News18 Odia Digital
OSSC Exam : ବାତିଲ ହେଲା ଆକାଉଣ୍ଟାଣ୍ଟ ପରୀକ୍ଷା (odisha staff selection commision)। ଗତକାଲି ହୋଇଥିବା OSSC ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ ହୋଇଛି । ଗତକାଲି ହୋଇଥିଲା ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ହୋଇଥିଲା । ନଗର ଉନ୍ନୟନ ବିଭାଗ ପାଇଁ ହୋଇଥିଲା ପରୀକ୍ଷା ।
ଓଡ଼ିଆ ପ୍ରଶ୍ନାବଳୀରେ ବ୍ୟାପକ ତ୍ରୁଟି ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛି OSSC । ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମର ପରୀକ୍ଷା ବାତିଲ ହୋଇଛି । ପରେ ପ୍ରକାଶ ପାଇବ ପୁନଃ ପରୀକ୍ଷାର ତାରିଖ ବୋଲି ସୂଚନା ମିଳିଛି ।
ରାଜ୍ୟରେ ସମସ୍ତ ପରୀକ୍ଷାର ପ୍ରଶ୍ନପତ୍ର ଓଡିଆ ଭାଷାରେ ଆସିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରୀକ୍ଷାର୍ଥୀ ମଧ୍ୟ ସେହି ହିସାବରେ ପ୍ରସ୍ତୁତ ହୋଇ ପରୀକ୍ଷା ଦେବା ପାଇଁ ଆସିଥିଲେ । ଓଡିଆ ଭାଷା ଶୁଣି ସମସ୍ତଙ୍କ ମନରେ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ପରୀକ୍ଷା ହଲରେ ଓଡିଆ ପ୍ରଶ୍ନକୁ ଦେଖିବା ମାତ୍ରେ ପରିସ୍ଥିତି ସଂପୂର୍ଣ୍ଣ ଅଲଗା ହୋଇଯାଇଥିଲା । ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷାରେ ଏଭଳି ଘଟଣା ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ପ୍ରଶ୍ନପତ୍ରରେ ଲେଖାଯାଇଥିବା ପ୍ରଶ୍ନ ଗୁଡିକ ସମସ୍ତ ଓଡିଆ ଭାଷାରେ ଥିଲା । ତେଣୁ ପରୀକ୍ଷାର୍ଥୀମାନେ ତାକୁ ବୁଝି ପାରିନଥିଲେ । ପ୍ରଶ୍ନପତ୍ରର ଶବ୍ଦ ଗୁଡିକ ଠିକ ନଥିଲା, ତେଣୁ ପରୀକ୍ଷାର୍ଥୀଙ୍କୁ ବାକ୍ୟ ବୁଝିବା କଷ୍ଟର ହୋଇପଡିଥିଲା । କେଉଁଠି ‘ପାଖରେ’ ସ୍ଥାନରେ ‘ପାଖର’ ହୋଯାଇଥିଲା ତ କେଉଁଠି ‘ଟଙ୍କା’ ବଦଳରେ ‘ଟଙକାର’ ହୋଇଯାଇଥିଲା । ତେବେ ଏହି ସବୁ ସମସ୍ୟା ଯୋଗୁ ପିଲା ମାନେ ନାହିଁ ନଥିବା ସମସ୍ୟା ଭୋଗିଥିଲେ । ଯାହା ପରେ ଏବେ ଆକାଉଣ୍ଟାଣ୍ଟଙ୍କ ପାଇଁ ପ୍ରିଲିମ ପରୀକ୍ଷା ବାତିଲ କରିବାକୁ OSSC ନିଷ୍ପତ୍ତି ନେଇଛି । ତେବେ ପୂର୍ବର ପ୍ରାଥମିକ ପରୀକ୍ଷା ପାଇଁ ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ ଏକ ବିଜ୍ଞପ୍ତି ଜାରି କରାଯାଇଛି ।
ପଢନ୍ତୁ ଏହି ଖବର :
UPPCS 2023: ଇନ୍ସପେକ୍ଟର ଚାକିରି ଛାଡ଼ିଲେ, UPPCSରେ ପାଇଲେ ପ୍ରଥମ ସ୍ଥାନ; ଏବେ ଟାର୍ଗେଟ୍ IASପଢନ୍ତୁ ଏହି ଖବର :
AC Offer: ସୁପର ଡୁପର ଅଫର୍...୬୨ ହଜାର ଟଙ୍କାର AC, ମାତ୍ର ୨୪ ହଜାର ଟଙ୍କାରେ କିଣନ୍ତୁ !ପଢନ୍ତୁ ଏହି ଖବର :
Indian Bank Special FD: ଖୁସି ଖବର...ସୁଧ ହାର ସହ ସ୍କିମ୍ର ଅବଧି ବୃଦ୍ଧି କଲା ଇଣ୍ତିଆନ୍ ବ୍ୟାଙ୍କ୍...ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।