ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆନ୍ଧ୍ର ମୁଖ୍ୟ ମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟ ମନ୍ତ୍ରୀଙ୍କ ଆଲୋଚନାକୁ ନେଇ ବିରୋଧୀଙ୍କ ଭିନ୍ନ ମତ

ଆନ୍ଧ୍ର ମୁଖ୍ୟ ମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟ ମନ୍ତ୍ରୀଙ୍କ ଆଲୋଚନାକୁ ନେଇ ବିରୋଧୀଙ୍କ ଭିନ୍ନ ମତ

ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବେ। ଏନେଇ ମଙ୍ଗଳବାର ସହମତି ପ୍ରକାଶ ପାଇଥିବା ସରକାରୀ ବୟାନରେ କୁହାଯାଉଥିଲେ ବି ବିରୋଧୀ ଏହାକୁ ଭିନ୍ନ ଢ଼ଙ୍ଗରେ ଦେଖିଛନ୍ତି।

ଆନ୍ଧ୍ର ମୁଖ୍ୟ ମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟ ମନ୍ତ୍ରୀଙ୍କ ଆଲୋଚନାକୁ ନେଇ ବିରୋଧୀଙ୍କ ଭିନ୍ନ ମତ
ଆନ୍ଧ୍ର ମୁଖ୍ୟ ମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟ ମନ୍ତ୍ରୀଙ୍କ ଆଲୋଚନାକୁ ନେଇ ବିରୋଧୀଙ୍କ ଭିନ୍ନ ମତ
  • News18 Odia
  • Last Updated: November 11, 2021, 2:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଆନ୍ଧ୍ର ମୁଖ୍ୟ ମନ୍ତ୍ରୀ ଜଗନ ମୋହନ ରେଡ୍ଡି ଓ ଓଡ଼ିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଆଲୋଚନା ପରେ ଦୁଇ ରାଜ୍ୟ ମଧ୍ୟରେ ଥିବା ବିବାଦର ସମାଧାନ ହେବ ବୋଲି ଆଶା କରାଯାଉଛି। ସୀମା ବିବାଦ, ଜଳ ବିବାଦ ଆଦି ପ୍ରସଙ୍ଗରେ ସମାଧାନ ପାଇଁ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦକ୍ଷେପ ନେବେ। ମଙ୍ଗଳବାର ସକରାତ୍ମକ ଆଲୋଚନା ହୋଇଥିବା ଉଭୟ ପକ୍ଷରୁ କୁହାଯାଇଛି। ତେବେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିବା ବେଳେ ଦୁଇ ମୁଖ୍ୟ ମନ୍ତ୍ରୀଙ୍କ ଆଲୋଚନା ପରେ ସମାଧାନର ରାସ୍ତା ଫିଟିବ ବୋଲି ଆଶା କରାଯାଉଛି। ହେଲେ ଏହାକୁ ବିରୋଧୀ ଭିନ୍ନ ନଜରରେ ଦେଖୁଛନ୍ତି ।

କୋଟିଆ ସୀମା ବିବାଦ, ନେରେଡି ବ୍ୟାରେଜ, ଝଞ୍ଜାବତୀ, ପୋଲାଭରମ, ଓଡ଼ିଆ ଭାଷା ଭଳି ଅନେକ ସମସ୍ୟା ରହିଥିବା ବେଳେ ସମସ୍ତ ସମସ୍ୟାର ସମାଧାନ ପାଇଁ ଦୁଇ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବେ। ଏନେଇ ମଙ୍ଗଳବାର ସହମତି ପ୍ରକାଶ ପାଇଥିବା ସରକାରୀ ବୟାନରେ କୁହାଯାଉଥିଲେ ବି ବିରୋଧୀ ଏହାକୁ ଭିନ୍ନ ଢ଼ଙ୍ଗରେ ଦେଖିଛନ୍ତି।

ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଥିଲେ, ‘‘ଦୁଇ ମୁଖ୍ୟ ମନ୍ତ୍ରୀ କଥା ହେବା ପରେ ପୁଣି ମୁଖ୍ୟ ଶାସନ ସଚିବ କଣ କରିବେ । ବିନା ପ୍ରସ୍ତୁତିରେ ଓଡ଼ିଶାର ସରକାର ବ୍ୟାକଫୁଟରେ ଆଲୋଚନା କରିଛନ୍ତି। ଜଗନ ମୋହନ ରେଡ୍ଡି ଆସିଥିଲେ ତାଙ୍କ ଇଛା ପୂରଣ କରିବା ପାଇଁ । ଯାହା ଓଡ଼ିଶାର ନେବା କଥା ନେଇଗଲେ ଆଉ ଏବେ ଯାହା ନେବାର ଅଛି ସେଥି ପାଇଁ ରାଜ୍ୟ ସରକାରଙ୍କ କ୍ଲିଅରାନ୍ସ ନେବା ପାଇଁ ଆସିଥିଲେ । ନେରେଡ଼ି ବ୍ୟାରେଜ ପାଇଁ ତାଙ୍କୁ ଓଡ଼ିଶାର ସାହାଯ୍ୟ ଆବଶ୍ୟକତା ରହିଛି ତେଣୁ ସେ ଆସିଥିଲେ । ରାଜ୍ୟ ସରକାର କହିଲେ ବେଶ୍ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହେଲା । ଆଉ ଠିକ ଏହି ଆଲୋଚନା ଚାଲିଥିବା ବେଳେ ଆନ୍ଧ୍ର ଅଫିସରମାନେ ଜମି ପଟା ବାଣ୍ଟିବାର ପ୍ରୟାସ କରିଛନ୍ତି । ଆଜି ଆନ୍ଧ୍ର ଅଫିସର କୋଟିଆରେ ବୁଲୁଛନ୍ତି । ଆମର ସ୍ପଷ୍ଟ ମତ ଥିଲା ଯଦି ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଓ ଆନ୍ଧ୍ର ମୁଖ୍ୟ ମନ୍ତ୍ରୀଙ୍କ କଥା କରିବାର ଆବଶ୍ୟକତା ପଡ଼ିଲା ତେବେ ସ୍ପଷ୍ଟ ଭାବେ କହିଥାନ୍ତେ ଯେ ସୀମାନ୍ତ ଅଞ୍ଚଳରେ ଯାହା ଯାହା ଆନୁପ୍ରବେଶ କରିଛ ବନ୍ଦ କର ତା ପରେ ଚର୍ଚ୍ଚା ଆଲୋଚନା ହେବ।’’

୨୧ଟି ଗାଁ ଚାଲିଯିବ । ୨୦୨୨ ନିର୍ବାଚନ ଓଡ଼ିଶା ସରକାର କରି ପାରିବେ କି ନାହିଁ ତାହା ବଡ଼ ପ୍ରଶ୍ନ । ମହେନ୍ଦ୍ରତନୟା, ବଂଶଧାରା, ଝଞ୍ଜାବତୀ ନଗବଳୀ ଭଳି ସବୁ ନଦୀ ତଳ ମୁଣ୍ଡରେ ଆନ୍ଧ୍ର ବନ୍ଧ ବାନ୍ଧି ସାରିଲାଣି । ସବୁଠାରୁ ବଡ଼ ଦୁଃଖ କଥା ହେଉଛି ଯେଉଁ ସରକାର ବା ଯେଉଁ ମୁଖ୍ୟ ମନ୍ତ୍ରୀ ଓଡ଼ିଶାର ସୀମାର ସୁରକ୍ଷା କରିବା କଥା ତାଙ୍କ ପାଖରେ ପ୍ରପର ଏଜେଣ୍ଡା ବି ନାହିଁ କ'ଣ ଚର୍ଚ୍ଚା କରାଯିବ । ସେଠାରେ ଓଡ଼ିଶାର ଯୁକ୍ତି ସଠିକ ଓ ସମ୍ପୂର୍ଣ୍ଣ ଭାବେ ଉପସ୍ଥାପିତ ହେଲା ନାହିଁ । ବୈଠକର କୌଣସି ମୂଲ୍ୟ ନାହିଁ । ଆନ୍ଧ୍ର ସରକାରଙ୍କ ସହ ବିନା ସର୍ତ୍ତରେ ଓଡ଼ିଶା ସରକାର ବସିବା କଥା ନୁହେଁ । ଓଡ଼ିଶାର ସବୁ କିଛି ଆନ୍ଧ୍ର ନେଇଯିବା ପରେ ଏ ଆଲୋଚନାର କିଛି ମୁଲ୍ୟ ନାହିଁ ବୋଲି ସେ କହିଛନ୍ତି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, "ଆନ୍ଧ୍ର ମୁଖ୍ୟ ମନ୍ତ୍ରୀ ଆମ ମୁଖ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଆସିଥିବା ବେଳେ ଆନ୍ଧ୍ରର ଅଧିକାରୀମାନେ କୋଟିଆକୁ ଆସି ପଟା ବଣ୍ଟନ କରିବା ସହ ପଲ୍ଲିସଭା,ଗ୍ରାମସଭା କରୁଥିଲେ। ଆନ୍ଧ୍ର ଅଧିକାରୀ ଭାବିବା ଭୁଲ ଯେ କୋରାପୁଟ ଲୋକ ଦୁର୍ବଳ ବୋଲି। ଆଗାମୀ ଦିନରେ କ'ଣ କରାଯାଇପାରିବ ସେ ନେଇ ସର୍ବଦଳୀୟ ବୈଠକରେ ସ୍ଥିର ହେବ। ଆବଶ୍ୟକ ସ୍ଥଳେ ମୁଖ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବୁ। ଭାରତ ପାକିସ୍ତାନ ଲଢ଼େଇ ଯେପରି ଓଡ଼ିଶା ଆନ୍ଧ୍ର ସ୍ଥିତି ସେପରି ହେଲାଣି ।’’

ବିରୋଧୀଙ୍କୁ ଟାର୍ଗେଟ କରି ଶାକସ ଦଳ ବିଜେଡି ବିଧାୟକ ତଥା ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ, "ଅନ୍ତରାଜ୍ୟ ସୀମା ବିବାଦ ନେଇ ଆଲୋଚନା ହୋଇଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଲୋଚନା ହିଁ ପ୍ରକୃଷ୍ଟ ମାଧ୍ୟମ। ଅତୀତରେ ଆଲୋଚନା ମାଧ୍ୟମରେ ଅନେକ ସମସ୍ୟା ସମାଧାନ ହୋଇଛି। ଆଶା କରାଯାଉଛି ଆଗକୁ ଏ ସମସ୍ୟାର ବି ସମାଧାନ ହେବ। ଉଦ୍ୟମ ଜାରି ରହିଛି। ସଫଳ ହେବ ବୋଲି ଆଶା କରାଯାଉଥିବା ।’’
Published by: Lipina Das
First published: November 11, 2021, 2:30 PM IST