ଓଡ଼ିଶା ନୁହେଁ ଦିଲ୍ଲୀ ପାଇଁ ମନ ବଳେଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ

ଓଡ଼ିଶା ନୁହେଁ ଦିଲ୍ଲୀ ପାଇଁ ମନ ବଳେଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ବିଜେପି ତୃଣମୂଳ ସ୍ତରରେ ପହଞ୍ଚି ପାରୁନଥିବା ବେଳେ ଓଡ଼ିଶାରେ ବିଜେଡି ସଶକ୍ତ ଥିବା କହିଛନ୍ତି।

ଓଡ଼ିଶା ନୁହେଁ ଦିଲ୍ଲୀ ପାଇଁ ମନ ବଳେଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ

ଓଡ଼ିଶା ନୁହେଁ ଦିଲ୍ଲୀ ପାଇଁ ମନ ବଳେଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ

  • Share this:
News18 Odia Digital

ଭୁବନେଶ୍ବର: ନିକଟରେ ଶେଷ ହୋଇଥିଲା ପଞ୍ଚାୟତ ଓ ପୌର ନିର୍ବାଚନ। ଦୁଇ ତୃଣମୂଳ ସ୍ତରର ନିର୍ବାଚନରେ ବିରୋଧୀଙ୍କୁ ଝଟକା ଦେଇ ଏକ ତରଫା ବିଜୟ ଲାଭ କରିଛି ବିଜେଡି। ଉଭୟ କଂଗ୍ରେସ ଓ ବିଜେପି ଚିତ ପଟାଙ୍ଗ ମାରିଥିଲେ। ଜିଲ୍ଲା ଏଭଳି ସ୍ଥିତିରେ ୨୦୨୪ ନିର୍ବାଚନ ପାଇଁ ଏବେଠୁ ସଜବାଜ ହେଲେଣି ତିନି ପ୍ରମୁଖ ରାଜନୈତିକ ଦଳ।

ବିଜୟ ଓ ପରାଜୟର ପୋଷ୍ଟମର୍ଟମ କରି ଆଗାମୀ ନିର୍ବାଚନ ପାଇଁ ତିନି ଦଳ ପ୍ରସ୍ତୁତ ହେଉଛନ୍ତି। ତୃଣମୂଳ ସ୍ତରରେ ସଙ୍ଗଠନ ସୁଦୃଢ଼ ପାଇଁ ଯୋଜନା ଆରମ୍ଭ କରିଛନ୍ତି। ଦୁର୍ବଳ ଥିବା ସ୍ଥାନରେ ସଙ୍ଗଠନ ମଜବୁତ ସହ ଆଗାମୀ ନିର୍ବାଚନ ପାଇଁ ମୋର୍ଚ୍ଚା ସଜାଡ଼ିଲେଣି ବିଜେଡି ବିଜେପି ଓ କଂଗ୍ରେସ। ଏବେ ବ୍ରଜରାଜ ନଗର ଉପନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହି ସମ୍ମାନଜନକ ସିଟ ହାତେଇ ୨୦୨୪ ଫାଇନାଲ ପାଇଁ ମୂଳ ଦୁଆ ପକାଇବାକୁ ଯୋଜନା କରୁଛନ୍ତି ତିନି ଦଳ।

ଏହାରି ଭିତରେ ରାଜ୍ୟ ରାଜନୀତିରେ ବିଭିନ୍ନ ଦିଗକୁ ନେଇ ପ୍ରତିକ୍ରିୟା ରଖି ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପ୍ରତିକ୍ରିୟା ରାଜନୈତିକ ପାଣିପାଗକୁ ଉଷ୍ମ କରିଛି।
ରାଜ୍ୟରେ ବିଜେଡିର ସ୍ଥିତି ସଶକ୍ତ ଥିବା ସେ ଅନୁଭବ କରିଛନ୍ତି। କେବଳ ଓଡ଼ିଶା ନୁହେଁ କେନ୍ଦ୍ରରେ ମୋଦି ମ୍ୟାଜିକ ଥିଲେ ବି ରାଜ୍ୟ ମାନଙ୍କରେ ଆଞ୍ଚଳିକ ଦଳମାନଙ୍କରେ ଦବଦବା ରହିଥିବା କହିଛନ୍ତି ବିଷ୍ଣୁ।

ସେ ଆହୁରି କହିଛନ୍ତି, "କେନ୍ଦ୍ରରେ ମୋଦି ହାୱା ରହିଛି। ବିଜେପି ଆହୁରି ୩୦-୪୦ ବର୍ଷ ଘାଣ୍ଟିବ। କିନ୍ତୁ ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଦଳମାନେ ସଶକ୍ତ ରହିଛନ୍ତି। ପଶ୍ଚିମବଙ୍ଗ ଓଡ଼ିଶା ପରି ଅନ୍ୟ ରାଜ୍ୟରେ ଆଞ୍ଚଳିକ ଦଳମାନଙ୍କର ଦବଦବା ରହିଛି। ଓଡ଼ିଶାରେ ବି ବିଜେଡି ସଶକ୍ତ ହୋଇ ରହିଛି।
ଆମେ ସ୍ବୀକାର କରିବୁ ସେମାନେ ସଶକ୍ତ ଅଛନ୍ତିl’’

ଏହା ମଧ୍ୟ ସ୍ୱୀକାର କରି ସେ କହିଛନ୍ତି, ‘‘ଆଜି ଯାଏ ବିଜେପି ତୃଣମଳ ସ୍ତରରେ ପହଞ୍ଚି ପାରିନାହିଁ l ତୃଣମଳ ସ୍ତରରେ ସ୍ଥିତି ଭିନ୍ନ ରହିଛି କିନ୍ତୁ ପ୍ରତି ନିର୍ବାଚନରେ ସରକାରୀ କଳ ବ୍ୟବହାର କରି ବିଜେଡି ଜିତିଛି। କିନ୍ତୁ ବିଜେପି ତୃଣମୂଳ ସ୍ତରରେ ପହଞ୍ଚି ପାରିନାହିଁ।’’

ସେତିକି ନୁହେଁ ସାଂସଦ ହେବା ପାଇଁ ମନ ବଳେଇଛନ୍ତି ବିଧାୟକ ବିଷ୍ଣୁ ସେଠୀ। ସାଂସଦ ଲଢ଼ିବାକୁ ଆଗ୍ରହ ପ୍ରକାଶ କରି କହିଛନ୍ତି, ‘‘ମୁଁ ୨ ଥର ସାଂସଦ ଭାବେ ଲଢ଼ିଛି। ଏଥର ସାଂସଦ ଲଢ଼ିବାକୁ ଇଚ୍ଛା ଅଛିl ଯଦି ମିଳିଯାଏ ତାହାଲେ ଲଢ଼ିବିl ଦଳ ଯାହା ବିଚାର କରିବ ସେହି ଅନୁସାରେ ଚାଲିବି। ଓଡ଼ିଶାରେ ଯେପରି ସ୍ଥିତି ଏଠାରେ ଆଉ କିଛି ଶିଖିବାର ନାହିଁ। କିଛି ବିଧାୟକଙ୍କୁ ଛାଡ଼ି ଦେଲେ ଆଉ କିଛି ଶିଖିବାର ନାହିଁ। ତେଣୁ ଏମଏଲଏ ହୋଇ ଆଉ ଘାଣ୍ଟି ହେବାକୁ ଚାହୁଁନି। ୧୨୦ ମିଶନ ନେଇ ଦଳ କାମ କରୁଛି।’’

ତେବେ ସାମ୍ପ୍ରତିକ ସ୍ଥିତିରେ ବିଜେପିର ଜଣେ ବରିଷ୍ଠ ବିଧାୟକ ଭାବେ ତାଙ୍କ ବୟାନ ରାଜ୍ୟ ରାଜନୀତି ଅଧିକ ଉଷ୍ମ କରିଛି।
Published by:Lipina Das
First published: