ଫେକ୍ ହୋଟଲ ଜରିଆରେ ପର୍ଯ୍ୟଟକଙ୍କୁ ଠକୁଛନ୍ତି ଠକ; କୋଲକାତା ପୋଲିସ ଆରମ୍ଭ କଲା ଏହି ଅଭିଯାନ

ପୁରୀରେ ରହିବା ପାଇଁ ଅନଲାଇନ ହୋଟେଲ ବୁକିଂ କରୁଛନ୍ତି କି? ତେବେ ସାବଧାନ। ଆପଣ ପଡ଼ିପାରନ୍ତି ଅନଲାଇନ ଠକଙ୍କ ଶିକାରରେ। ଆଉ କୋଲକାତା ପୋଲିସ ପର୍ଯ୍ୟଟକଙ୍କୁ ଏ ଠକେଇରୁ ବଞ୍ଚେଇବା ପାଇଁ ଆରମ୍ଭ କରିଛି ସଚେତନତା କ୍ୟାମ୍ପେନିଂ the hotel that never was।

ପର୍ଯ୍ୟଟକଙ୍କୁ ଅନଲାଇନ ଠକୁଛନ୍ତି ଠକ

ପର୍ଯ୍ୟଟକଙ୍କୁ ଅନଲାଇନ ଠକୁଛନ୍ତି ଠକ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ପୁରୀ: ପୁରୀରେ ଏଭଳି ଘଟଣାକୁ ନେଇ ପର୍ଯ୍ୟଟକଙ୍କ ସହାଯତା ପାଇଁ ପୁରୀ ପୋଲିସ ସାଇବର ସେଲ ପକ୍ଷରୁ ଦୁଇଟି ଟୋଲ ଫ୍ରି ନମ୍ବର ଜାରି କରାଯାଇଥିବା ବେଳେ କୋଲକାତା ପୋଲିସ ସହ ଯୋଗାଯୋଗରେ ରହିଛି ବୋଲି କହିଛନ୍ତି ପୁରୀ ଏସପି।

ସେପଟେ ପର୍ଯ୍ୟଟକମାନେ କେବଳ ଅଥରାଇଜଡ ହୋଟେଲ ବୁକିଂ ସାଇଡ ଯାଇ ବୁକିଂ କରିବା ସହ ହୋଟେଲର ମେଲ ଆଇଡି ଓ କଣ୍ଟାକ୍ଟ ନମ୍ବରରେ ଯୋଗାଯୋଗ କରି ଅର୍ଥ ଦିଅନ୍ତୁ ବୋଲି କହିଛନ୍ତି ହୋଟେଲିଅର୍ସ ଓ ସାଇବର ଏକ୍ସପର୍ଟ।

ତେବେ ହୋଟେଲ ଓ ପୁରୀ ପୋଲିସ ଏବଂ ପର୍ଯ୍ୟଟନ ବିଭାଗ ସେମାନଙ୍କ ୱେବସାଇଟରେ ସାଇବର ଆୱାରନେସ ସହ ସମସ୍ତ ଷ୍ଟେକ୍ ହୋଲଡରଙ୍କ ସହ ବ୍ୟାଙ୍କର୍ସଙ୍କୁ ନେଇ ବୈଠକ କରି ସଚେତନତା କଲେ ଏହା ରୋକାଯାଇପାରିବ ବୋଲି କହିଛନ୍ତି ବ୍ୟାଙ୍କ କର୍ତ୍ତୁପକ୍ଷ।

"ଆରମ୍ଭ ହେଲାଣୀ ପର୍ଯ୍ୟଟନ ଋତୁ। ହେଲେ ପୁରୀରେ ପର୍ଯ୍ୟଟକମାନେ ଏବେଠୁ ଆରମ୍ଭ କଲେଣୀ ହୋଟେଲ ବୁକିଂ। ତେବେ ଅନଲାଇନରେ ହୋଟେଲ ଅଛି, ରୁମ ଓ ଲୋକେସନ ସି ଫେସିଂ ଦେଖାଉଛି। ଆଉ ବୁକିଂରେ ମାଗୁଛି ୫୦ ପ୍ରତିଶତ ଅର୍ଥ ରାଶି। ଆଉ ପୁରୀରେ ପହଞ୍ଚି ହୋଟେଲ ବୁଝିଲା ବେଳକୁ ସେଭଳି କୌଣସି ହୋଟେଲ ନାହିଁ । ଏଭଳି ଫେକ ହୋଟେଲ ଘଟଣା ଦୀର୍ଘ ଛଅ ମାସ ହେବ ପୁରୀ ଆସୁଥିବା ପର୍ଯ୍ୟଟକଙ୍କ କ୍ଷେତ୍ରରେ ଘଟୁଛି। ପୁଣି ଏଭଳି ଅନଲାଇନରେ ଫେକ୍ ହୋଟେଲ ଠକେଇର ଶିକାର ହେଉଛନ୍ତି ଅନେକ ବଙ୍ଗୀୟ ପର୍ଯ୍ୟଟକ। ଗତ ୬ ମାସ ଭିତରେ ପୁରୀରେ ଏଭଳି ୨୦ଟି ହୋଟେଲ ନାଁରେ ଫ୍ରଡ କରି ଟୁରିଷ୍ଟଙ୍କ ଠାରୁ ଠକେଇ ହୋଇଥିବା ଅଭିଯୋଗ ପୁରୀ ପୋଲିସ ନିକଟରେ ପହଞ୍ଚିଥିବା ବେଳେ ଗତ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଏଭଳି ଅନେକ ବଙ୍ଗୀୟ ପର୍ଯ୍ୟଟକ ଫେକ ହୋଟେଲ ବୁକିଂର ଶିକାର ହୋଇ କୋଲକାତା ଲାଲବଜାର ସାଇବର ଥାନାରେ ଅନେକ ଏତଲା ଦେଇଛନ୍ତି। ଆଉ କୋଲକାତା ପୋଲିସ ପର୍ଯ୍ୟଟକଙ୍କୁ ଏ ଠକେଇରୁ ବଞ୍ଚାଇବା ନେଇ ଆରମ୍ଭ କରିଛି ସଚେତନତା କ୍ୟାମ୍ପେନିଂ the hotel that never was। କାରଣ ବଙ୍ଗୀୟ ପର୍ଯ୍ୟଟକଙ୍କର ପ୍ରଥମ ପସନ୍ଦ ପୁରୀ ରହୁଥିବାରୁ ସେମାନେ କିଭଳି ଠକାମୀରେ ନ ପଡ଼ିବେ ସେ ନେଇ କୋଲକାତା ପୋଲିସ ଏଭଳି ପଦକ୍ଷେପ ନେଇଛି। ଆଉ କୋଲକାତା ପୋଲିସର ସୋସିଆଲ ମିଡ଼ିଆ ୱେବସାଇଟରେ ମଧ୍ୟ ସଚେତନତା କରିଛି। ସେହିଭଳି ପୁରୀରେ ମଧ୍ୟ ସଚେତନତା କରିବା ସହ ହୋଟେଲ କର୍ତ୍ତୁପକ୍ଷମାନେ ସେମାନଙ୍କ ୱେବସାଇଟକୁ ସାଇବର ଏକ୍ସପର୍ଟଙ୍କ ଉପଦେଶରେ ସୁରକ୍ଷିତ କରିବା ଦରକାର। ଆଉ ପର୍ଯ୍ୟଟକମାନେ ବୁକିଂ ବେଳେ ହୋଟେଲର ୱେବସାଇଟ ଯାଇ ସଠିକ ହୋଟେଲର ତଥ୍ୟ ଯାଞ୍ଚ କରିବା ଦରକାର,’’ କହିଛନ୍ତି ହୋଟେଲିଅର୍ସ ତଥା, ପୁରୀ ହୋଟେଲ ମାଲିକ ସଙ୍ଘର ଆବାହକ ଦେବାଶିଷ ରାୟ।

ସେପଟେ ଯେ କେହିବି ଫେକ ହୋଟେଲ ବୁକିଂର ଶିକାର ହେଉଛନ୍ତି ସେମାନେ ତୁରନ୍ତ ପୁରୀ ପୋଲିସର ୱେବସାଇଟରେ ସାଇବର ସେଲର ହେଲ୍ପଲାଇନ ନମ୍ବର ୧୮୦୦-୧୮୦୦-୨୦୦-୨୫୨୪ ଓ ୦୬୭୫୨-୨୨୫୪୦୦, ୯୪୩୮୯୧୬୩୨୦ ଓ ପୁରୀ ପୋଲିସ ଟ୍ୱିଟର ଏବଂ ଫେସବୁକ ପେଜରେ ଯୋଗାଯୋଗ କଲେ କି ଅଭିଯୋଗ କଲେ ପଦକ୍ଷେପ ନିଆଯିବ। ଆଉ ଏଭଳି ଘଟଣା ନେଇ କୋଲକାତା ପୋଲିସ ସହ ଯୋଗସୁତ୍ରରେ ପୁରୀ ପୋଲିସ ରହି କାର୍ଯ୍ୟ ଜାରି ରଖିଥିବା କହିଛନ୍ତି ପୁରୀ ଏସପି ଡ଼ଃ. କନୱର ବିଶାଳ ସିଂ।

"ଏବେ ପର୍ଯ୍ୟଟନ ଋତୁ ଥିବାରୁ ପୁରୀରେ ବୃଦ୍ଧି ପାଉଛି ପର୍ଯ୍ୟଟକଙ୍କ ଭିଡ। ଆଉ ଏବେ ଅନଲାଇନ ଫ୍ରଡ ଗ୍ୟାଙ୍ଗର ଟାର୍ଗେଟରେ ପୁରୀର ହୋଟେଲ ଶିଳ୍ପ। ଫେକ ହୋଟେଲ ନାଁ, ଆଇଏଫସି କୋଡ ପୁଣି ବାହାର ରାଜ୍ୟର ବ୍ୟାଙ୍କ, ଆଉ ଏକାଭଳି ନାଁ ଥିବା ହୋଟେଲର ୱେବସାଇଟ କରି ହୋଟେଲର ଭଲ ଫଟୋ ପୋଷ୍ଟ କରି କମ ମୂଲ୍ୟରେ ରୁମଭଡ଼ା କରିବା ଦ୍ୱାରା ପର୍ଯ୍ୟଟକମାନେ ଏହି ଠକାମିର ଶିକାର ହେଉଛନ୍ତି। ତେଣୁ ହୋଟେଲ ରୁମ ବୁକ କରିବାକୁ ହେଲେ ଅଥରାଇଜଡ ୱେବସାଇଟ ଗୋ ଆଇବିବୋ , ଓୟୋ, ମେକ ମାଇଁ ଟ୍ରିପ, କ୍ଲିଅର ଟ୍ରିପ ଆଦିରେ ବୁକ କଲେ ଆପଣ ଫ୍ରଡର ଶିକାର ହେବେନାହିଁ। କିନ୍ତୁ ଗୁଗଲରେ ଯାଇ ହୋଟେଲ ବୁକ କଲେ ଆପଣ ଏକା ପ୍ରକାର ଅନେକ ହୋଟେଲ ଦେଖି ଶସ୍ତା ରୁମ ଦେଖି ବୁକ କଲେ ଠକଙ୍କ ଶିକାର ହେବେ। ତେଣୁ କୋଲକାତା ପୋଲିସ ଯେଭଳି ସଚେତନତା କ୍ୟାମ୍ପେନିଂ the hotel that never was ଆରମ୍ଭ କରିଛି।

ତେବେ ଜାଣନ୍ତୁ ବୁକିଂ ବେଳେ କଣ କରିବେ ଓ କଣ ନ କରିବେ

୧- ପ୍ରଥମେ ଡୋମେନ ନାଁକୁ ସଠିକ ଭାବେ ଯାଞ୍ଚ କରନ୍ତୁ ଆଉ ଏଭଳି ଯଦି ହୋଟେଲ ଅଛି ତାର କଣ୍ଟାକ୍ଟ ନମ୍ବର କି ମେଲରେ ଆପଣ ଯୋଗାଯୋଗ କରି କନଫର୍ମ ହୁଅନ୍ତୁ।

୨- ୱେବସାଇଟ ୟୁଆରଏଲରେ ଫାଇଣ୍ଡ ସିମ୍ବଲ ଦେଖନ୍ତୁ।

୩-ୱେବସାଇଟ ଚେକର ଓ ସେଫ ବ୍ରାଉଜିଂ ଟୁଲ ବ୍ୟବହାର କରନ୍ତୁ।

୪-ହେଟେଲ ନାଁକୁ ଯାଞ୍ଚ କରନ୍ତୁ ସେଥିରେ ଭୁଲ ସ୍ପେଲିଂ, ଡିଜାଇଲ ଲୋଗୋରେ ଭ୍ରମାତ୍ମକ ଓ ରେଡ ଫ୍ଲାଗକୁ ଦେଖନ୍ତୁ।

୫- ଅନଲାଇନ ଟୁଲ ବ୍ୟବହାର କରି ଡୋମେନ ପେଜକୁ ପରଖନ୍ତୁ।

୬-ତେବେ ହୋଟେଲର ତଥ୍ୟକୁ ନେଇ ଅପଡେଟ ଯାଞ୍ଚ କରି ଟଙ୍କା ପଠାନ୍ତୁ।

୭-ହୋଟେଲ ବୁକିଂ ବେଳେ ରିଭ୍ୟୁ, ରିପୋର୍ଟ ଆଦି ଅନୁଧ୍ୟାନ କରନ୍ତୁ।

୮-ସିପିଂ ଓ ରିଟର୍ଣ୍ଣ ପଲିସି ଭଲ ଭାବେ ଦେଖନ୍ତୁ।

୯- ଟଙ୍କା ଦେୟକୁ ସ୍କ୍ରନସର୍ଟ ନିଅନ୍ତୁ।

୧୦-ଅନଲାଇନ ପେମେଣ୍ଟ ବେଳେ ଟ୍ରଷ୍ଟ ସିଗନାଲ ଦେଖନ୍ତୁ ଓ ତାହା ଅଥେଣ୍ଟିକ ଆକାଉଣ୍ଟ କି ନାହିଁ ଯାଞ୍ଚ କରନ୍ତୁ।

୧୧-ଭାଇରସ ସ୍କାନ ରନ କରି ଦେଖନ୍ତୁ।

ଏଭଳି ବୈଧାନିକ ସତର୍କତା କୋଲକାତା ପୋଲିସ ଭଳି ପୁରୀ ପୋଲିସ, ପର୍ଯ୍ୟଟନ ବିଭାଗ ୱେବସାଇଟ ଓ ହୋଟେଲିଅର୍ସ ସେମାନଙ୍କ ୱେବସାଇଟରେ ଦିଅନ୍ତୁ। ତେଣୁ ଏଭଳି କରିବା ଦ୍ୱାରା ଆଉ ଅନଲାଇନ ଫ୍ରଡର ଶିକାର ହେବେ ନାହିଁ ପର୍ଯ୍ୟଟକ ବୋଲି କହିଛନ୍ତି ସାଇବର ଏକ୍ସପର୍ଟ ହେକ୍ଟର ମିଶ୍ର।

ସେପଟେ ପୁରୀ ପୋଲିସ ଏଭଳି ସଚେତନତା କାର୍ଯ୍ୟକ୍ରମ ବେଳେ ବ୍ୟାଙ୍କର୍ସଙ୍କୁ ବୈଠକରେ ସାମିଲ କରିବା ଦରକାର। ଆଉ ଅନଲାଇନରେ ଟଙ୍କା ପଠେଇବା ବେଳେ ସେମାନେ ତାହା ଆକାଉଣ୍ଟ ଡ଼ିଟେଲ୍ସ, ପୁଣି ବ୍ୟାଙ୍କ ଆକାଉଣ୍ଟ ହୋଲ୍ଡର ନାଁ ସହ ହୋଟେଲ ମ୍ୟାଚ କରୁଛି କି ନାହିଁ ଯାଞ୍ଚ କରନ୍ତୁ। ପୁଣି ଆଇଏଫସି କୋ଼ଡ କେଉଁଠାର ତାହା ଜାଣିବା ପରେ ଟ୍ରାଞ୍ଜାକ୍ସନ କରନ୍ତୁ। ନ ହେଲେ ତୁରନ୍ତ ବ୍ୟାଙ୍କକୁ ଯୋଗାଯୋଗ କରି ସଚେତନ ହୁଅନ୍ତୁ ବୋଲି କହିଛନ୍ତି ବ୍ୟାଙ୍କ କର୍ତ୍ତୁପକ୍ଷ ଚକ୍ରଧର ମହାପାତ୍ର।

ପ୍ରକାଶ ଥାଉକି ଖାଲି ପୁରୀରେ ହୋଟେଲ ନୁହେଁ ଶ୍ରୀମନ୍ଦିର ପ୍ରଶାସନର ଭକ୍ତ ନିବାସ ନାଁରେ ବି ଫେକ ଆକାଉଣ୍ଟ ଖୋଲାଯାଇ ଲକ୍ଷାଧିକ ଟଙ୍କା ଠକେଇ ଶିକାର ହୋଇଛନ୍ତି ଦେଶର ବିଭିନ୍ନ କୋଣର ଶ୍ରଦ୍ଧାଳୁ। ତେଣୁ ଏବେଠାରୁ ସଚେତନ ନ ହେଲେ ଆଗାମୀ ଦିନରେ ଏହି ଠକମାନେ ଫେକ ହୋଟେଲ ୱେବସାଇଟ କରି ଠକିବା ଦ୍ୱାରା ବଦନାମ ହେବ ପୁରୀ ଓ ଭୁଷୁଡି ପଡ଼ିବ ଓଡ଼ିଶାର ପର୍ଯ୍ୟାଟନ ଶିଳ୍ପ।
Published by:Lipina Das
First published: