ବିଧାନସଭାର ଦ୍ବିତୀୟ ଦିନରେ ମମିତା ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧିକୁ ନେଇ ମୁହାଁମୁହିଁ ବିରୋଧୀ ଓ ଶାସକ ଦଳ

ବିଧାନସଭାରେ ମୁହାଁମୁହିଁ ଶାସକ ଓ ବିରୋଧୀ ଦଳ। ଭିତରେ ବିରୋଧୀ ଓ ବାହାରେ ଶାସକ ଦଳ ପ୍ରତିବାଦ କରିଥିଲା । ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ଫ୍ଲା କାର୍ଡ଼ ଧରି ଆରମ୍ଭରୁ ନାରାବାଜି କରିଥିଲା ବିଜେପି।

ବିଧାନସଭାର ଦ୍ବିତୀୟ ଦିନରେ ମମିତା ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧିକୁ ନେଇ ମୁହାଁମୁହିଁ ବିରୋଧୀ ଓ ଶାସକ ଦଳ

ବିଧାନସଭାର ଦ୍ବିତୀୟ ଦିନରେ ମମିତା ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧିକୁ ନେଇ ମୁହାଁମୁହିଁ ବିରୋଧୀ ଓ ଶାସକ ଦଳ

  • Share this:
News18 Odia Digital

ଭୁବନେଶ୍ବର: ଦ୍ବିତୀୟ ଦିନରେ ବି ଗୃହ ଅଚଳ ହୋଇଥିଲା। ୨ ମିନିଟ ଚାଲିପାରିଲାନି ପ୍ରଶ୍ନକାଳ। ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଗୃହ ଆରମ୍ଭରୁ ବିରୋଧୀ ନାରାବାଜି କରିଥିବା ବେଳେ ରନ୍ଧନ ଗ୍ୟାସ ଦର ବୃଦ୍ଧି ଦାବିରେ ଗାନ୍ଧି ମୂର୍ତ୍ତି ତଳେ ପ୍ରତିବାଦ କରିଥିଲା ବିଜେଡି। ବିଧାନସଭାରେ ମୁହାଁମୁହିଁ ଶାସକ ଓ ବିରୋଧୀ ଦଳ। ଭିତରେ ବିରୋଧୀ ଓ ବାହାରେ ଶାସକ ଦଳ ପ୍ରତିବାଦ କରିଥିଲା । ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ଫ୍ଲା କାର୍ଡ଼ ଧରି ଆରମ୍ଭରୁ ନାରାବାଜି କରିଥିଲା ବିଜେପି।

ମମିତା ମେହେରଙ୍କୁ ନ୍ୟାୟ ସହ ମନ୍ତ୍ରୀଙ୍କୁ ବହିଷ୍କାର ଦାବି କରିଥିଲା କଂଗ୍ରେସ । ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ପରେ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବିଧାନସଭା ଗାନ୍ଧି ମୂର୍ତ୍ତି ତଳେ ପ୍ରତିବାଦ କରିଥିଲା ବିଜେଡି। ହାତରେ ବ୍ୟାନର ଧରି କେନ୍ଦ୍ର ବିରୋଧରେ ନାରା ଦେଇଥିଲେ ଶାସକ ଦଳର ସଦସ୍ୟମାନେ। ବିଜେଡି ଅଭିଯୋଗ କରିଛି ୨୦୧୪ରେ ଅଶୋଧିତ ତୈଳ ଦର ୯୮ ଟଙ୍କା ଥିବା ବେଳେ ଏବେ ୭୦ ରହିଛି। କିନ୍ତୁ ୨୦୧୪ ତୁଳନାରେ ଗ୍ୟାସ ଦର ଢ଼େର ବଢ଼ିଛି। କେନ୍ଦ୍ର ଏ ଦିଗରେ ଦୃଷ୍ଟି ଦେଉନି କି ବିଜେପି ସଦସ୍ୟ ସଂସଦରେ ପଦୁଟିଏ କାହିଁକି କହୁନାହାଁନ୍ତି। ତେବେ ଆଇନ ଶୃଙ୍ଖଳା ନେଇ ମୁଲତବୀ ଆଲୋଚନା ଥିଲେ ବି ବିରୋଧୀ ଆରମ୍ଭରୁ କାହିଁକି ପ୍ରତିବାଦ କଲେ ବୋଲି ବିଜେଡି ପ୍ରଶ୍ନ କରିଥିଲା।

ବିଜେଡି ବିଧାୟକ ପ୍ରତାପ ଦେବ କହିଥିଲେ,"୨୦୧୪ରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୯୮ ଥିବା ବେଳେ ଏବେ ୭୦ ରହିଛି। ୨୦୧୪ରେ ଅଶୋଧିତ ଦର ଅଧିକ ଥିବା ବେଳେ ଆଜିର ଅଶୋଧିତ ତୈଳ ଦର ଅନୁସାରେ ଗ୍ୟାସ ଦର ବଢୁଛି। ଗ୍ୟାସ ଦର ବୃଦ୍ଧି ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗିଲାଣି। କେନ୍ଦ୍ର ଦୃଷ୍ଟି ଦେଉନି। ଲୋକଙ୍କ ହିତ ଦୃଷ୍ଟିରୁ ଆମେ ଏ ପ୍ରସଙ୍ଗ ଉଠାଉଛୁ । ବିଜେପି ସାଂସଦମାନେ ସଂସଦରେ ଏ ପ୍ରସଙ୍ଗ ନ ଉଠାଇ ଏଠି କହୁଛନ୍ତି। ବିଜେଡି ଯାହା ଉଠାଉଛି ଜନାହିତକର ପ୍ରସଙ୍ଗ। ସେମାନେ ଏକ ନିର୍ଦ୍ଧିଷ୍ଟ ପ୍ରସଙ୍ଗ ଉଠାଉଛନ୍ତି।’’ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ଗୁରୁବାର ମୁଲତବୀ ଦେଇଥିଲେ ତେବେ କାହିଁକି ଆରମ୍ଭରୁ ପ୍ରତିବାଦ କଲେ ବୋଲି ପ୍ରଶ୍ନ କରିଛି ବିଜେଡି। ଗ୍ୟାସ ଦର ବୃଦ୍ଧି ଏହା ଉପରେ ଚାପି ପଡ଼ିବା ଭୟରେ ଏ ପ୍ରସଙ୍ଗ ଉଠାଉଛି ବିଜେପି। ମୁଖ୍ୟ ପ୍ରସଙ୍ଗ ଏଡାଇବାକୁ ଏ ପ୍ରସଙ୍ଗ ଉଠାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରତାପ ଦେବ।

ପ୍ରଥମ ଦିନ ପରି ମମିତା ମେହେର ପ୍ରସଙ୍ଗରେ ଏକାଠି ହୋଇଥିଲେ ଦୁଇ ବିରୋଧୀ। ଗୃହ ଆରମ୍ଭରୁ ଉଭୟ ଗୃହ ମଧ୍ୟ ଭାଗକୁ ଓହ୍ଲାଇ ପ୍ରତିବାଦ କରିଥିଲେ। ମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ କଳା ଗାଁମୁଛା ପକାଇ ଫ୍ଲା କାର୍ଡ଼ ଧରି ନାରାବାଜି କରିଥିଲେ ବିଜେପି ସଦସ୍ୟ। ବାହାରେ ବି ଫ୍ଲା କାର୍ଡ଼ ଧରି ପ୍ରତିବାଦ କରିଥିଲେ। କଂଗ୍ରେସ ବି ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ମୈଇଦାନକୁ ଓହ୍ଲାଇଥିଲା।

ମାତ୍ର ୨ ମିନିଟ ବି ଗୃହ ଚାଲିନପାରିବାରୁ ବାଚସ୍ପତିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ଗୃହ ମୁଲତବୀ ପରେ କଂଗ୍ରେସରୁ ଏକ ଟିମ ବିଧାନସଭାରୁ ବାହାରି ଡି.ଜି.ପି.ଙ୍କ ନିକଟରେ ଫେରାଦ ହୋଇଥିଲା । ପୋଲିସ ତଦନ୍ତକୁ ଭରସା ନ କରି ଏସଆଇଟି ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି। ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, "ସିବିଆଇ ତଦନ୍ତ ଦାବି ପ୍ରଶ୍ନକାଳରେ ଉଠାଇଥିଲେ ବି ବାଚସ୍ପତି ନ ଶୁଣିବାରୁ ମଧ୍ୟଭାଗକୁ ଯାଇ ପ୍ରତିବାଦ କରିଥିଲୁ। ମୁଲତବୀ, ଶୂନ୍ୟକାଳ ଥାଇ ବି ୪ଟା ପର୍ଯ୍ୟନ୍ତ ମୁଲତବୀ କଲେ ବାଚସ୍ପତି। ସରକାରୀ ଦଳର ଚାପରେ ବାଚସ୍ପତି ମୁଲତବୀ କଲେ। ମମିତା ମେହେର ହତ୍ୟା କାଣ୍ଡରେ ସମ୍ପୃକ ମନ୍ତ୍ରୀଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରୁଛୁ। ମନ୍ତ୍ରୀଙ୍କୁ ବହିଷ୍କାର କିମ୍ବା ସିବିଆଇ ତଦନ୍ତ ନିର୍ଦେଶ ନହେଲେ ଆଗକୁ ଆନ୍ଦୋଳନ ଜୋର ହେବ। ମନ୍ତ୍ରୀଙ୍କୁ ଗୃହରେ ପ୍ରବେଶ ନ କରାଇ ଦେବାକୁ ଅନୁରୋଧ କରିଥିଲୁ।’’

ବାଚସ୍ପତି ପ୍ରତିଶୃତି ଦେଇଥିବା ବେଳେ କିଛି ପଦକ୍ଷେପ ନ ନେଲେ ଆଗାମୀ ଦିନରେ କଡ଼ା ପଦକ୍ଷେପ ନେବୁ ବୋଲି କହିଥିଲ ମୋହନ ମାଝୀ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ରାଜ୍ୟ ସରକାର ଜାଣିଶୁଣି ସମସ୍ୟା ସୃଷ୍ଟି କରୁଛନ୍ତି। ମମିତା କେସରେ ଠିକ୍ ତଦନ୍ତ ହେଉନାହିଁ। ମନ୍ତ୍ରୀଙ୍କୁ ବହିଷ୍କାର କରିଥିଲେ ଏମିତି ହୋଇ ନଥାନ୍ତା। ବିଧାନସଭା ଚାଲିବ ପାଇଁ ବ୍ୟବସ୍ଥା ହେଉନି। ବିଜେଡି ବନ୍ଦ କରୁଛି ପ୍ରତିବାଦ କରୁଛି। ଲୋକେ ଜବାବ ଦେବେ। ବିଜେଡି ବିଜେପି ପ୍ରହସନ କରୁଛନ୍ତି ଲୋକେ ଜବାବ ଦେବେ। ବାଚସ୍ପତି ସରକାରଙ୍କ ହାତବାରିସୀ ଭଳି କାର୍ଯ୍ୟ କରୁଛନ୍ତି। ସରକାର ଆଲୋଚନାକୁ ଆସୁନାହାଁନ୍ତି। ବିଜେପି ବିଜେଡି ଏକାଠି ହୋଇ ଗୃହ ଚଳାଇ ଦେଉନାହାଁନ୍ତି।’’
Published by:Lipina Das
First published: