News 18 Odia Digital
କେନ୍ଦ୍ରାପଡ଼ା: ଅପରେସନ୍ ମହାନଦୀ ଶେଷ। ସମସ୍ତ ୭୦ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି କୂଳକୁ ଅଣାଯାଇଛି। ଅଗ୍ନିଶମ ଟିମ୍, ଜମ୍ବୁ ମେରାଇନ୍ ପୋଲିସ ଓ ସ୍ଥାନୀୟ ଡଙ୍ଗା ଚାଳକ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଖବର ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଏକ ଯାତ୍ରୀବାହୀ ଡଙ୍ଗା ପାରାଦୀପରୁ ବାହାକୁଦ ମହାକାଳପଡ଼ା ଅଞ୍ଚଳକୁ ଯାଉଥିଲା। ତେବେ ମହାନଦୀ ନଦୀରେ ପ୍ରବଳ ଜଳ ପ୍ରବାହ ହେତୁ ଏହା ଭାସିଯାଇଥିଲା।
ତେବେ ଅଗ୍ନିଶମ କର୍ମଚାରୀ ଏବଂ ସ୍ଥାନୀୟ ପୋଲିସ କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଡଙ୍ଗା ଚାଳକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅନ୍ଧାର ସତ୍ତ୍ୱେ ସେମାନଙ୍କର ସମସ୍ତ ପ୍ରୟାସ ଏବଂ ଅଭିଜ୍ଞତାକୁ ଲଗାଇ ୭୦ ଲୋକଙ୍କୁ ସଫଳତାର ସହିତ ଉଦ୍ଧାର କରିଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।