ରାଜ୍ୟରେ ପିସି କାରବାର ନେଇ ବିଧାନସଭାରେ ବର୍ଷିଲେ ବିରୋଧୀ; କଂଗ୍ରେସ ଓ ବିଜେପି

୧ଜାନୁଆରୀ ୨୦୨୧ ରୁ ୩୦ ଜୁନ ୨୦୨୨ ମଧ୍ୟରେ ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ୭୫୮ଜଣଙ୍କ ବିରୁଦ୍ଧରେ ୪୦୪ଟି କ୍ରମିନାଲ କେସ ରୁଜ୍ଜୁ ହୋଇଛି ।

ବିଧାନସଭାର (ପ୍ରତୀକାତ୍ମକ ଛବି)

ବିଧାନସଭାର (ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ଭୁବନେଶ୍ୱର: ପିସି କାରବାର ଚରମ ସୀମାରେ, କୋଟିପତି ନିମାପଡ଼ା ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ" ଶୀର୍ଷକ ମୁଲତବୀ ପ୍ରସ୍ତାଵ ଉପରେ ଗୃହରେ ସରଗରମ ଆଲୋଚନା ହୋଇଛି । ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ରାଜ୍ୟରେ ପିସି କାରବାର ଚରମ ସୀମାରେ ପହଞ୍ଚିବା ସତ୍ୟ ନୁହେଁ । ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ । ଦୁର୍ନୀତିକୁ ମୂଳପୋଛ କରିବା ପାଇଁ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । କଣ୍ଟ୍ରାକ୍ଟର ମାନଙ୍କୁ ଲାଇସେନ୍ସ ପ୍ରଦାନ ଠୁ ବିଲ ପଇଠ ପର୍ଯ୍ୟନ୍ତ ସବୁ କିଛି ଅନଲାଇନ ରେ ହେଉଛି ।

୧ ଜାନୁଆରୀ ୨୦୨୧ ରୁ ୩୦ ଜୁନ ୨୦୨୨ ମଧ୍ୟରେ ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ୭୫୮ଜଣଙ୍କ ବିରୁଦ୍ଧରେ ୪୦୪ଟି କ୍ରମିନାଲ କେସ ରୁଜୁ ହୋଇଛି । ସେଥି ମଧ୍ୟରୁ ୭୬ ଜଣ 'କ' ବର୍ଗର, ୬୮ଜଣ 'ଖ' ବର୍ଗର, ସେହିପରି ୪୩ ଜଣ 'କ' ବର୍ଗର ଓ 'ଖ' ବିଭାଗର ୪୯ ଜଣଙ୍କୁ ମିଶାଇ ସମୁଦାୟ ୨୭୨ ଜଣଙ୍କୁ ଗିରଫ କରାଯାଇଛି । ୨୫୪.୫୭ କୋଟି ଟଙ୍କା ଜବତ କରାଯାଇଛି । ୭୫ ଟି ମାମଲାରେ ୮୮ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୬ଜଣ ଙ୍କୁ ଚାକିରୀ ରୁ ବରଖାସ୍ତ କରାଯିବା ସହ ୧୫ ଜଣ ଅବସରପ୍ରାପ୍ତ କର୍ମଚାରୀ ଙ୍କ ପେନସନ ବନ୍ଦ କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।

ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଯେ ରାଜ୍ୟରେ ପିସି କାରବାର ଭୟାବହ ରୋଗରେ ପରିଣତ ହୋଇଛି । ସବୁ ବର୍ଗର ଅଧିକାରୀ ଏଥିରେ ସାମିଲ ଅଛନ୍ତି । ମୁଖ୍ୟମନ୍ତ୍ରୀ ଷ୍ଟପ ପିସି କହିବା ଦିନଠୁ ରାଜ୍ୟରେ ପିସି କାରବାର ଅଧିକ ବଢିଛି । ଶୂନ୍ୟ ସହନଶୀଳତା କଥା କେବଳ ନିର୍ମଳ ଭାବମୂର୍ତ୍ତି ଗଠନ କରିବା ପାଇଁ । ଏହି ଶବ୍ଦ ମୁଖ୍ୟମନ୍ତ୍ରୀ ଭାବମୂର୍ତ୍ତି ଗଠନ କରିବା ପାଇଁ ଆମୋଘ ଅସ୍ତ୍ର ହୋଇଛି । ବିଜେଡି ସରକାର ନୁହେଁ ବରଂ ଏହା ପିସି ସରକାର କହି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ।

କଂଗ୍ରେସ ବିଧାୟକ ନିଜ ନିର୍ବାଚନ ମଣ୍ଡଳୀର ତଥ୍ୟ ରଖି ସରକାରଙ୍କୁ ସମାଲୋଚନା କରିଛନ୍ତି । ପିସି କାରବାର ବ୍ୟାପକ ପରିମାଣରେ ହେଉଛି । ଉପରୁ ତଳ ସମସ୍ତ ଅଧିକାରୀ ପିସି କାରବାରରେ ସଂପୃକ୍ତ କହି ସରକାରଙ୍କୁ ସମାଲୋଚନା କରିଛନ୍ତି ।
Published by:Sujit Swain
First published: