ଅପରେସନ ହ୍ଵାଇଟ ସ୍ପାଇଡ଼ର; ୧ମାସରେ ଅଢେଇ କୋଟି ଟଙ୍କାର ବ୍ରାଉନସୁଗର ଜବତ

ରାଜ୍ୟ ରାଜଧାନୀରେ ବିଭିନ୍ନ ମାଦକ ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ ପୁଲିସ ତରଫରୁ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ।

ରାଜ୍ୟ ରାଜଧାନୀରେ ବିଭିନ୍ନ ମାଦକ ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ ପୁଲିସ ତରଫରୁ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ।

ରାଜ୍ୟ ରାଜଧାନୀରେ ବିଭିନ୍ନ ମାଦକ ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ ପୁଲିସ ତରଫରୁ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ।

  • News18 Odia
  • Last Updated :
  • New Delhi, India
  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ବିଭିନ୍ନ ମାଦକ ଦ୍ରବ୍ୟର ବିକ୍ରୟ ଓ ସେବନକୁ ପ୍ରତିହତ କରିବା ନିମନ୍ତେ ପୁଲିସ ତରଫରୁ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ନିଶା କାରବାର ବିରୋଧରେ ବିଭିନ୍ନ ଥାନା ସ୍ତରରେ ପ୍ରୟାସ କରାଯାଉଥିବା ବେଳେ ସ୍ଵତନ୍ତ୍ର ରୂପେ ଗଠିତ ଅପରେସନ “ହ୍ଵାଇଟ ସ୍ପାଇଡର”, ପିଓପିଡି ଏବଂ ଟିମ୍-୬୦ ମଧ୍ୟ ତୀକ୍ଷ୍ଣ ନଜର ରଖି ଗତ ଡିସେମ୍ବର ୧ ତାରିଖରୁ ୩୧ ତାରିଖ ମଧ୍ୟରେ ୧୨ଟି ମାମଲାରେ ମୋଟ ୧୮ଜଣ ନିଶା ବ୍ୟବସାୟୀଙ୍କୁ ଧରି ସେମାନଙ୍କ ନିକଟରୁ ସର୍ବମୋଟ୍ ୨୦୪ଗ୍ରାମ ୨୭୦ମିଲିଗ୍ରାମ ଓଜନର ବ୍ରାଉନ ସୁଗାର ଓ ନିଶା ଦ୍ରବ୍ୟ ବିକ୍ରୟରୁ ଆୟ କରିଥିବା ମୋଟ ୧୬୧୮୦ଟଙ୍କା ଜବତ କରାଯାଇଥିବା ବେଳେ, ୧୫ଟି ମୋବାଇଲ ଫୋନ ଏବଂ ୦୬ଟି ଦୁଇ/ତିନି ଚକିଆ ଯାନ ଜବତ କରାଯାଇପାରିଛି ।

ସେହିଭଳି ଭାବେ ଗତ ଡିସେମ୍ବର ମାସ ୧ତାରିଖରୁ ୩୧ତାରିଖ ମଧ୍ୟରେ ୪ଟି ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରାଯାଇ ମାମଲାରେ ଜଡ଼ିତ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ମୋଟ ୬୫କିଲୋଗ୍ରାମ ୪୫୦ଗ୍ରାମ ଓଜନର ଗଞ୍ଜେଇ, ଗଞ୍ଜେଇ ବିକ୍ରୟରୁ ଆୟ କରିଥିବା ମୋଟ ୯୩୫୦ଟଙ୍କା, ଦୁଇଟି ମୋବାଇଲ ଫୋନ ଏବଂ ଗୋଟିଏ ଚାରି ଚକିଆ ଯାନ ମଧ୍ୟ ଜବତ କରାଯାଇଛି ।

ଚଳିତ ବର୍ଷ ଜାନୁୟାରୀ ମାସରୁ ଡିସେମ୍ବର ମାସ ମଧ୍ୟରେ ୯୪ଟି ମାମଲାରେ ମୋଟ ୧୭୨ଜଣ ନିଶା ବ୍ୟବସାୟୀଙ୍କୁ ଧରି ସେମାନଙ୍କ ନିକଟରୁ ସର୍ବମୋଟ୍ ୨କେଜି ୫୫୮ଗ୍ରାମ ୩୭୦ମିଲିଗ୍ରାମ ଓଜନର ବ୍ରାଉନ ସୁଗାର ଓ ନିଶା ଦ୍ରବ୍ୟ ବିକ୍ରୟରୁ ଆୟ ହୋଇଥିବା ମୋଟ ୭,୬୩,୦୩୦ଟଙ୍କା ଜବତ କରାଯାଇଥିବା ବେଳେ, ୪୦ଟି ଦୁଇ/ତିନି/ଚାରି ଚକିଆ ଯାନ, ୮୨ଟି ମୋବାଇଲ ଫୋନ, ୩୧୦ଗ୍ରାମ ଓଜନର ସୁନା ଗହଣା, ୪୫୦ଗ୍ରାମ ଓଜନର ରୂପା ଗହଣା, ଗୋଟିଏ ଲାପଟପ ଏବଂ ଗୋଟିଏ ରିଭଲଭର ମଧ୍ୟ ଜବତ କରାଯାଇଥିଲା ।
Published by:Soumyashree Mishra
First published: