୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲା ଅନଲାଇନ ଠକ ପ୍ରିନ୍ସ କୁମାର

ମୋବାଇଲ ଆପ୍ଲିକେସନ୍‌ ମାଧ୍ୟମରେ ଆଇଡ଼ି ଖୋଲିବାକୁ ଲୋକଙ୍କୁ ପ୍ରବର୍ତ୍ତାଇ ଯାଉଥିଲା। ଜଣେ ବ୍ୟକ୍ତି ଗୋଟିଏ ଆଇଡ଼ି ଖୋଲି ୧୫ ହଜାର ଟଙ୍କା ଜମା କଲେ ଜମାକାରୀଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଏପ୍ଲିକେସନ୍‌ ମାଧ୍ୟମରେ ମାସକୁ ୨୬୦୦ ଟଙ୍କା ଫେରିପାଇବେ ବୋଲି କୁହାଯାଉଥିଲା।

୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲା ଅନଲାଇନ ଠକ ପ୍ରିନ୍ସ କୁମାର

୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲା ଅନଲାଇନ ଠକ ପ୍ରିନ୍ସ କୁମାର

  • Share this:
News18 Odia Digital

ବାଲେଶ୍ବର: ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲା ଅନଲାଇନ ଠକ। ଡିଜିଟାଲ ରିଭଲେସନର ମୁଖ୍ୟ ପ୍ରିନ୍ସ କୁମାରକୁ ସୋମବାର ବାଲେଶ୍ୱରର ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଓଡ଼ିଶାରୁ ୫ରୁ ୬ କୋଟି ଟଙ୍କା ଠକିଥିବା ଅଭିଯୋଗରେ EOW ମଥୁରାରୁ ଡ଼ିଜିଟାଲ ରିଭୋଲେସନ୍‌ ଟେକ୍ନଲୋଜି ଲିମିଟେଡ଼ର ମୁଖ୍ୟ ପ୍ରିନ୍ସ କୁମାରଙ୍କୁ ଗତ ୧୮ ତାରିଖରେ ଗିରଫ କରିଥିଲା।

ପ୍ରିନ୍ସ ନାମରେ ଅଭିଯୋଗ ପରେ ସେ ଫେରାର ଥିବାବେଳେ କ୍ରାଇମ୍ ବ୍ରାଞ୍ଚ ଇଓଡବ୍ଲୁର ସ୍ପେଶାଲ ଟିମ ମଥୁରରେ ସେ ଥିବା ଖବର ପାଇ ଚଢ଼ାଉ କରି ଗିରଫ କରିଥିଲେ। ଏହାପରେ ତାକୁ ଭୁବନେଶ୍ୱର ଆଣିଥିବା ବେଳେ ସୋମବାର କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟରେ ଇଓଡବ୍ଲୁ ରିମାଣ୍ଡ ଆବେଦନ ନକରିବାରୁ ପ୍ରିନ୍ସକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଗିରଫ ହୋଇଥିବା ପ୍ରିନ୍ସ କୁମାର ଡିଜିଟାଲ ଟେକ୍ନୋଲୋଜି ବ୍ୟବହାର କରି କ୍ଷଦ୍ର ଆକାରରେ ଟଙ୍କା ନେଇ ଲୋକଙ୍କୁ ଠକୁଥିଲା। ଏନେଇ ପ୍ରିନ୍ସର ଏକ ଅଫିସ ମହାରାଷ୍ଟ୍ରରେ ଖୋଲିଥିବା ବେଳେ ଏକ ମୋବାଇଲ ଆପ୍ଲିକେସନ୍‌ ମାଧ୍ୟମରେ ଆଇଡ଼ି ଖୋଲିବାକୁ ଲୋକଙ୍କୁ ପ୍ରବର୍ତ୍ତାଇ ଯାଉଥିଲା। ଜଣେ ବ୍ୟକ୍ତି ଗୋଟିଏ ଆଇଡ଼ି ଖୋଲି ୧୫ ହଜାର ଟଙ୍କା ଜମା କଲେ ଜମାକାରୀଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଏପ୍ଲିକେସନ୍‌ ମାଧ୍ୟମରେ ମାସକୁ ୨୬୦୦ ଟଙ୍କା ଫେରିପାଇବେ ବୋଲି କୁହାଯାଉଥିଲା। ଏଭଳି ଓଡ଼ିଶାରୁ ଏହି ଡିଜିଟାଲ ଠକେଇରେ ପାଖାପାଖି ୫ରୁ ୬ କୋଟି ଟଙ୍କା ଆତ୍ମସାତ କରିଥିଲା ଠକ ।

ବିଶେଷ କରି ବାଲେଶ୍ବର ଓ ମୟୁରଭଞ୍ଜ ଅଞ୍ଚଳରୁ ୨କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ରହିଛି। କେବଳ ବାରିପଦା ଓ ବାଲେଶ୍ଵର ନୁହେଁ ରାଜ୍ୟ ଓ ରାଜ୍ୟ ବାହାରେ ଏହି ଚିଟଫଣ୍ଡ ଚେର ଲମ୍ବିଥିବା ଅନୁମାନ କରାଯାଉଛି।

କେତେ ଟଙ୍କା ଠକେଇ ହୋଇଛି ଏନେଇ ଅଧିକ ତଦନ୍ତ ଜାରି ରହିଛି। ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ଛାନଭିନ କରାଯିବ। ସେହିପରି ବାଲେଶ୍ୱର ଓ ମୟୁରଭଞ୍ଜରୁ ଦୁଇ ରୁ ଅଢ଼େଇ କୋଟି ଠକେଇ ହୋଇଥିବା ଅଭିଯୋଗରେ ଏବେ କ୍ରାଇମ୍ ବ୍ରାଞ୍ଚର ଇଓଡବ୍ଲୁ ତଦନ୍ତ ଆରମ୍ଭ କରିଛି। ଅନ୍ୟପଟରେ ପ୍ରିନ୍ସ ସହିତ ଅନ୍ୟ ସମ୍ପୃକ୍ତି ନେଇ ମଧ୍ୟ ତଦନ୍ତ ଚାଲିଛି ବୋଲି କ୍ରାଇମ୍ ବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ମନୋଜ ସାମନ୍ତ କହିଛନ୍ତି।
Published by:Lipina Das
First published: