏହା ବି ପଢ଼ନ୍ତୁ | ୧୬ କୋଟି ଟଙ୍କା ଦାମ୍ ବିଶ୍ୱର ସବୁଠୁ ମହଙ୍ଗା ଇଞ୍ଜେକ୍ସନ୍ ବି ବଞ୍ଚାଇ ପାରିଲା ନାହିଁ ୧୩ ମାସର କୁନି ଝିଅକୁ

‘’ଜୁଲାଇ୩୦ ତାରିଖରେ ବିରଞ୍ଚିଙ୍କ ଘରେ ରେଡ ବେଳେ ତାଙ୍କ ଘରୁ ଜବତ ହୋଇଥିଲା ୧୧୪ଟି ଆଡମିଟ୍ କାର୍ଡ । ସେଥି ମଧ୍ୟରୁ ୧୦୭ଟି ଆଡିମଟ କାର୍ଡ଼କୁ ଯୋଞ୍ଚ କରିବା ପରେ ଆମେ ସ୍ପଷ୍ଟ ହୋଇଥିଲୁ ଯେ ସେମାନେ ଓ.ଏସ୍‌.ଏସ୍‌.ସି. ଅଧୀନରେ ଥିବା କୌଣସି ଚାକିରି କରି ନାହାନ୍ତି । ବାକି ସାତଟି ଆଡମିଟ୍‌ କାର୍ଡ଼କୁ ଆମେ ସ୍କାନରରେ ରଖି ତଦନ୍ତ କରୁଛୁ । ସେମାନେ କେଉଁଠି ଚାକିରି କରିଛନ୍ତି କି ନାହିଁ ତା’ର ତଦନ୍ତ ଚାଲିଛି । ଯଦି ସେମାନଙ୍କ ଭୂମିକା ସାମ୍ନାକୁ ଆସେ ତେବେ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବୁ,’’ କହିଛନ୍ତି ଭିଜିଲାନ୍ସ ଏସ୍‌.ପି. ଆର୍‌. ପ୍ରକାଶ ।

ଭିଜିଲାନ୍ସ ଏସ୍.ପି. ଆର୍. ପ୍ରକାଶ


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଶ୍ୱେତା ତିୱାରୀ ଗରମାଗରମ୍ ପୋଜ୍ ଦେଇ ଫଟୋ ଉଠାଇଲେ; ତାଙ୍କ ଝିଅ କହିଲା, ‘‘ମା’, ତୁମେ ସାହସୀ’’

ବିରଞ୍ଚି ଇନସ୍କ୍ୟୁରାନ୍ସ ପଲିସି କରିବାରେ ମାତିଥିଲା । ‘‘ନିଜ ପତ୍ନୀଙ୍କୁ ଢାଲ କରି ସେ ବୀମା ପଲିସି କରାଉଥିଲେ । ପତ୍ନୀଙ୍କୁ ଆଢ଼ୁଆଳ କରି ମୋ’ଟ ୯୦୦ ବୀମା କରାଇଥିଲେ ବିରଞ୍ଚି । ରିମାଣ୍ଡ ବେଳେ ଏହି ସତ ମାନିଛନ୍ତି ସେ । ସେଥି ମଧ୍ୟରୁ ୨୧ ଜଣ OSSC ପରୀକ୍ଷାର୍ଥୀ ପଲିସି କରିଛନ୍ତି । ସେମାନେ କେବେ ଓ କାହିଁକି ବିରଞ୍ଚିଙ୍କଠାରୁ ପଲିସି କରାଇଥିଲେ ତା’ର ତଦନ୍ତ ଚାଲିଛି,’’ କହିଛନ୍ତି ପ୍ରକାଶ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ରାସ୍ତା ମଝିରେ ଯୁବତୀ ଟ୍ୟାକ୍ସି ଡ୍ରାଇଭରକୁ ଖୁବ୍ ପିଟିଲେ; VIDEO ଭାଇରାଲ୍ ହେଲା; ମାମଲା ରୁଜୁ ହେଲା

ଚାରି-ଦିନିଆ ରିମାଣ୍ଡ ବେଳେ ବିରଞ୍ଚି କେଉଁଠି ପୁଞ୍ଜି ନିବେଶ କରିଛନ୍ତି ଓ ତାଙ୍କ ଅର୍ଥ ଉପାର୍ଜନ ଓ ଆୟ-ବ୍ୟୟ କେତେ ସେ ବିଷୟରେ ତଥ୍ୟ ସଂଗ୍ରହ କରିଥିଲା ଭିଜିଲାନ୍ସ ବିଭାଗ । ତଦନ୍ତ ବେଳେ ସ୍ପଷ୍ଟ ହୋଇଥିଲା ଯେ ବିରଞ୍ଚିଙ୍କ ଅନେକଗୁଡି଼ଏ ଅଣ୍ଡରଭାଲ୍ୟୁ ପ୍ରପର୍ଟି ରହିଛି, ଯାହାର ମୂଲ୍ୟ ଆଗକୁ ବଢ଼ିପାରେ । ଏବେ ବିରଞ୍ଚିଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ଅଭିଯୋଗର ତଦନ୍ତ ଇଡି କରୁଛି । ସେ ଦିଗରେ ଭିଜିଲାନ୍ସ ବି ନଜର ରଖିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ରାସ୍ତା ମଝିରେ ଯୁବତୀ ଟ୍ୟାକ୍ସି ଡ୍ରାଇଭରକୁ ଖୁବ୍ ପିଟିଲେ; VIDEO ଭାଇରାଲ୍ ହେଲା; ମାମଲା ରୁଜୁ ହେଲା

“ଏବେ ଆମ ସ୍କାନରରେ ବହୁତ ବ୍ୟକ୍ତି ଅଛନ୍ତି । ସେମାନଙ୍କ ନାମ କହିବା ଠିକ୍ ହେବ ନାହିଁ । ସବୁ ଦିଗରୁ ତଦନ୍ତ ଏବେ ଜାରି ରହିଛି । କେତେବେଳେ କାହାକୁ ବି ଡାକି ପଚରାଉଚରା କରାଯାଇପାରେ । ଯେଉଁମାନେ ବିରଞ୍ଚିଙ୍କ ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସମ୍ପୃକ୍ତ ଥିବା ନେଇ ପ୍ରମାଣ ମିଳେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ,’’ କହିଛନ୍ତି ପ୍ରକାଶ ।



ଭିଜିଲାନ୍ସ ରେଡ୍‌ ପରେ ଚାକିରିରୁ ବାଧ୍ୟତାମୂଳକ ଅବସର ପାଇଥିବା ବିରଞ୍ଚିଙ୍କ ୩.୫୧ କୋଟି ଟଙ୍କାର ଆୟ-ବର୍ହିଭୁତ ସମ୍ପତ୍ତି ଠୁଳ କରିଥିବା ପ୍ରମାଣ ମିଳିଛି ବୋଲି କହିଛନ୍ତି ଅଧିକାରୀମାନେ । ଏହା ତାଙ୍କ ଆୟ ଠାରୁ ୨୬୮ ପ୍ରତିଶତ ଅଧିକ ।
Published by: Anand ST Das
First published: August 6, 2021, 11:38 PM IST