ମାର୍ଚ୍ଚ ସୁଦ୍ଧା ଖାଲି ଥିବା ୨୮୩୪ଟି ସରକାରୀ ପଦବି ପୂରଣ କରିବ OPSC

ପରୀକ୍ଷା ଅତ୍ୟନ୍ତ ସ୍ୱଚ୍ଛତାର ସହ ହୋଇଛି ଓ ଚୟନ ପ୍ରକ୍ରିୟାକୁ ନେଇ ଆସିଥିବା ଅଭିଯୋଗରେ ସତ୍ୟତା ନାହିଁ: ଓପିଏସସି ଅଧ୍ୟକ୍ଷ ଡକ୍ଟର ସତ୍ୟଜିତ ମହାନ୍ତି

ଓପିଏସସି ଅଧ୍ୟକ୍ଷ ଡକ୍ଟର ସତ୍ୟଜିତ ମହାନ୍ତି

ଓପିଏସସି ଅଧ୍ୟକ୍ଷ ଡକ୍ଟର ସତ୍ୟଜିତ ମହାନ୍ତି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ: ବିବାଦ ଘେରକୁ ଆସିଥିବା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ନିଯୁକ୍ତି ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ଓପିଏସସି ବା ଓଡ଼ିଶା ଲୋକ ସେବା ଆୟୋଗର ଅଧକ୍ଷ ଡକ୍ଟର ସତ୍ୟଜିତ ମହାନ୍ତି । ପରୀକ୍ଷା ଅତ୍ୟନ୍ତ ସ୍ଵଚ୍ଛତାର ସହ ହୋଇଛି ଓ ଚୟନ ପ୍ରକ୍ରିୟାକୁ ନେଇ ଆସିଥିବା ଅଭିଯୋଗରେ ସତ୍ୟତା ନାହିଁ ବୋଲି ପ୍ରେସ ମିଟ ଜରିଆରେ କହିଛନ୍ତି ଓପିଏସସି ଅଧ୍ୟକ୍ଷ । ଫାଇନାଲ ରେଜଲ୍ଟ ପରେ ମାର୍କ ସିଟ ଅପଲୋଡ଼ କରାଯିବ ଓ ଚୂଡାନ୍ତ ତାଲିକା ବାହାରିବା ଆଗରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୨୦୧୬ ମସିହାର ଗାଇଡ଼ ଲାଇନର ଅନୁପାଳନ କରାଯିବ ବୋଲି ଓପିଏସସି ଅଧ୍ୟକ୍ଷ କହିଛନ୍ତି ।

ଏହା ସହ ଓପିଏସସି ନିରପେକ୍ଷ ଭାବେ କାର୍ଯ୍ୟ କରୁଛି ବୋଲି କହି ବିଗତ ୬ ମାସର ଉପଲବ୍ଧିଗୁଡ଼ିକୁ ମଧ୍ୟ ଗଣମାଧ୍ୟମ ସାମ୍ନାରେ ଉପାସ୍ଥାପିତ କରିଛନ୍ତି ଓପିଏସ ସି ଅଧକ୍ଷ । "ଚଳିତ ବର୍ଷ ୨ ହଜାର ୧୧୫ ଟି ସରକାରୀ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ କରିବାର ଦାୟିତ୍ୱ ଓପିଏସସି କାନ୍ଧରେ ଥିଲା। ନଭେମ୍ବର ମାସ ସୁଦ୍ଧା ବିଭିନ୍ନ ପଦବୀ ପାଇଁ କୃତକାର୍ଯ୍ୟ ହୋଇଥିବା ୧୫ ଶହ ୪୫ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ଲାଗି ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି ଓପିଏସସି। ସେଥି ମଧ୍ୟରୁ ଓଡିଶା ସିଭିଲ ସର୍ଭିସ ପାଇଁ ୩୯୨ ଜଣଙ୍କ ନାଁ ସୁପାରିଶ ହୋଇଛି," କହିଛନ୍ତି ଡକ୍ଟର ସତ୍ୟଜିତ ମହାନ୍ତି।

ଓପିଏସସିରୁ ମିଳିଥିବା ସୂଚନା ମୁତାବକ ୪୪୮ ଜଣ  ଆସିଷ୍ଟାଣ୍ଟ ପ୍ରଫେସର ( ଉଚ୍ଚ ଶିକ୍ଷା ବିଭାଗ ) ନିଯୁକ୍ତି ପାଇବାକୁ ଯାଉଛନ୍ତି । ୨୫୦ ଜଣ ଡାକ୍ତର, ୯୮ ଜଣ ପୋଷ୍ଟ ଗ୍ରାଜୁଏଟ ଟିଚର ଏବଂ ପ୍ରାୟ ୪୦ ଜଣ ଇଞ୍ଜିନିଅରଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ଦେବା ଲାଗି ଆୟୋଗ ସୁପାରିଶ କରିଛି । ତେବେ ଖୁବଶୀଘ୍ର  ବିଭିନ୍ନ ସରକାରୀ ପଦବୀ ପାଇଁ ଆଉ ୨୫୫୦ ଯୋଗ୍ୟ ପ୍ରାର୍ଥୀ ଚୟନ ହେବାକୁ ଯାଉଛନ୍ତି ।

ସୂଚନା ଯୋଗ୍ୟ ଯେ ଏଏସଓ ପରୀକ୍ଷା ଅନିୟମିତତା ନେଇ ହାଇକୋର୍ଟରେ ଦାୟର ହୋଇଥିବା ମାମଲାର ଶୁଣାଣି ହୋଇଥିଲା। ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ୨୦୧୬ ମସିହାରେ ଧାର୍ଯ୍ୟ ହୋଇଥିବା ଗାଇଡ଼ ଲାଇନକୁ ଅନୁଶରଣ କରି କରି ପ୍ରାର୍ଥୀ ଚୟନ କରିବା ପାଇଁ ଓପିଏସସିକୁ ନିର୍ଦ୍ଦେଶ ଦେଇଥିଲେ ।
Published by:Soumya Das
First published: