ନବ ଦାସଙ୍କ ହତ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ; ଆଣିଲେ କଡ଼ା ଅଭିଯୋଗ

Naba Das Murder Case: ନବଙ୍କ ସାମ୍ରାଜ୍ୟ ଅଧିକାର ପାଇଁ ତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା କହିଛନ୍ତି ବିଜେପି ବିଧାୟକ। କଂଗ୍ରେସ କହିଲା ନିଜ ଦଳର ବି ଶତ୍ରୁ ହୋଇପାରନ୍ତି।

ନବ ଦାସଙ୍କ ହତ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ

ନବ ଦାସଙ୍କ ହତ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Naba Das Murder Case: ନବ ଦାସଙ୍କ ହତ୍ୟା କାଣ୍ଡକୁ ନେଇ ଥମୁନି ରାଜନୀତି। କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିଲେ ବି ତଦନ୍ତକୁ ନେଇ ବିରୋଧୀ ସନ୍ତୁଷ୍ଟ ନୁହଁନ୍ତି। ହତ୍ୟାକାଣ୍ଡ ପଛରେ ବଡ଼ ଧରଣର ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି ବିରୋଧୀ।

ରାଜନୈତିକ ଓ ବ୍ୟବସାୟୀକ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରି ସିବିଆଇ ତଦନ୍ତ ଦାବି କରିଛି ବିଜେପି। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସାଙ୍ଘାତିକ ଅଭିଯୋଗ ଲଗାଇଛନ୍ତି। ବ୍ୟବସାୟ ପାଇଁ ରାଜନୈତିକ ହତ୍ୟାକାଣ୍ଡ ହୋଇଛି।

ନବଙ୍କ ସାମ୍ରାଜ୍ୟ ଅଧିକାର ପାଇଁ ତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା କହିଛନ୍ତି ବିଜେପି ବିଧାୟକ। ସେ କହିଛନ୍ତି ନବ ଦାସଙ୍କର ବହୁତ ଗୁଡିଏ ବ୍ୟବସାୟ ଥିଲା ବଡ଼ ସାମ୍ରାଜ୍ୟ ରହିଥିଲା।

ଏହି ଖବର ବି ପଢ଼ନ୍ତୁ: Pintu Nanda Health: ଦିଲ୍ଲୀ ପାଇଁ ଫ୍ଲାଇଟରେ ବସିଲେ ପିଣ୍ଟୁ ନନ୍ଦ; ସାହାଯ୍ୟ କଲେ ସହ କଳାକାର

ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଥିଲେ ସେ। ତାଙ୍କ ସାମ୍ରାଜ୍ୟକୁ ଖତମ କରି ସେଠୁ ଟଙ୍କା କଲେକ୍ସନ କରିବା ପାଇଁ କେହି ଜଣେ ନେତା ଏହି ହତ୍ୟାକାଣ୍ଡ କରାଇଛନ୍ତି। ସମ୍ପୂର୍ଣ୍ଣ ଭାବେ ଷଡ଼ଯନ୍ତ୍ର କରି ନବ ଦାସଙ୍କୁ ମାରି ଦିଆଯାଇଛି। ବ୍ୟବସାୟ ପାଇଁ ତାଙ୍କୁ ପଲିଟିକାଲି ମର୍ଡର କରାଯାଇଛି।

ସେଠି ନବ ଦାସଙ୍କର ବ୍ୟବସାୟ ଯେପରି ଚାଲୁଥିଲା କିଛି ରାଜନୀତିକ ଲୋକ ସେ ସାମ୍ରାଜ୍ୟକୁ ଅଧିକାର କରିବା ପାଇଁ ଏହି ମର୍ଡର କରିଛନ୍ତି। ଆଉ ବିଜେଡି ଦଳର ହିଁ ନେତା ଏହି ହତ୍ୟାକାଣ୍ଡ ପଛରେ ରହିଛନ୍ତି। ବହୁତ ବଡ଼ ନେତା ଏହି ହତ୍ୟାକାଣ୍ଡ ପଛରେ ଅଛନ୍ତି।

ପଶ୍ଚିମ ଓଡ଼ିଶାର ନେତା ନୁହେଁ ଉପକୂଳ ଓଡ଼ିଶାର ଜଣେ ପ୍ରଭାବଶାଳୀ ନେତା ନବ ଦାସଙ୍କ ହତ୍ୟାକାଣ୍ଡ ପଛରେ ରହିଛନ୍ତି। ସିବିଆଇ ତଦନ୍ତ ହେଲେ ଏ ସବୁର ଗୁମର ଖୋଲିଯିବ ବୋଲି କହିଲେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ।

ଏଏସଆଇ ଗୋପାଳ ଦାସଙ୍କୁ ଏହି ହତ୍ୟାକାଣ୍ଡରେ କେବଳ ମୋହରା ବନାଯାଇଛି। କିଏ ମରିଗଲା କିଏ ହଜିଗଲା ବିଜେଡିର ସେଥିରେ କିଛି ଦୁଃଖ ନଥାଏ।

ତାଙ୍କ ଦଳର ଗୋଟିଏ ଚିନ୍ତା କିପରି ନିର୍ବାଚନ ଜିତିବେ। ସମବେଦନା ହୀନ ବିଜେଡି। କାହାର ମୃତ୍ୟୁ ରେ ଟିକିଏ ବି ସମବେଦନା ନାହିଁ ବୋଲି ସେ କହିଛନ୍ତି।
Published by:Lipina Das
First published: