Booster Dose: ରାଜ୍ୟରେ ମାତ୍ର ୧ ପ୍ରତିଶତ ଲୋକ ନେଇଛନ୍ତି ବୁଷ୍ଟର ଡୋଜ

ରାଜ୍ୟରେ ମାତ୍ର ୧ ପ୍ରତିଶତ ଲୋକ ନେଇଛନ୍ତି ବୁଷ୍ଟର ଡୋଜ। ଆଜାଦୀ କି ଅମୃତ ମେହାତ୍ସବ ଅବସରରେ ଶୁକ୍ରବାରଠୁ ୭୫ ଦିନ ପର୍ଯ୍ୟନ୍ତି ମାଗଣା ବୁଷ୍ଟର ଟିକା ଦିଆଯିବ। ଅନ୍ୟପଟେ ଗୁରୁବାର କୋଭିଡ଼ ସ୍ଥିତିର ସମୀକ୍ଷା କରି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀl

ରାଜ୍ୟରେ ମାତ୍ର ୧ ପ୍ରତିଶତ ଲୋକ ନେଇଛନ୍ତି ବୁଷ୍ଟର ଡୋଜ

ରାଜ୍ୟରେ ମାତ୍ର ୧ ପ୍ରତିଶତ ଲୋକ ନେଇଛନ୍ତି ବୁଷ୍ଟର ଡୋଜ

  • Share this:
News18 Odia Digital

ଭୁବନେଶ୍ବର: ଦିନକୁ ଦିନ ବଢୁଛି କରୋନା ସଂକ୍ରମଣl ସଚେତନ ନହେଲେ ଆଗକୁ ଆହୁରି ବଢ଼ିବ ସଂକ୍ରମଣl ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣା ବୁଷ୍ଟର ଡୋଜ୍ ଦେବା ପାଇଁ ନିର୍ଦ୍ଦେଶ ଆସିବା ପରେ ଆଜିଠୁ ଓଡ଼ିଶାର ବିଭିନ୍ନ ଟିକାକାରଣ କେନ୍ଦ୍ରରେ ଦିଆଯାଉଛି ପ୍ରିକସନ ଡୋଜl

ଏହାରି ଭିତରେ ରାଜ୍ୟରେ ମାତ୍ର ୧ ପ୍ରତିଶତ ଲୋକ ନେଇଛନ୍ତି ବୁଷ୍ଟର ଡୋଜ। ଆଜାଦୀ କି ଅମୃତ ମେହାତ୍ସବ ଅବସରରେ ଶୁକ୍ରବାରଠୁ ୭୫ ଦିନ ପର୍ଯ୍ୟନ୍ତି ମାଗଣା ବୁଷ୍ଟର ଟିକା ଦିଆଯିବ। ଅନ୍ୟପଟେ ଗୁରୁବାର କୋଭିଡ଼ ସ୍ଥିତିର ସମୀକ୍ଷା କରି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀl

ରାଜ୍ୟରେ ଉପର ମୁହାଁ କରୋନା ସଂକ୍ରମଣl ପୂର୍ବ ପରି ସତର୍କ ନାହାଁନ୍ତି ଜନସାଧାରଣl ଦୈନିକ ସଂକ୍ରମଣ ୮୦୦ ଡ଼େଇଁଥିବା ବେଳେ ଏବେ ହଜାର ଛୁଇଁଛି ସଂଖ୍ୟାl କୋଭିଡ ସ୍ଥିତି ସମୀକ୍ଷାରେ ସତର୍କ ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶl

ସେପଟେ ଶୁକ୍ରବାର ଠାରୁ ୧୮ ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ଟିକାକରଣ ପାଇଁ ପ୍ରସ୍ତୁତ ରହିଛି ବିଭାଗl ଯେହେତୁ ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ଘଟୁଛି ତେବେ ସମସ୍ତ ବର୍ଗର ଲୋକଙ୍କୁ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ୧୨ ରୁ ୧୪ ବର୍ଷର ପିଲାମାନେ ପ୍ରଥମ ଡୋଜ ୯୮% ନେଇଥିବା ବେଳେ ଦ୍ୱିତୀୟ ଡୋଜ ନେଇଛନ୍ତି ମାତ୍ର ୭୨%।

୧୫ ରୁ ୧୭ ବର୍ଷ ପିଲାଙ୍କୁ ପ୍ରଥମ ଡୋଜ ୯୨% ଓ ଦ୍ୱିତୀୟ ଡୋଜ ୮୨% ଟିକାକରଣ କରାଯାଇଛି। ୧୮ରୁ ଅଧିକ ବର୍ଗର ଲୋକଙ୍କର ୯୬% ପ୍ରଥମ ଡୋଜ ଓ ଦ୍ୱିତୀୟ ଡୋଜ ୯୦% ଟିକାକରଣ ଦିଆସରିଛି।

ବର୍ତ୍ତମାନ ପ୍ରିକସନ ଡୋଜ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। କରୋନା ଯୋଦ୍ଧା, ସମ୍ମୁଖ ଧାଡ଼ିର ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ ଓ ୬୦ ବର୍ଷର ଅଧିକ ଲୋକ ମାତ୍ର ୨୮% ଟିକାକରଣ କରାଯାଇଛି। ତେବେ ଶୁକ୍ରବାର ଠାରୁ ୧୮ ରୁ ୯୫ ବର୍ଷର ନାଗରିକମାନଙ୍କର ବୁଷ୍ଟର ଡୋଜ ମାଗଣାରେ ଆରମ୍ଭ ହୋଇଛି। ଯାହା ୭୫ ଦିନ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ପାଖାପାଖି ୩ ହଜାର ସରକାରୀ ଟିକାକରଣ କେନ୍ଦ୍ର ରହିଛି। ସେଠି ମାଗଣାରେ ଟିକା ନେବାକୁ ଆହ୍ୱାନ କରାଯାଇଛି ।

କେନ୍ଦ୍ର ଗୁଡିକରେ ଟିକା ଦେବା ପାଇଁ ପ୍ରଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟ କର୍ମୀ ରହିଛନ୍ତି। ଯଦି ମାଗଣାରେ ଏଭଳି ଟିକାକରଣ ଦିଆଯିବ ତେବେ ରାଜ୍ୟରେ ସେତିକି ପରିମାଣରେ ଟିକା ନାହିଁ। ତେବେ ଆହୁରି ଟିକା ଆବଶ୍ୟକ ପଡ଼ିବ।

ଏହି ବର୍ଗରେ ଲୋକ ଅଛନ୍ତି ୨ କୋଟି ୬୫ ଲକ୍ଷ୍ୟ ୮୫ ହାଜର ହିତାଧିକାରୀ। ସେଥିମଧ୍ୟରୁ ମାତ୍ର ୧ ଲକ୍ଷ୍ୟ ୫୦ ହାଜର ହିତାଧିକାରୀ ବୁଷ୍ଟର ଡୋଜ ନେଇଛନ୍ତି। ଅର୍ଥାତ ୯୯% ଆହୁରି ଟିକା ନେଇନାହାଁନ୍ତି। ଏହି ଟିକାକରଣ ପାଇଁ ଉଭୟ ବ୍ୟବସ୍ଥା କରାଯାଇଛି। ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଟିକାକରଣ ବ୍ୟବସ୍ଥା କରାଯାଇଛି।

କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଚାଲିଛି। ୧୮ ରୁ ୫୯ ବର୍ଗର ଲୋକଙ୍କୁ ଦୈନିକ ୫୦୦ରୁ ୬୦୦ ଲୋକଙ୍କୁ ଟିକାକରଣ କରାଯିବ। ପୂର୍ବଭଳି ଲୋକ କରୋନାକୁ ଡରୁନାହାଁନ୍ତି। ଟିକା ନେଲେ ଲୋକ ଗୁରୁତର ହେବେ ନାହିଁ। ହେଲେ ନ ନେଲେ ଜୀବନ ଘାତକ ହୋଇପାରେ। ସମସ୍ତେ ଟିକା ନିଅନ୍ତୁ ଓ ଚତୁର୍ଥ ଲହରରୁ ରକ୍ଷା ପାଆନ୍ତୁ। ବଢୁଛି ଆଗକୁ ବଢ଼ି ଚାଲିବ ସଂକ୍ରମଣ। ଆଗକୁ ସତର୍କ ହେବାକୁ ପଡ଼ିବ। ଏବେ ହିଁ ସତର୍କ ରହିବାର ସମୟ। ଏହି ସମୟରେ ବେଶୀ ସମୟ ବୁଲାବୁଲି ନକରିବା, ମାକ୍ସ ପିନ୍ଧି ବୁଲିବା ଓ ଗାଇଡଲାଇନ ମନିବାକୁ ନିବେଦନ କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ।

ଯଦିଓ ତିନୋଟି ଲହର ପରି ଚତୁର୍ଥ ଲହର ଏତେଟା ପ୍ରଭାବି ନୁହେଁ, ତଥାପି ସଚେତନ ରହିଲେ ବିପଦ ସେତେ ମାତ୍ରାରେ ନ ହୋଇପାରେ ବୋଲି ସେ କହିଛନ୍ତି।
Published by:Lipina Das
First published: