ଏସସିବିରେ ଆରମ୍ଭ ହେବ ଅନଲାଇନ ଓପିଡ଼ି ଟିକେଟ୍ ରେଜିଷ୍ଟ୍ରେସନର ସୁବିଧା

ଆସନ୍ତା ମେ' ମାସ ୯ ତାରିଖରୁ ଏସସିବିରୁ ଆରମ୍ଭ ହେବାକୁ ଯାଉଛି ଅନଲାଇନ ମାଧ୍ୟମରେ ଓପିଡ଼ି ଟିକେଟ୍ ରେଜିଷ୍ଟ୍ରେସନର ସୁବିଧା । ଏଥର ଘର ବସି କରି ହେବ ଅନ୍ଲାଇନ୍ ସ୍ଲଟ୍ ବୁକିଂ କରି ପାରିବେ ଓ ହାସଲ କରି ହେବ ଓପିଡ଼ି ଟିକେଟ ।

ଏସସିବିରେ ଆରମ୍ଭ ହେବ ଅନ୍ଲାଇନ୍ ଓପିଡି ଟିକେଟ୍ ରେଜିଷ୍ଟ୍ରେସନ୍ର ସୁବିଧା (ପ୍ରତୀକାତ୍ମକ ଛବି)

ଏସସିବିରେ ଆରମ୍ଭ ହେବ ଅନ୍ଲାଇନ୍ ଓପିଡି ଟିକେଟ୍ ରେଜିଷ୍ଟ୍ରେସନ୍ର ସୁବିଧା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ରାଜ୍ୟବାସୀଙ୍କୁ ଉନ୍ନତ ମାନର ସେବା ଯେଗାଇ ଦେବା କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢ଼ାଇଲା ଏସସିବି ମେଡ଼ିକାଲ କଲେଜ । ଏଣିକି ଏସସିବିର ଓପିଡ଼ିରେ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ଆଉ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କିୟମାନଙ୍କୁ ଘଣ୍ଟା ଘଣ୍ଟା ଧରି ଟିକେଟ କାଉଣ୍ଟର ଆଗରେ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ । ବରଂ ଘର ବସି କରି ହେବ ଅନ୍‌ଲାଇନ୍‌ ସ୍ଲଟ୍‌ ବୁକିଂ କରି ପାରିବେ ଓ ହାସଲ କରି ହେବ ଓପିଡ଼ି ଟିକେଟ।

ଆସନ୍ତା ମେ' ମାସ ୯ ତାରିଖରୁ ଆରମ୍ଭ ହେବକୁ ଯାଉଛି ଏହି ସେବା ।http://eswasthya.odisha.gov.in ପୋର୍ଟାଲକୁ ଯାଇ ଅନ୍‌ଲାଇନ୍‌ ମାଧ୍ୟମରେ ଓପିଡ଼ି ଟିକେଟ୍‌ ରେଜିଷ୍ଟ୍ରେସନ୍‌ର ସୁବିଧା ପାଇ ପାରିବେ ଲୋକେ । ଏହି ପୋର୍ଟାଲରେ ପଞ୍ଚିକରଣ କରିବା ପରେ ପଞ୍ଜିକୃତ ଫର୍ମକୁ ଡାଉନଲୋଡ କରି ତାର ଏକ ପ୍ରିଣ୍ଟ ବାହାର କରି ରୋଗୀ ଏସସିବିର ଯେକୌଣସି ବିଭାଗର ଡାକ୍ତର ପରାମର୍ଶ ପାଇଁ ଏସସିବିର ଓପିଡ଼ି ଆସିପାରିବ ।

କେବଳ ଓପିଡ଼ିରେ ଅନଲାଇନ ସ୍ଲଟ୍‌ ବୁକିଂ କରିବା ନୁହେଁ ବରଂ ଆଗକୁ ଏହି ପୋର୍ଟାଲରେ ଜରିଆରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ସେମାନଙ୍କ ପରିକ୍ଷା ରିପୋର୍ଟ ମଧ୍ୟ ହାସଲ କରିପାରିବେ । ଏହା ସହିତ ବିଭିନ୍ନ ପ୍ରକାର ଡାଇଗ୍ନୋଷ୍ଟିକ ବା ପରୀକ୍ଷା ଯଥା ଅଲ୍ଟ୍ରାସାଉଣ୍ଡ, ଏମଆରଆଇ, ସିଟି ସ୍କାନ ଭଳି ସେବାର ପଞ୍ଜିକରଣ କାର୍ଯ୍ୟକୁ ମଧ୍ୟ ଏହି ପୋର୍ଟାଲ ମାଧ୍ୟମରେ କରାଯିବ ।

ଆସନ୍ତା ୯ ତାରିଖରୁ ଏହି ବ୍ୟବସ୍ଥାକୁ ଆମେ ଲାଗୁ କରିବାକୁ ଯାଉଛୁ। ଏସସିବି ପ୍ରଥମ ମେଡିକାଲ ଭାବେ ଏହି ସେବାକୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ କରିବାକୁ ଯାଉଛି । ଏଥିପାଇଁ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଏହି ବ୍ୟବସ୍ଥାକୁ କିପରି ଅଧିକ ସହଜ କରି ହେବ ସେନେଇ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା କରାଯାଉଛି," କହିଛନ୍ତି ଏସସିବିର ପ୍ରଶାସନିକ ଅଧିକାରୀ ଡକ୍ଟର ଅବିନାଶ ରାଉତ ।
Published by:Soumya Das
First published: