ଏମୋନିୟମ ନାଇଟ୍ରେଟ କେମିକାଲ ପ୍ଲାଣ୍ଟକୁ ବିରୋଧ; ଗ୍ରାମବାସୀ ଓ ପୋଲିସ ଧସ୍ତାଧସ୍ତି

କାଳିପଲ୍ଲୀ ନିକଟରେ ଟେକ୍ନିକାଲ ଏମୋନିୟମ ନାଇଟ୍ରେଟ କେମିକାଲ ପ୍ଲାଣ୍ଟକୁ ବିରୋଧ କଲେ ୬ ଖଣ୍ଡ ପଞ୍ଚାୟତ ବାସିନ୍ଦା । ଗ୍ରାମବାସୀ ଓ ପୋଲିସ ଧସ୍ତାଧସ୍ତି ବହୁ ଆହତ ।

ଏମୋନିୟମ ନାଇଟ୍ରେଟ କେମିକାଲ ପ୍ଲାଣ୍ଟକୁ ବିରୋଧ; ଗ୍ରାମବାସୀ ଓ ପୋଲିସ ଧସ୍ତାଧସ୍ତି

ଏମୋନିୟମ ନାଇଟ୍ରେଟ କେମିକାଲ ପ୍ଲାଣ୍ଟକୁ ବିରୋଧ; ଗ୍ରାମବାସୀ ଓ ପୋଲିସ ଧସ୍ତାଧସ୍ତି

  • News18 Odia
  • Last Updated :
  • Brahmapur (Berhampur), India
  • Share this:
News 18 Odia Digital

ବ୍ରହ୍ମପୁର; ଦୀପକ ଫଟିଲାଇଜର କାରଖାନାକୁ ଘୋର ବିରୋଧ । ମରିବୁ ପଛେ କାରଖାନାକୁ କରାଇ ଦେବୁନାହିଁ । ଏଭଳି ଦାବି କରି ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଆଜି ଅପରାହ୍ନରେ ଏଭଳି ବିରୋଧ ଦେଖିବାକୁ ମିଳିଛି ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିପଲ୍ଲୀ ଗାଁ ନିକଟରେ ।



ଚାଷୀମାନଙ୍କ ଜମି ନେବା ସମୟରେ ଟାଟା ଏଠାରେ ମେଗା କମ୍ପାନୀ କରାଇବା ନେଇ କହିଥିଲା । ଏଥିସହ ପ୍ରତି ପରିବାରର ଗୋଟିଏ ଲୋକଙ୍କୁ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଟାଟା ଜାଗା ନେଇଥିଲା । କିନ୍ତୁ ଚାକିରି ତ ଦୂରର କଥା ଭଲ କମ୍ପାନୀ ନାମରେ ବିଷାକ୍ତ କମ୍ପାନୀ କରିଥିବା ଯୋଗୁଁ ଏଭଳି ବିରୋଧ କରୁଛନ୍ତି ୬ ଖଣ୍ଡ ପଞ୍ଚାୟତର ବାସିନ୍ଦା ।ଆନ୍ଦୋଳନ କରି ଗ୍ରାମବାସୀ କହିଛନ୍ତି ଯେ. ମରିବୁ ବିଷାକ୍ତ କାରଖାନା କରାଇଦେବୁ ନାହିଁ । ଏଭଳି ନିଜ ଦାବିରେ ଅଟଳ ରହିଛନ୍ତି ପ୍ରାୟ ୬ ଖଣ୍ଡର ପଞ୍ଚାୟତର ବାସିନ୍ଦା । ଯାହାକୁ ନେଇ ଆଜି ଦେଖିବାକୁ ମିଳିଥିଲା ଉତ୍ତେଜନାମୂଳକ ପରିସ୍ଥିତି ଓ ଗ୍ରାମବାସୀ ଏବଂ ପୋଲିସ ଧସ୍ତାଧସ୍ତି ।

୧୯୯୫ ମସିହାରେ ଟାଟା କମ୍ପାନୀ ୩ ହଜାର ୮୦୦ ଏକର ଜାଗା ଚାଷୀ ମାନଙ୍କ ଠାରୁ ନେଇଥିଲା । ଏହାସହ ଗୋଚର ଓ ସରକାରୀ ଜମି ମିଶାଇ ୬ ହଜାର ଏକର ଜାଗା ନେଇଥିଲା ଟାଟା । ୧୨ ବର୍ଷ ପରେ ମଧ୍ୟ କୈଣସି କମ୍ପାନୀ ନ ହେବା ଯୋଗୁଁ ଗ୍ରାମବାସୀମାନେ ଏନେଇ ସ୍ୱର ଉତ୍ତୋଳନ କରିଥିଲେ । ଏହାପରେ ୨୦୧୧ ମସିହାରେ ଇଣ୍ଡଷ୍ଟ୍ରିଆଲ ପାର୍କ କରିବା ନିମନ୍ତେ ଟାଟା ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲା । ପ୍ରତିଶ୍ରୁତିର ଦୀର୍ଘ ବର୍ଷ ପରେ ଭଲ କମ୍ପାନୀ ହୋଇନଥିବା ବେଳେ ଗ୍ରାମବାସୀଙ୍କୁ ରୋଜଗାର ମଧ୍ୟ ମିଳିନଥିଲା । ଗତ କିଛି ମାସ ପୂର୍ବରୁ ଟାଟା ଦୀପକ ଫଟିଲାଇଜର କାରଖାନା ପ୍ରତିଷ୍ଠା କରିବା ନେଇ ନିଷ୍ପତ୍ତି ନେଇଥିଲା । ଏହି କମ୍ପାନୀ ସାର ପ୍ରସ୍ତୁତ କରିବ ନାହିଁ ବରଂ ଟେକ୍ନିକାଲ ଏମୋନିୟମ ନାଇଟ୍ରେଟ କେମିକାଲ ପ୍ଲାଣ୍ଟ କରିବ ବୋଲି ଗ୍ରାମବାସୀ ଜାଣିବାକୁ ପାଇଥିଲେ । ଜାଣିବା ପରେ ବିରୋଧ କରିଥିଲେ ଗ୍ରାମବାସୀ । କାରଣ ପ୍ଲାଣ୍ଟ ହେବା ପୂର୍ବରୁ କୈାଣସି ଜନଶୁଣାଣୀ ହୋଇନଥିଲା । ଯାହାଫଳରେ ଟାଟା କମ୍ପାନୀ କେଉଁ ପ୍ଲାଣ୍ଟ କରିବ ସେ ନେଇ ଗ୍ରାମବାସୀମାନେ ଅବଗତ ହୋଇପାରିନଥିଲେ ।‌  ଗ୍ରାମବାସୀଙ୍କୁ ନ ଜଣାଇ ଏଭଳି କମ୍ପାନୀ କରିଥିବା ଯୋଗୁଁ ବିରୋଧ କରାଯାଇଥିବା କହିଛନ୍ତି, ଆନ୍ଦୋଳନକାରୀ ଝରଣା ।

" ଯଦି ଜନବସତି ନିକଟରେ ଏଭଳି ଟେକ୍ନିକାଲ ଏମୋନିୟମ ନାଇଟ୍ରେଟ କେମିକାଲ ପ୍ଲାଣ୍ଟ ହେବ ତେବେ ଗ୍ରାମବାସୀ ମାନେ ଏହାଦ୍ୱାରା ବେଶ ପ୍ରଭାବିତ ହେବେ । ବିଭିନ୍ନ ରୋଗରେ ପଡିବା ସହ ପରିବେଶ ମଧ୍ୟ ଦୂଷିତ ହେବ ବୋଲି କହିଛନ୍ତି, ଆନ୍ଦୋଳନକାରୀ ଗୁରୁଦେବ ବେହେରା । ତେଣୁ ଏହି କେମିକାଲ ପ୍ଲାଣ୍ଟକୁ ବନ୍ଦ କରିବା ନେଇ ଗତ ମାସ ୧୯ ତାରିଖରେ ଗ୍ରାମବାସୀ ଓ କମ୍ପାନୀ ମଧ୍ୟରେ ପାଟିତୁଣ୍ଡ ହେବା ସହ କାମ ବନ୍ଦ କରିଥିଲେ ଗ୍ରାମବାସୀ । ଗତକାଲି ପୁଣି କାମ ଆରମ୍ଭ ହୋଇଥିଲା ତେଣୁ ଗ୍ରାମବାସୀଙ୍କ ବିରୋଧ କରିଥିଲେ । ଫଳରେ କାମ ବନ୍ଦ କରାଯାଇଥିଲା । ଆଜି ପୁଣି କାମ ଆରମ୍ଭ ହେବାରୁ ଗ୍ରାମବାସୀମାନେ ପହଞ୍ଚିଥିଲେ । ଏହାପରେ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ହୋଇଥିଲା ଧସ୍ତାଧସ୍ତି । ଏହି କେମିକାଲ ପ୍ଲାଣ୍ଟ ହେଲେ ନିକଟରେ ରହିଥିବା ୬ ଖଣ୍ଡ ପଞ୍ଚାୟତର ଲୋକେ ପ୍ରଭାବିତ ହେବେ । କାଳିପଲ୍ଲୀ, ଶ୍ରୀରାମଚନ୍ଦପୁର, ଚମାଖଣ୍ଡି, ନାରାୟଣପୁର, ଆର୍ଯ୍ୟପଲ୍ଲୀ ଓ କଣମଣା ପଞ୍ଚାୟତର ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବେ । "କୋର୍ଟଙ୍କ ଆଦେଶ ପ୍ରକାରେ ପ୍ଲାଣ୍ଟ କାମ ଆରମ୍ଭ ହୋଇଥିଲା । ଏହି ସମୟରେ ହଠାତ ୬ ଖଣ୍ଡ ପଞ୍ଚାୟତର ଲୋକେ କମ୍ପାନୀ ମଧ୍ୟରେ ଧସେଇ ପଶିଥିଲେ । ଯାହାଫଳରେ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଥିଲା ।

ଯେହେତୁ ଗ୍ରାମବାସୀଙ୍କୁ ପୂର୍ବରୁ ବୁଝାସୁଝା କରାଯିବା ସହ ଯାହା ସେମାନଙ୍କର ଅଭିଯୋଗ ରହିଛି ତାହା ପ୍ରଶାସନକୁ ଜଣାଇବାକୁ କୁହାଯାଇଥିଲା । କିନ୍ତୁ ଗ୍ରାମବାସୀମାନେ ପ୍ରଶାସନକୁ ନଜଣାଇ ଏଭଳି କମ୍ପାନୀ ମଧ୍ୟକୁ ନ ଆସି ପ୍ରଶାସନ ସହ ଆଲୋଚନା କଲେ ଭଲ ହେବ ବୋଲି କହିଛନ୍ତି, ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର  ।  ପୋଲିସ ସହ ଧସ୍ତାଧସ୍ତି ଫଳରେ ବହୁ ପୋଲିସ କର୍ମଚାରୀ ଓ ଅନେକ ଗ୍ରାମବାସୀ ମଧ୍ୟ ଆହତ ହୋଇଥିଲେ । ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲା । ଛତ୍ରପୁର ଏସଡିପିଓ ଏବଂ ଅତିରିକ୍ତ ଏସପି ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । କାମ ବନ୍ଦ କରିବା ନେଇ ଦୀର୍ଘ ଏକ ଘଣ୍ଟା ଧରି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ପରେ ବର୍ତ୍ତମାନ ପରିସ୍ଥିତି ଶାନ୍ତ ପଡିଛି । କିଭଳି ଶାନ୍ତି ଶୃଙ୍ଖଳାର ସମାଧାନ ହୋଇପାରିବ ସେ ନେଇ ମଧ୍ୟ ପ୍ରଚେଷ୍ଟା ଜାରି ରହିଥିବା କହିଛନ୍ତି, ଅତିରିକ୍ତ ଏସପି "ପ୍ରଦୀପ କୁମାର ଦଳାଇ । ବର୍ତ୍ତମାନ କାମ କିଭଳି ପୁଣି ଆରମ୍ଭ ନ ହେବ ତାହାକୁ ଜଗି ରହିଛନ୍ତି ୬ଖଣ୍ଡ ପଞ୍ଚାୟତର ବାସିନ୍ଦା ।
Published by:Soubhagya Mishra
First published: