ବିଧାନ ସଭାର କାର୍ଯ୍ୟଧାରା ସହ ଅଦାଲତରେ ବିଚାର ବିଚାରବିଭାଗୀୟ କାର୍ଯ୍ୟରେ ଇଂରାଜୀ ସହ ଓଡ଼ିଆ ଭାଷ ସାମିଲ ଦାବିକଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ

ବର୍ତ୍ତମାନ ଗୃହରେ ଅଧିକାଂଶ ସମୟରେ ମୁଖ୍ୟମନ୍ତ୍ରୀ ଇଂରାଜୀ ଭାଷାରେ ବିବୃତ୍ତି ପଢ଼ିଥାନ୍ତି । ଏଭଳି ପଦକ୍ଷେପ ସରକାରୀ କଳରେ ରହିଥିବା ଅମଲା ମାନଙ୍କୁ ସୁହାଉଛି ।

ବିଧାନ ସଭାର କାର୍ଯ୍ୟଧାରା ସହ ଅଦାଲତରେ ବିଚାର ବିଚାରବିଭାଗୀୟ କାର୍ଯ୍ୟରେ ଇଂରାଜୀ ସହ ଓଡ଼ିଆ ଭାଷ ସାମିଲ ଦାବିକଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ
ଓଡ଼ିଶା ବିଧାନ ସଭା ସୌଧ
  • News18 Odia
  • Last Updated: January 22, 2020, 4:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଓଡ଼ିଶା ବିଧାନ ସଭାର ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ବିଧାନ ସଭା, ଲୋକସେବା ଭବନ ସହ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏବଂ ରାଜ୍ୟର ନିମ୍ନ ଅଦାଲତ ମାନଙ୍କରେ ଇଂରାଜୀ ଭାଷା ସହିତ ଓଡ଼ିଆ ଭାଷାରେ କାର୍ଯ୍ୟାଧାରା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠିଲେଖିଛନ୍ତି । ନିଜ ଚିଠିରେ ପ୍ରଦୀପ୍ତ ଇଂରାଜୀ ଭାଷାର ବ୍ୟବହାର ଯୋଗୁଁ ସରକାରୀ କାର୍ଯ୍ୟକ୍ରମ ହେଉ କି ନ୍ୟାୟ ଏହା ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବାରେ ବଡ଼ ଅନ୍ତରାୟ ସୃଷ୍ଟି ହେଉଛି । ତେଣୁ ଏସବୁ ସ୍ଥାନରେ ଓଡ଼ିଆ ଭାଷାକୁ ଲାଗୁ କରାଗଲେ ଓଡ଼ିଆ ଭାଷାର ଅସ୍ମିତା ଦୃଢ଼ ହୋଇପାରନ୍ତା ବୋଲି ସେ ଲେଖିଛନ୍ତି ।

ଚିଠିରେ ପ୍ରଦୀପ୍ତ ଉଲ୍ଲେଖ କରିଛନ୍ତି ଯେ, ‘‘ଓଡ଼ିଆ ଭାଷାରେ କାର୍ଯ୍ୟଧାରା ନେଇ ଉଭୟ ଶାସକ ଏବଂ ବିରୋଧୀଙ୍କ ସମ୍ମିଳିତ ଦାବି ଫଳରେ କେତେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ (ଆଇନ, ବିଜ୍ଞପ୍ତି, ବିବୃତି, ଚିଠା ପ୍ରସ୍ତାବ) ଆଦି କାର୍ଯ୍ୟ ଓଡ଼ିଆ ଭାଷାରେ ହେଉଛି । ମାତ୍ର ବିଧାନସଭାରେ ଗୃହର ଅନେକ ବିଭାଗୀୟ ସ୍ଥାୟୀ କମିଟି (ବିଭାଗୀୟ ଖର୍ଚ୍ଚଦାବି, କମିଶନ୍ ରିପୋର୍ଟ ଏବଂ ବିଭାଗୀୟ ରିପୋର୍ଟ) ଓଡ଼ିଆ ଭାଷାରେ ପ୍ରକାଶିତ ହେଉନାହିଁ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗୃହରେ ନିଜର ବିବୃତି ଇଂରାଜୀ ଭାଷାରେ ରଖୁଛନ୍ତି । ଆପଣଙ୍କ ଏଭଳି ପଦକ୍ଷେପ ଫଳରେ ସରକାରୀ କଳରେ ରହିଥିବା ଅମଲାମାନଙ୍କୁ ସୁହାଉଛି କିନ୍ତୁ ଓଡ଼ିଆ ଜାତି ଓ ଲୋକମାନଙ୍କ ଉପରେ ଏହାର ନକରାତ୍ମକ ପ୍ରଭାବ ଅନୁଭୂତ ହେଉଛି‘‘ ।

ପରେ ପ୍ରଦୀପ୍ତ ଅନ୍ୟ ରାଜ୍ୟର ଉଦାହରଣ ଦେଇ ରାଷ୍ଟ୍ରପତିଙ୍କ ଅନୁମତି ପ୍ରାପ୍ତ ହୋଇ ଉତ୍ତରପ୍ରଦେଶ, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ବିହାର ଉଚ୍ଚ ନ୍ୟାୟାଳୟରେ ଇଂରାଜୀ ସହିତ ହିନ୍ଦୀକୁ ଅତିରିକ୍ତ ଭାଷା ଭାବେ ବ୍ୟବହାର କରାଯାଉଛି । ତେଣୁ ଏହିସବୁ କାର୍ଯ୍ୟରେ ଓଡ଼ିଆ ଭାଷାକୁ ସାମିଲ କାରାଗଲେ କାର୍ଯ୍ୟ ସହ ରାୟ ପ୍ରକାଶନକୁ ସାଧାରଣ ଲୋକେ ବୁଝିପାରିବେ । ଅନ୍ୟ ରାଜ୍ୟରେ ଏଭଳି ହୋଇଥିବାବେଳେ ଓଡ଼ିଶାରେ କାହିଁକି ହୋଇପାରିବନି ବୋଲି ପ୍ରଶ୍ନ କରିଥିଲେ ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ


୨୦୧୧ ନଭେମ୍ବର ୪ରେ ଇଂରାଜୀ ନାମ ‘ଓରିଆ‘ କୁ ‘ଓଡ଼ିଶା‘ ଏବଂ ‘ଓରିଆ‘କୁ ‘ଓଡ଼ିଆ‘ରେ ପରିବର୍ତ୍ତନ କରାଯାଇଥିଲେ ବି ଓଡ଼ିଶା ହାଇକୋର୍ଟର ନାମଫଳକରେ ‘ଓରିଆ’ ରହିଛି ଯାହା ସମସ୍ତ ଓଡ଼ିଆଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରୁଥିବା ପ୍ରଦୀପ୍ତ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।

ପୂର୍ବରୁ ରାଜ୍ୟ ସରକାର ୨୦୧୬ରେ ରାଜ୍ୟସରକାର ଅଧ୍ୟାଦେଶ ଜାରି କରି ଅଫିସିଆଲ ଲାଙ୍ଗୁଏଜ ଆକ୍ଟ ୧୯୫୪ ଅନୁଯାୟୀ ସମସ୍ତ ସରକାରୀ ଏବଂ ଆଇନଗତ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ବାଧ୍ୟତାମୂଳକ କରିଥିଲେ । ଏହି କ୍ରମରେ ଯିଏ ଏହାର ଉଲ୍ଲଂଘନ କରିବ ତାଙ୍କୁ ୨,୦୦୦ଟଙ୍କା ଏବଂ ସରକାରୀ କର୍ମଚାରୀଙ୍କୁ ୧୦,୦୦୦ଟଙ୍କା ପର୍ଯ୍ୟନ୍ତ ଜରିମାନ ନେଇ ପ୍ରାବଧାନ ରଖାଯାଇଛି । ସେହିପରି ଓଡ଼ିଶା ଦୋକାନ ଏବଂ କମର୍ସିଆଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ୧୯୫୬ ଅନୁଯାୟୀ ସମସ୍ତ ଦୋକାନ ଏବଂ କମର୍ସିଆଲ ପ୍ରତିଷ୍ଠାନ ଗୁଡ଼ିକରେ ଓଡ଼ିଆ ଭାଷାରେ ସାଇନବୋର୍ଡ଼ ଲେଖିବାକୁ ବାଧ୍ୟତାମୂଳକ କରିଥିଲେ । ଏହାର ଅବମାନନା କଲେ ପ୍ରଥମ ଥର ପାଇଁ ୧ରୁ ୫ହଜାର ଏବଂ ଦ୍ବିତୀୟ ଥର ପାଇଁ ୨ରୁ ୨୫ହଜାର ପର୍ଯ୍ୟନ୍ତ ଜରିମାନା ଦେବାର ପ୍ରାବଧାନ ରଖାଯାଇଛି । ତେବେ ପ୍ରଦୀପ୍ତଙ୍କ ଏହି ଦାବିକୁ ମୁଖ୍ୟମନ୍ତ୍ରୀ କେମିତି ଗ୍ରହଣ କରୁଛନ୍ତି ।
First published: January 22, 2020, 3:49 PM IST
corona virus btn
corona virus btn
Loading