ପ୍ରକାଶ ପାଇଲା OPSC ପରୀକ୍ଷା ଫଳ; ତେଜସ୍ୱିନୀ ବେହେରା OAS ଟପ୍ପର

ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୦ ଫଳାଫଳ ପ୍ରକାଶ ହୋଇଛି। ତେଜସ୍ୱିନୀ ବେହେରା ହୋଇଛନ୍ତି OAS ଟପ୍ପର।

ପ୍ରକାଶ ପାଇଲା OPSC ପରୀକ୍ଷା ଫଳ (ପ୍ରତୀକାତ୍ମକ ଛବି)

ପ୍ରକାଶ ପାଇଲା OPSC ପରୀକ୍ଷା ଫଳ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ: ଓଡିଶା ଲୋକସେବା ଆୟୋଗ ବା ଓ.ପି.ଏସ.ସି ଶୁକ୍ରବାର ଦିନ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୦ ଫଳାଫଳ ପ୍ରକାଶ କରିଛି। ମୋଟ ୩୯୨ ଜଣ ପ୍ରାର୍ଥୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେଥିମଧ୍ୟରୁ ୧୪୮ ଜଣ ମହିଳା ଅଛନ୍ତି ।

ତେଜସ୍ୱିନୀ ବେହେରା ଓଡିଶା ପ୍ରଶାସନିକ ସେବାର ଶୀର୍ଷ ରାଙ୍କରେ ରହିଛନ୍ତି ।  OAS ମାନ୍ୟତା ପାଇଥିବା ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ତିନିଜଣ ଯାକ ପ୍ରାର୍ଥୀ ହେଉଛନ୍ତି ମହିଳା । ଟପ୍ ତିନି ତାଲିକାରେ ଯଥାକ୍ରମେ ତେଜସ୍ୱିନୀ ବେହେରା, ଶୁଭଙ୍କରୀ ସୁଦେଷ୍ଣା ଦାଶ ଦ୍ୱିତୀୟ ଓ ଅନନ୍ୟା ସୃଷ୍ଟି ଶତପଥୀ  ରହିଛନ୍ତି । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ ରହିଛି । ଶ୍ରେଷ୍ଠ ୧୦ ଜଣ ଯୋଗ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ମହିଳା ଓ ବାକି ୩ ଜଣ ପୁରୁଷ ପ୍ରାର୍ଥୀ ଅଛନ୍ତି ।

ଚତୁର୍ଥ ସ୍ଥାନରେ ଦେବବ୍ରତ କର ଥିବା ବେଳେ ପଞ୍ଚମ ସ୍ଥାନରେ ରହିଛନ୍ତି ଦେବବ୍ରତ ମହାରଣା । ସେହିଭଳି ଅଭିଷ୍ମିତା ତିଓ୍ବାରୀ ଷଷ୍ଠ ସ୍ଥାନରେ ରହିଥିବା ବେଳେ ସପ୍ତମ ସ୍ଥାନରେ ଶୁଭଶ୍ରୀ ରଥ, ଅଷ୍ଠମ ସ୍ଥାନରେ ଶ୍ରୀତପ ମିଶ୍ର, ନବମ ସ୍ଥାନରେ ବିବେକାନନ୍ଦ ଶଢଙ୍ଗୀ ଓ ଦଶମ ସ୍ଥାନରେ ତପତି ରାଜ ରହିଛନ୍ତି ।

"ଏହା ମୋର ତୃତୀୟ ପ୍ରୟାସ ଥିଲା । ସିଭିଲ ସର୍ଭିସରେ ଭଲ କରିବି ବୋଲି ଆଶା ଥିଲା କିନ୍ତୁ ଏକ ଅଙ୍କ ବିଶିଷ୍ଟ ରାଙ୍କରେ ମୋ ନାଁ ରହିବ ତାହା ଭାବି ନଥିଲି । ଏବେ ମୁଁ ଓଡ଼ିଶା ରେଭିନ୍ୟୁ ସର୍ଭିସରେ ଅଛି । ଏହା ପୂର୍ବରୁ ମୁଁ ଅନ୍ୟ ଏକ ସ୍ଥାନରେ ଚାକିରି କରିଥିଲି । ପରୀକ୍ଷା ପାଇଁ ପଢିବାର ଅଛି, ତା ପୂର୍ବରୁ ପରୀକ୍ଷାକୁ ପଢିବାକୁ ପଡ଼ିଥିଲା । ମୋତେ ଯେତିକି ସମୟ ମିଳେ ମୁଁ ସେହି ସମୟରେ କେଉଁ ଉପାୟରେ ଅଧିକ ଜ୍ଞାନ ଆହରଣ କରି ପାରିବି ସେହି ଲକ୍ଷ୍ୟ ମୋର ଥାଏ," କହିଛନ୍ତି ରାଙ୍କ ୫ସ୍ଥାନ ଅଧିଗ୍ରହଣ କରିଥିବା ଦେବବ୍ରତ ମହାରାଣା ।

୧୯ ସେପ୍ଟେମ୍ବର ୨୦୨୨ ରୁ ୩୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଓଡିଶା ସିଭିଲ ସର୍ଭିସେସ୍ ପରୀକ୍ଷଣର ପର୍ସନାଲିଟି ଟେଷ୍ଟ ଆଧାରରେ ଆୟୋଗ ୩୯୨ (148-w) ପ୍ରାର୍ଥୀଙ୍କୁ ଓଡିଶା ଅଧୀନରେ ଆସୁଥିବା ପୋଷ୍ଟ / ସେବାରେ ନିଯୁକ୍ତି ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ସୁପାରିଶ କରିଛି।
Published by:Soumya Das
First published: