ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ମଧ୍ୟରେ CM ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ

ବିଜେପି ଉପ ସଭାନେତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ଯେ ପ୍ରଥମେ ମିଛ ପ୍ରଚାର କ'ଣ ପ୍ରମାଣ ଦିଅନ୍ତୁ। ନିଜ ଅପାରଗତା ଲୁଚେଇବା ପାଇଁ ବିରୋଧୀଙ୍କ ଆଡକୁ ଅଙ୍ଗୁଳ ନିର୍ଦ୍ଦେଶ କରାଯାଇଛି। ସେପଟେ କଂଗ୍ରେସ କହିଛି ଯେ ଦଳ କେବେ ମଧ୍ୟ ଅପ ପ୍ରଚାରରେ ବିଶ୍ବାସ କରେନାହିଁ, ଯାହା ସତ ତାହା ଲୋକଙ୍କୁ କହିଥାଏ।

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ମଧ୍ୟରେ CM ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ମଧ୍ୟରେ CM ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା । ହେଲେ ପୁଣି ଥରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ । ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇ ଆର୍ଶୀବାଦ ଆଣ । ବିରୋଧିଙ୍କ ମିଛ ପ୍ରଚାରର ସଠିକ୍ ଜବାବ ଦିଅ। ଦଳୀୟ ନେତା କର୍ମୀଙ୍କୁ ନବୀନଙ୍କ ଏଭଳି ପଞ୍ଚାୟତ ମନ୍ତ୍ର ପରେ ବିରୋଧୀଙ୍କ ଟାର୍ଗେଟରେ ପୁଣି ମୁଖ୍ୟ ମନ୍ତ୍ରୀ।

ବିଜେପି ଉପ ସଭାନେତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ଯେ ପ୍ରଥମେ ମିଛ ପ୍ରଚାର କ'ଣ ପ୍ରମାଣ ଦିଅନ୍ତୁ। ନିଜ ଅପାରଗତା ଲୁଚେଇବା ପାଇଁ ବିରୋଧୀଙ୍କ ଆଡକୁ ଅଙ୍ଗୁଳ ନିର୍ଦ୍ଦେଶ କରାଯାଇଛି। ସେପଟେ କଂଗ୍ରେସ କହିଛି ଯେ ଦଳ କେବେ ମଧ୍ୟ ଅପ ପ୍ରଚାରରେ ବିଶ୍ବାସ କରେନାହିଁ, ଯାହା ସତ ତାହା ଲୋକଙ୍କୁ କହିଥାଏ।

ଏଥର ବିରୋଧୀଙ୍କ ଅପପ୍ରଚାରକୁ ଦିଆଯିବ ସଠିକ୍ ଜବାବ। ବିରୋଧୀଙ୍କ ମିଛ ପ୍ରଚାରର ସଠିକ ଜବାବ ଦେବାକୁ ଦଳୀୟ ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ। ବିରୋଧି ଦଳଙ୍କ ପାଖରେ କିଛି ବି ପ୍ରସଙ୍ଗ ନାହିଁ। ସେମାନେ ମିଛ ପ୍ରଚାରକୁ ଅସ୍ତ୍ର କରିବେ। ବିରୋଧିଙ୍କ ମିଛ ପ୍ରଚାରର ସଠିକ ଜବାବ ଦିଅନ୍ତୁ। ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇ ଆଶୀର୍ବାଦ ଗ୍ରହଣ କରିବାକୁ ଦଳୀୟ ନେତାଙ୍କୁ ପରାମର୍ଶ ବି ଦେଇଛନ୍ତି ନବୀନ ।

ସେ କହିଛନ୍ତି ଯେ ଜଳସେଚନ, ଶିକ୍ଷା ଭିତ୍ତିଭୂମି, ଶିଳ୍ପ, ଜନଜାତିଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ହୋଇଛି ଓଡ଼ିଶା । ମୋ ସରକାର କାର୍ଯ୍ୟକ୍ରମ, ସରକାରରେ ସାଧାରଣ ଲୋକଙ୍କର ଭାଗିଦାରୀ ଆଣିଛି। ଓଡ଼ିଶାବାସୀ ବିଜେଡିକୁ ଭଲପାଆନ୍ତି ଓ ସବୁ ନିର୍ବାଚନରେ ଆର୍ଶୀବାଦ କରିଆସିଛନ୍ତି ।

ସେପଟେ ବିଜେଡି ନେତା ଅତନୁସବ୍ୟସାଚୀ କହିଛନ୍ତି, "ନିର୍ବାଚନ ଆସିଲେ ବିରୋଧୀଙ୍କ ପାଖରେ ଅସ୍ତ୍ର ନ ଥାଏ, ଲୋକଙ୍କ ସହିତ ବିଜୁ ଜନତା ଦଳ ରହିଛି ଓ ଲଗାତାର ସଫଳତା ହାସଲ କରୁଛି | ସେଥିପାଇଁ ବିରୋଧୀ ଅପ ପ୍ରଚାର କରିଥାନ୍ତି, ସେ ଅପ ପ୍ରଚାରକୁ ଲୋକେ ଗ୍ରହଣ କରିବେ ନାହିଁ, ବିଗତ ଦିନରେ ଗ୍ରହଣ କରି ନାହାଁନ୍ତି ଆଜି ମଧ୍ୟ କରିବେ ନାହିଁ। ଆମେ ବିଜୁ ଜନତା ଦଳର ଯେଉଁ କର୍ମୀମାନେ ଅଛୁ ନିଶ୍ଚିତ ଭାବରେ ଅପପ୍ରଚାର ରୋକିବୁ ଓ ଠିକଣା ଜିନିଷ ଲୋକଙ୍କ ପାଖରେ ପହଞ୍ଚାଇବୁ ।’’

ବିରୋଧୀ ଅପ ପ୍ରଚାର କରୁଥିବା କଥାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ବିରୋଧୀ। ବିଜେପି ଉପ ସଭାନେତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ଯେ ‘‘ଯାହା ସତ୍ୟ ତାକୁ ବିଜେଡି ଅପ ପ୍ରଚାର କହୁଛି । ମମିତା, ମାହାଙ୍ଗା, ମଣ୍ଡି ସମସ୍ୟା, ନାରୀ ନିର୍ଯ୍ୟାତନା, ଅସୁରକ୍ଷିତ ମହିଳା, ମଦ ଓ ଧଳା ଜହର କାରବାର ଗାଁ ଗଣ୍ଡାରେ ବଢ଼ିବା ଭଳି କିଛି ପ୍ରସଙ୍ଗର ଉଦାହରଣ ଦେଇ ଏହା କଣ ଅପ ପ୍ରଚାର ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାତି । ଏ ସରକାର ଯାହା କରୁଛି ଭାବୁଛି ସାଧାରଣ ଲୋକ ତାକୁ ମାନି ନେବେ ବୋଲି କହିଛନ୍ତି।

କଳ ବଳେ କୌଶଳେ ଛଳରେ, ନରହତ୍ୟା ପିଶାଚ ଦୁର୍ନୀତିରେ ଲିପ୍ତ ଏ ସରକାର କ୍ଷମତାରେ ରହିବା ପାଇଁ ବ୍ୟସ୍ତ ଅଛି। ଓଡ଼ିଶା ପାଇଁ ଯାହା ଠିକ ଲୋକେ ତାହା ବିଚାର କରନ୍ତୁ। ଏବେ ସମୟ ଆସିଛି ଗାଁ ଗଣ୍ଡାର ବିକାଶ ପାଇଁ ବୋଲି ପ୍ରାଭାତି କହିଛନ୍ତି ।

ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ‘‘କଂଗ୍ରେସ ଅପ ପ୍ରଚାରରେ କରେନି। ନବୀନ ପଟ୍ଟନାୟକ କ'ଣ କହୁଛନ୍ତି ଅପ ପ୍ରଚାର କଥା। ବିରୋଧୀ କାହିଁକି ଅପ ପ୍ରଚାର କରିବେ। ଆମେ ଅପ ପ୍ରଚାରରେ ବିଶ୍ୱାସ କରୁନୁ। ଆମେ ଲୋକଙ୍କ ପାଖକୁ ଯିବୁ। ଯାହା ସତ୍ୟ ତାହା କହିବୁ।’’

ପ୍ରକାଶ ଥାଉକି ବିରୋଧୀଙ୍କୁ ନବୀନ ବହୁତ କମ୍ ସମାଲୋଚନା କରିଥାନ୍ତି। ଶେଷ ଥର ପାଇଁ ୨୦୨୦ ବିଜୁ ଯୁବ ଜନତା ଦଳ କାର୍ଯ୍ୟକାରିଣୀରେ ଜାତୀୟ ଦଳକୁ କୋଠର ସମାଲୋଚନା କରି କହିଥିଲେ ଯେ ଜାତୀୟ ଦଳଙ୍କ ରିମୋଟ ଦିଲ୍ଲୀରେ। ଜାତୀୟ ଦଳର ରାଜ୍ୟ ମୁଖିଆମାନେ ରାଜ୍ୟର ସ୍ବାର୍ଥ ପାଇଁ ମୁହଁ ଖୋଲିନ୍ତିନି। ଜାତୀୟ ଦଳମାନେ କେବଳ ଭୋଗ ପାଇଁ କାମ କରିଥାନ୍ତି।
Published by:Lipina Das
First published: