ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ; ରାଜ୍ୟରେ ଥମୁନି OBC ସଂରକ୍ଷଣକୁ ନେଇ ରାଜନୀତି

ବରିଷ୍ଠ ରାଜନେତା ଶ୍ରୀକାନ୍ତ ଜେନା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ଓ.ବି.ସି. ବର୍ଗଙ୍କୁ ଅଣଦେଖା କରୁଛନ୍ତି । ଅନ୍ୟାନ୍ୟ ରାଜ୍ୟରେ ଓ.ବି.ସି. ବର୍ଗର ଲୋକେ ଯେଉଁ ବ୍ୟାପକ ସୁବିଧା ପାଉଛନ୍ତି, ଓଡ଼ିଶାରେ ସେମିତି ସୁବିଧା ପାଉନାହାଁନ୍ତି l

ରାଜ୍ୟରେ ଥମୁନି OBC ସଂରକ୍ଷଣକୁ ନେଇ ରାଜନୀତି

ରାଜ୍ୟରେ ଥମୁନି OBC ସଂରକ୍ଷଣକୁ ନେଇ ରାଜନୀତି

  • Share this:
News18 Odia Digital

ଭୁବନେଶ୍ବର: ଓ.ବି.ସି. ସଂରକ୍ଷଣ ପ୍ରସଙ୍ଗରେ ହାଇ କୋର୍ଟଙ୍କ ରାୟ ପରେ ଏହି ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି। ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ଓ.ବି.ସି. ମୋର୍ଚ୍ଚା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲା ବେଳେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତେବେ ଏ ପର୍ଯ୍ୟନ୍ତ ଏହାକୁ ନେଇ ତୁଣ୍ଡ ଖୋଲିନାହିଁ ଶାସକ ଦଳ।

ବରିଷ୍ଠ ରାଜନେତା ଶ୍ରୀକାନ୍ତ ଜେନା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ଓ.ବି.ସି. ବର୍ଗଙ୍କୁ ଅଣଦେଖା କରୁଛନ୍ତି । ଅନ୍ୟାନ୍ୟ ରାଜ୍ୟରେ ଓ.ବି.ସି. ବର୍ଗର ଲୋକେ ଯେଉଁ ବ୍ୟାପକ ସୁବିଧା ପାଉଛନ୍ତି, ଓଡ଼ିଶାରେ ସେମିତି ସୁବିଧା ପାଉନାହାଁନ୍ତି l ବୁଧବାର ଓଡ଼ିଶା ହାଇ କୋର୍ଟରେ ଓଡ଼ିଶା ସରକାର ନିଜ ଭୁଲ ସ୍ୱୀକାର କରିଛନ୍ତି ଓ.ବି.ସି. ସଂରକ୍ଷଣ ପ୍ରସଙ୍ଗକୁ ନେଇl

ସେ କହିଛନ୍ତି ଯେ, ଯେତେବେଳେ ଓ.ବି.ସି. କମିଶନ ଗଠନ ହୋଇଥିଲା ସେତେବେଳେ କୁହାଯାଇଥିଲା ଯେ ଓ.ବି.ସି.ଙ୍କ ସଂଖ୍ୟା ଗଣନା କରାଯାଇ ସେମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରାଯିବ। ତାହା ବର୍ତ୍ତମାନ ସୁଦ୍ଧା ହୋଇନାହିଁ l କେନ୍ଦ୍ର ସରକାର ଜାତି ଭିତ୍ତିକ ଗଣନା ପାଇଁ ମନା କରିଦେଇଛନ୍ତି l ନିଯୁକ୍ତି ଓ ଶିକ୍ଷାରେ ଏବେ ଓ.ବି.ସି.ଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ରହିଛି, ଯାହା ପୁରୁଣା ଜନ ଗଣନା ଆଧାରରେ ହୋଇଥିଲା l ଏବେ ରାଜ୍ୟ ସରକାର ମାତ୍ର ୧୧ ପ୍ରତିଶତ ସଂରକ୍ଷଣ ଓବିସିଙ୍କୁ ଦେଇ, ହଇ କୋର୍ଟର ଆଳ ଦେଖାଉଛନ୍ତିl

ସେ ଆହୁରୀ କହିଛନ୍ତି ଯେ ଓ.ବି.ସି. ବର୍ଗଙ୍କୁ ଯଦି ଏମିତି ରାଜ୍ୟ ସରକାର ଅଣଦେଖା କରିବେ ଆଗାମୀ ଦିନରେ ରାଜ୍ୟ ତଥା ଦେଶରେ ବ୍ୟାପକ ଆନ୍ଦୋଳନ ଦେଖା ଦେବ l ଆଗାମୀ ଦିନରେ ଭୁବନେଶ୍ୱର ଦେଖିବେ କେତେ ଓ.ବି.ସି. ଲୋକ ଆସି ଜମା ହେବେ ଓ ନିଜ ହକ ଓ ଅଧିକାର ପାଇଁ ଲଢ଼େଇ କରିବେl ସେତେବେଳେ ଓ.ବି.ସି. ବର୍ଗଙ୍କୁ ଉପେକ୍ଷା କରାଯିବା ପରିଣତି ସମସ୍ତେ ଅନୁଭବ କରିବେ।

ସେହିଭଳି ଏହି ପ୍ରସଙ୍ଗରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଠକୁଛନ୍ତି ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି ଓ.ବି.ସି. ମୋର୍ଚ୍ଚା । ଓ.ବି.ସି. ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ ଅଭିଯୋଗ କରିଛନ୍ତି ଯେ ସରକାର ପ୍ରସ୍ତୁତ କରିଥିବା ସଂରକ୍ଷିତ ତାଲିକା ଭୁଲ ବୋଲି କିଛି ସଙ୍ଗଠନ, ରାଜନୈତିକ ଦଳ ଉଚ୍ଚ ନ୍ୟାୟଳୟରେ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତି କରି ମାନ୍ୟବର ଉଚ୍ଚନ୍ୟାୟାଳୟ ପୁନଃ ବିଚାର ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ପକେଇଥିବା ଛେପକୁ ପୁଣି ଢୋକିଲେ । ହାଇ କୋର୍ଟରେ ମଧ୍ୟ ମିଥ୍ୟା ତଥ୍ୟ ଦେଇଥିଲେ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ସମ୍ପର୍କରେ । ପଞ୍ଚାୟତ ନିର୍ବାଚନରେ ଓ.ବି.ସି. ବର୍ଗଙ୍କୁ ବଞ୍ଚିତ ପାଇଁ ଚେଷ୍ଟା କରାଯାଇଥିଲା । ବିଜେଡି ସରକାର ସର୍ବଦା ପଛୁଆ ବର୍ଗର ଲୋକମାନଙ୍କୁ ଉପେକ୍ଷା କରିଛନ୍ତି।

ସେ ଆହୁରୀ କହିଛନ୍ତି ଯେ ପଛୁଆ ବର୍ଗକୁ ଉପେକ୍ଷା କରିବାରେ ରାଜ୍ୟ ସରକାର ସାରା ଦେଶରେ ଏକ ନମ୍ବର। କାରଣ ନିର୍ବାଚନରେ ୨୭ ପ୍ରତିଶତ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ରଖିବେ ବୋଲି ପୂର୍ବରୁ କହିଥିଲେ। ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ କ୍ରମେ ପୁଣି ପ୍ରସ୍ତୁତ ହେବ ନିର୍ବାଚନ ସଂରକ୍ଷିତ ଆସନ, ୨୭ ତାରିଖରେ ପ୍ରକାଶ ହେବ ସଂରକ୍ଷିତ ଲିଷ୍ଟ। ୨୦୨୨, ଜାନୁୟାରୀ ୫ ତାରିଖରରେ ଆପତ୍ତି ଓ ଅଭିଯୋଗ ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ତେବେ ଏ ନେଇ କିଛି ପ୍ରତିକ୍ରିୟା ଶାସକ ଦଳ ରଖିନାହିଁ।
Published by:Lipina Das
First published:
)}