ରାଜ୍ୟରେ ପ୍ରସିଦ୍ଧ ମନ୍ଦିର ଗୁଡ଼ିକ ପାଇଁ ଅନଲାଇନରେ ହେବ ଟିକଟ; ମିଳିବ ସ୍ୱତନ୍ତ୍ର ସୁବିଧା

ତାମିଲନାଡୁ କର୍ଣ୍ଣାଟକ ଢାଞ୍ଚାରେ ଓଡ଼ିଶାରେ ଆରମ୍ଭ ହେବ ଇଣ୍ଟିଗ୍ରେଟେଡ ଟେମ୍ପଲ ମ୍ୟାନେଜମେଣ୍ଟ ସିଷ୍ଟମ ଓ୍ୱେବ ପୋର୍ଟାଲ । ଅନଲାଇନ ଜରିଆରେ ଶ୍ରଦ୍ଧାଳୁଙ୍କୁ ମିଳିବ ଦେବାଳୟ ଦର୍ଶନ ସୁବିଧା ।

ରାଜ୍ୟରେ ପ୍ରସିଦ୍ଧ ମନ୍ଦିର ଗୁଡ଼ିକ ପାଇଁ ଅନଲାଇନରେ ହେବ ଟିକଟ; ମିଳିବ ସ୍ୱତନ୍ତ୍ର ସୁବିଧା

ରାଜ୍ୟରେ ପ୍ରସିଦ୍ଧ ମନ୍ଦିର ଗୁଡ଼ିକ ପାଇଁ ଅନଲାଇନରେ ହେବ ଟିକଟ; ମିଳିବ ସ୍ୱତନ୍ତ୍ର ସୁବିଧା

  • News18 Odia
  • Last Updated :
  • Share this:
News 18 Odia Digital

ଅଲାରପୁର; ତାମିଲନାଡୁ କର୍ଣ୍ଣାଟକ ଢାଞ୍ଚାରେ ଓଡ଼ିଶାରେ ଆରମ୍ଭ ହେବ ଇଣ୍ଟିଗ୍ରେଟେଡ ଟେମ୍ପଲ ମ୍ୟାନେଜମେଣ୍ଟ ସିଷ୍ଟମ ଓ୍ୱେବ ପୋର୍ଟାଲ । ଅନଲାଇନ ଜରିଆରେ ଶ୍ରଦ୍ଧାଳୁଙ୍କୁ ମିଳିବ ଦେବାଳୟ ଦର୍ଶନ ସୁବିଧା । ପ୍ରଥମେ ଚାରି ପାଞ୍ଚଟି ମନ୍ଦିରକୁ ପାଇଲଟ ପ୍ରୋଜେକ୍ଟ ଭାବରେ ପୋର୍ଟାଲରେ ସ୍ଥାନ ଦେବାକୁ ଦେବତ୍ତୋର କମିଶନଙ୍କୁ ଚିଠି ଲେଖିଛି ଆଇନ ବିଭାଗ ।

ରାଜ୍ୟରେ ପ୍ରସିଦ୍ଧ ମନ୍ଦିର ଗୁଡ଼ିକ ପାଇଁ ଅନଲାଇନରେ ହୋଇପାରିବ ଟିକଟ । ଏଥିପାଇଁ ଏକ ସ୍ୱତନ୍ତ୍ର ପୋର୍ଟଲ ଇଣ୍ଟିଗ୍ରେଟେଡ ଟେମ୍ପଲ ମ୍ୟାନେଜମେଣ୍ଟ ସିଷ୍ଟମ ଆଣିବେ ସରକାର । ଦର୍ଶନ, ପୂଜା, ପ୍ରସାଦ ସେବନ ପାଇଁ ଏହି ପୋର୍ଟାଲ ଜରିଆରେ ଦେଶ ବିଦେଶର ଭକ୍ତ ଟିକଟ କରିପାରିବେ । ଏହି ପୋର୍ଟାଲରେ ଓଡ଼ିଆ, ହିନ୍ଦି ଓ ଇଂଗ୍ରାଜୀ ଭାଷା ରହିବ ।ଦେବତ୍ତୋର କମିସନ, ଭାଷା ସାହିତ୍ୟ ସଂସ୍କୃତି, ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଏବଂ ଆଇନ ବିଭାଗକୁ ନେଇ ଦୁଇ ଦୁଇ ଥର ବୈଠକ ବସିଥିଲା । ତାମିଲନାଡୁ ଏବଂ କର୍ଣ୍ଣାଟକରେ ଏହି ବ୍ୟବସ୍ଥା ପ୍ରଚଳିତ ଥିବା ବେଳେ ଏବେ ଓଡ଼ିଶାରେ ଏହା ଲାଗୁ ହେବାକୁ ଯାଉଛି । ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି  ଅନେକ ଲୋକ ଦୁର ଦୁରାନ୍ତରୁ ଆସି ଦର୍ଶନ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ,ଏହି ପୋର୍ଟାଲ ମାଧ୍ୟମରେ ଟିକେଟ ବୁକିଂ ହେଲେ ଶ୍ରଦ୍ଧାଳୁ ସୁବିଧାରେ ଦର୍ଶନ କରିପାରିବେ ।

ହିନ୍ଦୁ ଧର୍ମାବଲମ୍ବିଙ୍କ ଭାବାବେଗକୁ ଆଘାତ ନହେବା ଭଳି ଓ୍ୱେବ ପୋର୍ଟାଲ ପ୍ରସ୍ତୁତ ହେବ । ଏହି ପୋର୍ଟାଲ ମାଧ୍ୟମରେ ବିଭିନ୍ନ ମନ୍ଦିରରେ ହେଉଥିବା କାର୍ଯ୍ୟକ୍ରମ, କେଉଁ ସମୟରେ ମନ୍ଦିର ଖୋଲୁଛି କେଉଁ ସମୟରେ ବନ୍ଦ ହେଉଛି ଏବଂ ମନ୍ଦିରର ବିଭିନ୍ନ ରିତିନୀତି ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ମିଳିପାରିବ । ଏହା ସହ ଯେଉଁ ମନ୍ଦିରକୁ ଚାହିଁବେ ଦାନ କରିପାରିବେ । ମନ୍ଦିର ଗୁଡିକର ଜମାଖାତା ସରକାରୀ ବ୍ୟଙ୍କରେ ରହିବ । କିନ୍ତୁ ଅନଲାଇନ ପାଇଁ  ପେମେଣ୍ଟ ଗେଟ ଓ୍ୱେ ଏଚଡିଏଫସି ବ୍ୟାଙ୍କର ରହିବ ବୋଲି ବୈଠକରେ ନିଷ୍ପତି ହୋଇଛି । ରାଜ୍ୟର ୧୫୦ ମନ୍ଦିର ଏହି ପୋର୍ଟାଲରେ ସ୍ଥାନ ପାଇବ ବୋଲି ଜଣାପଡିଛି । ସେବାୟତ କହିଛନ୍ତି ଯାହା ନିଷ୍ପତି ନେବେ ସରକାର ସେବାୟତଙ୍କ ସହ ଆଲୋଚନା କରି ନିଷ୍ପତି ନିଅନ୍ତୁ । ପ୍ରଥମେ କେଉଁ ପର୍ଯ୍ୟାୟରେ କେଉଁ ମନ୍ଦିର ସ୍ଥାନ ପାଇବ ତାର ତାଲିକା ପ୍ରସ୍ତୁତ  କରିବ ଦେବତ୍ତୋର କମିଶନ । ଏହି ତାଳିକା ପ୍ରସ୍ତୁତ କରିବା ପାଇଁ ଆଇନ ବିଭାଗ ଦେବତ୍ତୋର କମିସନଙ୍କୁ ଚିଠି ଲେଖିଛି ।
Published by:Soubhagya Mishra
First published: