ରସାୟନିକ ପରିବର୍ତ୍ତେ ଜୈବିକ କୃଷି କଲେ କ୍ୟାନ୍ସର ଭଳି ରୋଗରେ ଲାଗିପାରିବ ବ୍ରେକ୍

ରାସାୟନିକ ସାର ଓ ରସାୟନିକ କୀଟନାଶକ ଔଷଧ ବହୁଳ ବ୍ୟବହାର ଦ୍ୱାରା ଅନେକ ସ୍ଵାସ୍ଥ୍ୟ ସମସ୍ୟା ସହ ପରିବେଶ ଜନିତ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ତେଣୁ ମାଟି ପାଣି ପବନ ପ୍ରଦୂଷଣ ନିୟନ୍ତ୍ରଣ କରିବା ଦିଗରେ ପ୍ରାକୃତିକ କୃଷି ସହାୟକ ହୋଇପାରିବ।

ରସାୟନିକ ପରିବର୍ତ୍ତେ ଜୈବିକ କୃଷି କଲେ କ୍ୟାନ୍ସର ଭଳି ରୋଗରେ ଲାଗିପାରିବ ବ୍ରେକ୍

ରସାୟନିକ ପରିବର୍ତ୍ତେ ଜୈବିକ କୃଷି କଲେ କ୍ୟାନ୍ସର ଭଳି ରୋଗରେ ଲାଗିପାରିବ ବ୍ରେକ୍

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ପ୍ରାକୃତିକ କୃଷିକୁ ଆଦରି ନେଲେ ସ୍ଵାସ୍ଥ୍ୟ ଓ ପରିବେଶ ଜନିତ ଅନେକ ସମସ୍ୟା ଦୂର କରାଯାଇପାରିବ। ଓୟୁଏଟି ଭୁବନେଶ୍ଵର ଠାରେ ଅନୁଷ୍ଠିତ ଜାତୀୟ ପ୍ରାକୃତିକ କୃଷି ଓ ଖାଦ୍ୟ ସୁରକ୍ଷା ସମ୍ମିଳନୀରେ କୁହାଯାଇଛି ଯେ ରାସାୟନିକ ସାର ଓ ରସାୟନିକ କୀଟନାଶକ ଔଷଧ ବହୁଳ ବ୍ୟବହାର ଦ୍ୱାରା ଅନେକ ସ୍ଵାସ୍ଥ୍ୟ ସମସ୍ୟା ସହ ପରିବେଶ ଜନିତ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ତେଣୁ ମାଟି ପାଣି ପବନ ପ୍ରଦୂଷଣ ନିୟନ୍ତ୍ରଣ କରିବା ଦିଗରେ ପ୍ରାକୃତିକ କୃଷି ସହାୟକ ହୋଇପାରିବ।

ପ୍ରିତିନନ୍ଦା ବରାଳ। ଘର ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ମାଇଁସା ଗୋଠରେ। ସେ ଜଣେ ଗୃହିଣୀ। ହେଲେ ନିଶା ହେଉଛି ଜୈବିକ କୃଷି। ଯାହା ପାଇଁ ତାଙ୍କୁ ସାରା ରାଜ୍ୟରେ ବିଭିନ୍ନ କୃଷି ସଙ୍ଗଠନ, ସରକାର ସମ୍ମାନିତ କରିଥିବା ବେଳେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵି ବିଦ୍ୟାଳୟରେ କୃଷି ବିଜ୍ଞାନୀଙ୍କ ଦ୍ଵାରା ହୋଇଛନ୍ତି ସମ୍ବର୍ଦ୍ଧିତ। କାହିଁକି ନା ତାଙ୍କର ୧୦ ଏକର ଜାଗାରେ ସେ କରିଛନ୍ତି ମଲ୍ଟି ଫାର୍ମିଂ।

ଯେଉଁଥିରେ ଗାଈ, ଛେଳି, କୁକୁଡ଼ା, ପନି ପରିବା, ଫଳମୂଳ ସହିତ ମହୁ ଚାଷ କରୁଛନ୍ତି। ଏହିସବୁ ଚାଷରେ ସେ କେବେ ବି ପ୍ରୟୋଗ କରୁନାହାଁନ୍ତି ରାସାୟନିକ ସାର। ପ୍ରାକୃତିକ ସାର୍ ଭାବରେ ଜିଆ, ଗୋବର ଖତ, ଗୋମୁତ୍ର, କୁକୁଡ଼ା ମଳ, ଛେଳି ନଣ୍ଡି, ପରିବା ଚୋପା ଆଦି ପ୍ରୟୋଗ କରିବା ସହିତ କୀଟନାଶକ ପାଇଁ ଲିମ୍ବ, କରଞ୍ଜ, ବେଗୁନିଆ, କଳା ତୁଳସୀ, ପୋଦିନା ଓ କୋଚିଲା ପତ୍ର ସହିତ ରସୁଣ କଞ୍ଚାଲଙ୍କା, ଦହି, ଗୁଡକୁ ମିଶାଇ ଗ୍ରାଇଣ୍ଡି କରି ବ୍ୟବହାହର କରାଯାଏ। ଯାହାକି ପ୍ରାକୃତିକ ଉପଚାର। କୁକୁଡ଼ା ଓ ମାଛଙ୍କ ପାଇଁ ଦାନା ନୁହେଁ, ଦେଶୀ ଓ କଡକନାଥ କୁକୁଡ଼ାଙ୍କ ଖାଦ୍ୟ ପାଇଁ ପରିବା ଚୋପା ଓ ଏକ ଘାସ ଚାଷ କରାଯାଉଥିବା ବେଳେ ମାଛଙ୍କ ପାଇଁ ଦଳ ହେଉଚି ଖାଦ୍ୟ। ଏକ ଘଟଣା କ୍ରମରେ ସ୍ବାମୀ ବିରଞ୍ଚି ବରାଳଙ୍କ ସହଯୋଗରେ ନିଜ ଗ୍ରାମରେ ୧୦ ଏକର ଜାଗାରେ କରିଛନ୍ତି ଏହି ଅର୍ଗାନିକ ଫର୍ମିଂ। ଯାହାର ନାମ ହେଉଛି ସମର୍ପଣ।

ଜୈବିକ କୃଷି ଦ୍ଵାରା ଆଗକୁ ଯାଇ ଅନ୍ୟମାନକ ପାଇଁ ଉଦାହରଣ ପାଲଟିଥିବା ଚାଷୀ ଓ ଅନୁଷ୍ଠାନ ଗୁଡ଼ିକୁ ନେଇ ନ୍ୟାସନାଲ ସେମିନାର ହେଉଥିବା ବେଳେ ଏଥିରେ ଯୋଗ ଦେଇଥିଲେ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ।

ବରିଷ୍ଠ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି,"ଖାଦ୍ୟରେ ରାସାୟନିକ ସାର୍ ପ୍ରୟୋଗ ଯୋଗୁ ମଣିଷ ମୃତ୍ୟୁ ମୁଖରେ ପଡୁଛି। ଅଧିକ ଅମଳ ଆଶାରେ କୀଟନାଶକ ପ୍ରୟୋଗ ଯୋଗୁ ଫୁଲ ଓ ଫଳ ବିଷାକ୍ତ ହେଉଛି। ଯାହାକି କ୍ୟାନ୍ସରର ବଡ଼ କାରଣ। ସାରା ଭାରତ ବର୍ଷରେ ଓଡ଼ିଶାରେ ଏବେ ଅଧିକ ଲୋକ କର୍କଟ ରୋଗରେ ପୀଡିତ। ଏହାର ପ୍ରମୁଖ କାରଣ ହେଉଛି ବିଷାକ୍ତ ଖାଦ୍ୟ। କେବଳ କ୍ୟାନ୍ସର ନୁହେଁ, ଅନେକ ଏହି ବିଷାକ୍ତ ଖାଦ୍ୟ ପାଇଁ ଆଖି, ସ୍ନାୟୁ, ଆଣ୍ଠୁ ଗଣ୍ଠି ଆଦି ସମସ୍ୟା ସୃଷ୍ଟି ହେଉଛି। ଏଥିରୁ ନିସ୍ତାର ପାଇବାକୁ ହେଲେ କେବଳ ଏକମାତ୍ର ବାଟ ହେଉଛି ଜୈବିକ କୃଷି। ବିନା ସାର୍ ଓ ବିନା କୀଟନାଶକକୁ ଜୈବିକ କୃଷି ଦେଉଛି ଚ୍ୟାଲେଞ୍ଜ। ଏହି ପ୍ରାକୃତିକ ଉପାୟରେ ଚାଷ ପ୍ରଣାଳୀକୁ ଆଗକୁ ନେବାକୁ ହେଲେ ନିହାତି ସରକାରୀ ପ୍ରୋତ୍ସାହନ ସହିତ ସଚେତନତା ଜରୁରୀ।’’
Published by:Lipina Das
First published: