ମୁକୁଳା ଡ୍ରେନ ନେଲା ଜୀବନ; ୨ ଦିନ ପରେ ସାମ୍ନାକୁ ଆସିଲା ଖବର

ପୁଣି ଥରେ ଜୀବନ ନେଲା ମୁକୁଳା ଡ୍ରେନ। ୪ ବର୍ଷର ଶିଶୁ ଗୌତମ ରେଡ୍ଡୀ ଡ୍ରେନରେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି।

ମୁକୁଳା ଡ୍ରେନ ନେଲା ଆଉ ଏକ ଜୀବନ

ମୁକୁଳା ଡ୍ରେନ ନେଲା ଆଉ ଏକ ଜୀବନ

  • Share this:
News 18 Odia Digital

ଭୁବନେଶ୍ୱର: ମେଡିକାଲ ଚେୟାର ଉପରେ ନିସ୍ତେଜ ହୋଇ ପଡ଼ିଥିବା ଏ ବାଳକ ଦୁନିଆ କଣ ଜାଣିବା ଆଗରୁ ମୁକୁଳା ଡ୍ରେନରେ ତା ଜୀବନ ଯାଇଛି। ରବିବାର ଦିନ ଉପକୂଳ ଓଡ଼ିଶା ସମେତ ରାଜଧାନୀରେ ତୁହାକୁ ତୁହା ବର୍ଷା ଅନେକ ଅଞ୍ଚଳକୁ କରିଥିଲା ଜଳବନ୍ଦୀ। ସାମନ୍ତରା ପୁର ଭୁଆସୁଣୀ ମନ୍ଦିର ନିକଟ ଡ୍ରେନ କଡ଼ରେ ଥିବା ତେଲୁଗୁ ବସ୍ତି ଏଥିରୁ କେମିତି କା ବାଦ୍ ପଡ଼ିଥାଆନ୍ତା। ବସ୍ତିର ସାମ୍ନାରେ ଥିବା ୭ ନମ୍ୱର୍ ଡ୍ରେନରୁ ମାତ୍ର ଚାଖଣ୍ଡେ ଉଚ୍ଚା ହେଉଛି ଡ୍ରେନ ୱାଲ୍। ଡ୍ରେନ ୱାଲ୍ ଉଚ୍ଚା ନ ହେବା କାରଣରୁ ଘରୁ ବାହାରି ଡ୍ରେନ କଡ଼ରେ ଖେଳୁଥିବା ସମୟରେ ଏହି ୪ ବର୍ଷର ଶିଶୁ ଗୌତମ ରେଡ୍ଡୀ ପଡ଼ି ଯାଇଥିଲେ।

ଡ୍ରେନଟି  ଗଙ୍ଗୁଆ କେନାଲକୁ ସଂଯୋଗ ହୋଇଥିବାରୁ ଡ୍ରେନରେ ଅଧିକ ପାଣି ପ୍ରବାହିତ ହେଉଥିଲା। ଗୌତମ ପଡ଼ିଯାଇଥିବା ସ୍ଥାନରୁ ୩୦୦ ଫୁଟ ଆଗକୁ ଯାଇ ଏକ ପଥର ପାଖରେ ଲାଗିଥିଲେ। ଘର ଲୋକ ଖୋଜା ଖୋଜି କରିବା ପରେ ସାହି ଲୋକ ସନ୍ଧ୍ୟା ସମୟରେ ମୃତ ଅବସ୍ଥାରେ ଗୌତମକୁ ପାଣିରୁ ଆଣିଥିଲେ। ଭୁବନେଶ୍ୱର ମହାନଗର ନିଗମ ମେଡିକାଲ ନେଇ ଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସାହି ଓ ବସ୍ତିକୁ ଲାଗି ରହିଥିବା ମୁକୁଳା ଡ୍ରେନ ଉପରେ ସ୍ଲାପ ପଡ଼ିବ ବୋଲି ଭୁବନେଶ୍ବର ମହାନଗର ନିଗମ ଘୋଷଣା କରିଛି। କିନ୍ତୁ ତାହା କେବଳ କଥାରେ, କାମରେ ନୁହେଁ ବୋଲି କହିଛନ୍ତି ତେଲୁଗୁ ବସ୍ତି ବାସିନ୍ଦା। ଏବେ ଜଣଙ୍କର ଜୀବନ ଯାଇଛି ଆଗକୁ ଆଉ କିଏ ଏହି ପାଣିରେ ନ ମରିବ ବୋଲି କିଏ ସେ କଥା କହିବ। ଯଦିଓ ଭୁବନେଶ୍ଵର ମହାନଗର ନିଗମଏହି ଘଟଣା ଜାଣିଛି କିନ୍ତୁ ତାହା ଲୋକ ଲୋଚନକୁ ଆସି ନାହିଁ, ଡ୍ରେନ ମୁଣ୍ଡ ନେବା ପରେ, ସମବେଦନା, କ୍ଷତି ପୂରଣ ତା ସହ ଡ୍ରେନ ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ।
Published by:Soumyashree Mishra
First published: