ବାତ୍ୟା ମୁକାବିଲା ପାଇଁ ଦୀର୍ଘମିଆଦୀ ଭିତ୍ତିଭୂମି ପ୍ରସ୍ତୁତିରେ ରାଜ୍ୟ ସରକାର ବିଫଳ: ବିରୋଧୀ

ଓଡ଼ିଶାର ବାତ୍ୟା ବିପର୍ଯ୍ୟୟ ପରିଚାଳନା ସମଗ୍ର ଦେଶ ପାଇଁ ପଥ ପ୍ରଦର୍ଶକ ବୋଲି ପ୍ରଧାନ ମନ୍ତ୍ରୀ କହିଥିବା ବେଳେ ବିଜେପି ଓ କଂଗ୍ରେସ ନେତାମାନେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି ।

ବାତ୍ୟା ମୁକାବିଲା ପାଇଁ ଦୀର୍ଘମିଆଦୀ ଭିତ୍ତିଭୂମି ପ୍ରସ୍ତୁତିରେ ରାଜ୍ୟ ସରକାର ବିଫଳ: ବିରୋଧୀ
ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ (ଡାହାଣ) ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପ୍ରଧାନ ମନ୍ତ୍ରୀଙ୍କ ଗସ୍ତର ୨୪ ଘଣ୍ଟା ନ ପୁରୁଣୁ ଆରମ୍ଭ ହୋଇଛି ରାଜନୀତି । ବାତ୍ୟା ମୁକାବିଲା ନେଇ ଦୀର୍ଘମିଆଦୀ ଯୋଜନା କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ବିଜେପି ଓ କଂଗ୍ରେସ କହିଛନ୍ତି । ହେଲେ ଶାସକ ଦଳ ବିଜେଡି କହିଛି ଯେ ବାତ୍ୟା ମୁକାବିଲା ନେଇ ରାଜ୍ୟକୁ ପ୍ରଧାନ ମନ୍ତ୍ରୀ ପ୍ରଶଂସା କରିଥିବା ବେଳେ ବିଜେପି ନେତାଙ୍କ ମନ୍ତବ୍ୟ ଗ୍ରହଣୀୟ ନୁହେଁ । କ୍ଷୟକ୍ଷତି ଆକଳନ କରି ଶୀଘ୍ର କେନ୍ଦ୍ରକୁ ରାଜ୍ୟ ରିପୋର୍ଟ ଦେବ ବୋଲି ଜଣାପଡ଼ିଛି ।

ଅମ୍ଫାନ ବାତ୍ୟା ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଅଗ୍ରୀମ ୫୦୦ କୋଟି ଟଙ୍କା ରାଜ୍ୟ ପାଇଁ ମଞ୍ଜୁର କରିଛନ୍ତି । ବାତ୍ୟା ମୁକାବିଲା ନେଇ ମୋଦି ରାଜ୍ୟ ସରକାରକୁ ପ୍ରଶଂସା କରିଥିଲେ । ରାଜ୍ୟ ସରକାର ବାତ୍ୟା ମୁକବିଲାକୁ ନେଇ ପ୍ରଶଂସା ସାଉଁଟୁଥିବା ବେଳେ କଂଗ୍ରେସ ଓ ବିଜେପି କଠୋର ସମାଲୋଚନା କରିଛନ୍ତି ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି: ‘‘ବିପର୍ଯ୍ୟୟର ସ୍ଥାୟୀ ପ୍ରତିକାର ପାଇଁ ବ୍ଲୁ ପ୍ରିଣ୍ଟ ଦେବା ରାଜ୍ୟର କର୍ତ୍ତବ୍ୟ। ଗତ ମେ ମାସରେ ଫନି ପରେ ମୋଦି ବି ଏହି ଅନୁରୋଧ କରିଥିଲେ । ସରକାରଙ୍କ ବଡ଼ ଦୁର୍ଗୁଣ ହେଉଛି

ଶୁକ୍ରବାର ଦିନ ଭୁବନେଶ୍ୱରରେ ଅମ୍ଫାନ ଉପରେ ସମୀକ୍ଷା ବୈଠକରେ ମୋଦିଙ୍କ ସହ ନବୀନ ପଟ୍ଟନାୟକ


ବାତ୍ୟା ପୂର୍ବର ସକ୍ରିୟତା । କିନ୍ତୁ ବାତ୍ୟା ପରେ ତାହା ରହେ ନାହିଁ। ଭୁଲି ଯାଆନ୍ତି, ଶୋଇ ପଡନ୍ତି । ଆଜି ବିଭିନ୍ନ କ୍ଷେତ୍ରରେ ତାହା ପ୍ରଦର୍ଶିତ ହେଉଛି । ପ୍ରଧାନ ମନ୍ତ୍ରୀଙ୍କ ଗତ ବର୍ଷର ଉପଦେଶକୁ  ରାଜ୍ୟ କାମରେ ଲଗାଇବେ ବୋଲି ଆଶା କରୁଛି ।’’ ଫନି ସମୟରେ ଅନେକ ଲୋକ କ୍ଷତିପୂରଣ ପାଇଲେ ନାହିଁ ଓ ଆଜି ପର୍ଯ୍ୟନ୍ତ ଅନେଇ ବସିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଉଭୟ କେନ୍ଦ୍ର ଓ ରାଜ୍ୟକୁ କଟାକ୍ଷ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ‘‘କ୍ଷୟକ୍ଷତି ନେଇ ଓଡ଼ିଶା କେନ୍ଦ୍ର ପାଖରୁ ଚାଁହୁଥିଲା କଣ? ସେ ଦେଲେ କଣ? ଯେତିକି ଦେଲେ ସେଥିରେ ବୋଧେ ଓଡିଶା ସନ୍ତୁଷ୍ଟ ।ଫନି ପଇସା ଏ ପର୍ଯ୍ୟନ୍ତ ଲୋକ ପାଇଲେ ନାହିଁ । ସରକାର ପ୍ରଚାର କଲେ, କ୍ଷତିଗ୍ରସ୍ତ ସବୁ ଲୋକଙ୍କୁ ପକ୍କା ଘର ଦେଲେ ।  ଖୋର୍ଦ୍ଧା ପୁରୀ ପରି ଅନେକ ସ୍ଥାନରେ ଲୋକେ ସହାୟତା ପାଇନାହାଁନ୍ତି । ତାହେଲେ କଣ କଚ୍ଚା ଘରବାଲାଙ୍କୁ ନ ଦେଇ ପକ୍କା ଘରବାଲା ଙ୍କୁ ଦେଲେ? ବିପର୍ଯ୍ୟୟର ସ୍ଥାୟୀ ସମାଧାନ ପାଇଁ  ବ୍ଲୁ ପ୍ରିଣ୍ଟ ଦେବାକୁ ପୂର୍ବ ଥର ମୋଦି କହିଥିଲେ । ନବୀନ କହୁଛନ୍ତି କେନ୍ଦ୍ର ସ୍ଥାୟୀ ସମାଧାନ କରୁ । ପ୍ରକୃତରେ କିଏ କରିବ, ରାଜ୍ୟ ନା କେନ୍ଦ୍ର? ଲୋକଙ୍କୁ କାହିଁକି ଅନ୍ଧାରରେ ରଖୁଛନ୍ତି? ଖାଲି ପ୍ରଚାର କରୁଛନ୍ତି।’’

ବିରୋଧୀ ଙ୍କ ଅଭିଯୋଗ ର ଜବାବ ରଖିଛି ବିଜେଡି । ଦଳର ବରିଷ୍ଠ ନେତା ତଥା ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସ ବର୍ମା ବାତ୍ୟା ପାଇଁ ଦୀର୍ଘମିଆଦୀ ଯୋଜନା ସମ୍ପର୍କରେ ବିଜେପିର ମତ ଉପରେ କଡା ଜବାବ ରଖିଛନ୍ତି।

‘‘ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶା ସରକାର ସବୁ ଠୁ ଭଲ କାମ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛନ୍ତି । ଏମିତିକି ପ୍ରଧାନ ମନ୍ତ୍ରୀ ପୁର୍ବରୁ ଫନି ଓ ଏବେ ଅମ୍ପନ ମୁକାବିଲା ପାଇଁ ଗତ କାଲି ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି । ତେଣୁ ଆମ୍ପନ ମୁକାବିଲା ସହ କରୋନା ବିପତ୍ତିର ମୁକାବିଲା ସମୟରେ ବିଜେପି ନେତାମାନେ ଏଭଳି ମନ୍ତବ୍ୟ ଦେବା ଗ୍ରହଣୀୟ କିମ୍ବା ସ୍ପୃହାଣୀୟ ନୁହେଁ,’’ କହିଛନ୍ତି ଦାସ ବର୍ମା । ବାତ୍ୟା ଅମ୍ପନରେ କ୍ଷୟକ୍ଷତିର ଆକଳନ ଚାଲିଛି ଓ ଖୁବ ଶୀଘ୍ର ସେ ସମ୍ପର୍କରେ କେନ୍ଦ୍ରକୁ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଅହମଦାବାଦରେ ଲଜ୍ଜା: କରୋନା ମୃତକଙ୍କ ଦେହରୁ ଅଳଙ୍କାର ଚୋରି କରି ୨ ଜଣ ଗିରଫ ହେଲେ

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 23, 2020, 9:57 PM IST
corona virus btn
corona virus btn
Loading