ନିଜ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଇଜେସନ୍ କଲା OPSC; ଏହା କରିବାରେ ହେଲା ଦେଶର ପ୍ରଥମ ଆୟୋଗ

ଓପିଏସସି ଜରିଆରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀମାନଙ୍କୁ ଏଣିକି ପରୀକ୍ଷା କିମ୍ବା ନିଯୁକ୍ତି ସମ୍ପର୍କିତ ତଥ୍ୟ ପାଇଁ ଆଉ ଓପିଏସସି କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡିବ ନାହିଁ । ଘରେ ବସି ଏ ବାବଦରେ ସୂଚନା ପାଇ ପାରିବେ ସେମାନେ ।

ନିଜ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଇଜେସନ୍ କଲା OPSC; ଏହା କରିବାରେ ହେଲା ଦେଶର ପ୍ରଥମ ଆୟୋଗ
କଟକସ୍ଥିତ ଓ.ପି.ଏସ୍‌.ସି..ର ମୁଖ୍ୟାଳୟ
  • News18 Odia
  • Last Updated: February 6, 2020, 1:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ନିଜ କାର୍ଯ୍ୟ ପ୍ରଣାଳୀରେ ଅଧିକ ସ୍ବଚ୍ଛତା ଆଣିବା ଓ କାର୍ଯ୍ୟର ବେଗ ବଢ଼େଇବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛି ଓଡିଶା ଲୋକ ସେବା ଆୟୋଗ (OPSC, ଓପିଏସି) । ନିଜ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଇଜେସନ୍ କରି ଆୟୋଗ ଦେଶରେ ସମ୍ପୂର୍ଣ୍ଣ ଡିଜିଟାଇଜେସନ କ୍ଷେତ୍ରରେ ପ୍ରଥମ ଲୋକ ସେବା ଆୟୋଗ ହେବାର ଗୌଗବ ଲାଭ କରିଛି ।

ଓପିଏସସି ଜରିଆରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀମାନଙ୍କୁ ଏଣିକି ପରୀକ୍ଷା କିମ୍ବା ନିଯୁକ୍ତି ସମ୍ପର୍କିତ କୌଣସି ତଥ୍ୟ ବା ସୂଚନା ପାଇଁ ଆଉ ଓପିଏସସି କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡିବ ନାହିଁ । ଘରେ ବସି ଏ ବାବଦରେ ସୂଚନା ପାଇ ପାରିବେ ପରିକ୍ଷାର୍ଥୀମାନେ । ନିଜ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ସହ ତ୍ବରିତ ବେଗରେ କାର୍ଯ୍ୟ କରିବା ପାଇଁ ନିଜ ୱେବ ପୋର୍ଟାଲକୁ ଅପଗ୍ରେଡ୍ କରିଛି ଓପିଏସସି ।

ଓପିଏସସିର ୱେବ୍ ପୋଟାଲ୍ www.opsc.gov.in ରେ CSMS ବା Comprehensive Selection Management System କୁ ଅପଗ୍ରେଡ୍ କରାଯାଇଛି । ଫଳରେ ଓପିଏସସିର ସମ୍ପୂର୍ଣ୍ଣ ପ୍ରକ୍ରିୟା ଡିଜିଟାଇଜେନ୍ କରିବାରେ ଦେଶରେ ପ୍ରଥମ ଆୟୋଗରେ ପରିଣତ ହୋଇଛି ।

ଏହି ପୋର୍ଟାଲରେ ପ୍ରଥମ ଥର ନିଜ ନାମକୁ ପଞ୍ଜିକରଣ କରିବା ସମୟରେ ଆବେଦନକାରୀଙ୍କୁ ଏକ ୟୁନିକ ଆକାଉଣ୍ଟ ନମ୍ବର ବା Permanent Public Service Account Number ପ୍ରଦାନ କରାଯିବ । ଏହି ୟୁନିକ ଆକାଉଣ୍ଟ ନମ୍ବର ଜରିଆରେ ସିଏମଏସରେ ଲଗଇନ୍ କରି ସମ୍ପୃକ୍ତ ଆବେଦନକାରୀ ପରୀକ୍ଷାରେ କେତେ ନମ୍ବର ହାସଲ କଲେ ଏବଂ ଅନ୍ୟ କେଉଁ ପଦବୀ ପାଇଁ ଆୟୋଗ ବିଜ୍ଞାପନ ପ୍ରକାଶ କରିଛନ୍ତି ସେ ନେଇ ସବିଶେଷ ବିବରଣୀ ପାଇବା ସହ ଅନ୍ୟ ପଦବୀଗୁଡିକ ପାଇଁ ମଧ୍ୟ ଆବେଦନ କରି ପାରିବେ ।

ଓପିଏସସିର ଅଧ୍ୟକ୍ଷ ବ୍ରିଗେଡିୟର ଏଲ.ସି. ପଟ୍ଟନାୟକ


“ପଦବୀ ପୂରଣ ପାଇଁ ସରକାରଙ୍କ ରିକ୍ୟୁଜିସନ୍ ପାଇବା ଠାରୁ ଫଳ ପ୍ରକାଶନ ପାଇଁ ଏବେ ଛଅରୁ ଆଠ ମାସ ଲାଗୁଛି । କିନ୍ତୁ ଏହି ବ୍ୟବସ୍ଥା ଦ୍ବାରା ୩ ରୁ ୪ ମାସ ମଧ୍ୟରେ ପୂରା ପ୍ରକ୍ରିୟା ଶେଷ ହେବ । ଏହା ବ୍ୟତୀତ ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ବୃଦ୍ଧି ସହ ଆବେଦନ ପତ୍ର ଗହଣ ଓ ସ୍କ୍ରୁଟିନି ଭଳି କାର୍ଯ୍ୟ ଅତି ସହଜରେ ଓ କମ ସମୟ ମଧ୍ୟରେ ହୋଇ ପାରିବ ଏବଂ ଖାଲି ପଡ଼ିଥିବା ସରକାରୀ ପଦବୀ ଖୁବ କମ ସମୟରେ ପୂରଣ କରାଯାଇ ପାରିବ,’’ କହିଛନ୍ତି ଓପିଏସସିର ଅଧ୍ୟକ୍ଷ ବ୍ରିଗେଡିୟର ଏଲ.ସି. ପଟ୍ଟନାୟକ ।

କେବଳ ପରୀକ୍ଷାର୍ଥୀ ନୁହଁନ୍ତି, ଏହି ବ୍ୟବସ୍ଥାରେ ସମସ୍ତ ସରକାରୀ ବିଭାଗ ଓ ପରୀକ୍ଷା ପରିଚାଳନା କରୁଥିବା କତ୍ତୃପକ୍ଷ ମଧ୍ୟ ଓପିଏସସି ସହିତ ସିଧାସଳଖ ଯୋଡି ହୋଇପାରିବେ । ଫଳରେ ସୂଚନା ଆଦାନ ପ୍ରଦାନ, ପ୍ରଶ୍ନ, ନକଲ ସମ୍ପର୍କିତ ମୂଳ ଦଲିଲ୍ ଓ ଅଭିଯୋଗ ମଧ୍ୟ ଗ୍ରହଣ କରାଯିବ ।

ଏହା ବ୍ୟତୀତ ଏହି ବ୍ୟବସ୍ଥା ଆୟୋଗକୁ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ରିକ୍ୟୁଜିସନ୍ ସହ ଅନଲାଇନ ଆବେଦନ, ପରୀକ୍ଷା ପରିଚାଳନା, ଫଳ ପ୍ରକାଶନ ଓ କୃତକାର୍ଯ୍ୟ ହେଉଥିବା ପରୀକ୍ଷାର୍ଥୀଙ୍କ ବାବଦରେ ସମ୍ପୃକ୍ତ ବିଭାଗକୁ ମଧ୍ୟ ସୂଚ଼ନା ଦେଇପାରିବ ।

ଓପିଏସସିରୁ ମିଳିଥିବା ସୂଚ଼ନା ମୁତବକ ଏବେ ରାଜ୍ୟ ସରକାରଙ୍କ ସମସ୍ତ ୩୬ଟି ବିଭାଗରେ ପ୍ରାୟ ୨,୦୦୦ ବଦବୀ ଖାଲି ପଡିଛି । ଶିକ୍ଷା ବିଭାଗରେ ସର୍ବାଧିକ ୬୦୬ ଟି ଓ ୱାର୍କ ଡିପାର୍ଟମେଣ୍ଟରେ ୩୦୦ଟି ସହକାରୀ ଯନ୍ତ୍ରୀଙ୍କ ପଦବୀ ପୂରଣ ହେବା ଅପେକ୍ଷାରେ ରହିଛି ।
First published: February 6, 2020, 1:49 PM IST
corona virus btn
corona virus btn
Loading