୨ ସପ୍ତାହରେ ପିଆଜ ଦର କିଲୋ ପିଛା ୨୦ ଟଙ୍କା ବଢି଼ଲାଣି; ଏବେ ନାସିକ୍ ଜାଗାରେ କୋଲକାତା ସାହା

କଟକ ଛତ୍ରବଜାରର ବ୍ୟବସାୟୀମାନେ ଆନ୍ଧ୍ର ଓ କଲିକତାରୁ ପିଆଜ ଆମଦାନୀ କରିବା ଆରମ୍ଭ କରିଛନ୍ତି । ଏହି ପିଆଜର ଦର ଟିକିଏ କମ୍, ହେଲେ ଏହାର ସ୍ବାଦ ନାସିକ୍ ପିଆଜ ଭଳି ହୋଇ ନ ଥିବାରୁ ଏହା ପ୍ର୍ରତି ଗ୍ରାହକଙ୍କ ବିଶେଷ ଆଗ୍ରହ ରହୁନାହିଁ ।

କଟକରେ ଏକ ପିଆଜ ଦୋକାନର ଦୃଶ୍ୟ

କଟକରେ ଏକ ପିଆଜ ଦୋକାନର ଦୃଶ୍ୟ

  • Share this:
News18 Odia Digital

କଟକ: ବେଶ୍‌ କିଛି ଦିନ ଧରି ନିୟନ୍ତ୍ରଣରେ ରହିଥିବା ପିଆଜ ଦର ପୁଣି ଥରେ ଉପର ମୁହାଁ ହେବାରେ ଲାଗିଛି । କେଜି ପ୍ରତି ଟଙ୍କାଏ ଦୁଇ ଟଙ୍କା କରି ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି ପିଆଜର ଦର । କଟକ ଛତ୍ରବଜାରେ ୧୫ ଦିନ ତଳେ କେଜି ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଥିବା ନାସିକ ପିଆଜର ଦର ଏବେ ୬୦ ଟଙ୍କାରେ ପହଞ୍ଚିଲାଣି ।

ପିଆଜର ଏହି ଦର ବୃଦ୍ଧି ଖାଉଟିଙ୍କୁ ପୁଣି ଚିନ୍ତାରେ ପକାଇଛି । ପୂର୍ବରୁ ଘରକୁ ପାଞ୍ଚ କେଜି ପିଆଜ ନେଉଥିବା ଗ୍ରାହକ ଏବେ ଅତି ବେଶିରେ ଦୁଇ କେଜି ହିଁ ନେଉଛନ୍ତି । ଗତ ସପ୍ତାହରେ ପିଆଜର ଦର କେଜି ପ୍ରତି ୫୦ ଟଙ୍କା ଥିଲା । ଗୋଟିଏ ସପ୍ତାହ ମଧ୍ୟରେ ଏହାର ଦର କେଜି ପ୍ରତି ୧୦ ଟଙ୍କା ବୃଦ୍ଧି ପାଇଛି । ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏହା ବି ପଢ଼ନ୍ତୁ | ବିରାଟ କୋହଲିଙ୍କୁ କ୍ୟାପଟେନ୍ପଦରୁ ହଟେଇଲେ Team India ସଂସ୍କୃତି ନଷ୍ଟ ହୋଇଯିବ

“ମୁଁ ଆଜ୍ଞା ଦିନ ମଜୁରିଆ ଲୋକ । ଖଟିଲେ ଖାଇବି । ଯଦି ୬୦ ଟଙ୍କ ପିଆଜ ରେଟ୍ ହେବ ତା ହେଲେ ମୁଁ ରୋଜଗାର କରିବି କେତେ ଆଉ ଖାଇବି କଣ? କରୋନା ଯୋଗୁଁ ଗୁଡ଼ାଏ ଦିନ କାମ ନ ପାଇ ଘରେ ବସିଲି । ଯାହା ସଞ୍ଚୟ ଟିକିଏ ଥିଲା ସବୁ ସରି ଯାଇଛି । ଯଦି ଦର ଦାମ୍‌ ଏମିତି ବଢି଼ବ ମୁଁ ମୋ’ ପରିବାର କେମିତି ଚଳେଇବି?” ପଚାରିଛନ୍ତି ଛତ୍ରବଜାରକୁ ପିଆଜ ପାଇଁ ଆସିଥିବା ମହିଳା ଧନୀ ବେହେରା ।

କଟକ ଛତ୍ରବଜାର ମଣ୍ଡିରେ ପିଆଜ ଆସି ପହଞ୍ଚୁଛି ।


ନାସିକରୁ ଆମଦାନୀ ହେଉଥିବା ନାଲି ପିଆଜର ଦର ବୃଦ୍ଧି ହେବାରୁ ଚାହିଦା ମେଣ୍ଟାଇବା ପାଇଁ ଛତ୍ରବଜାରର ବ୍ୟବସାୟୀମାନେ ଆନ୍ଧ୍ର ଓ କଲିକତାରୁ ପିଆଜ ଆମଦାନୀ କରିବା ଆରମ୍ଭ କରିଛନ୍ତି । ଏହି ପିଆଜର ଦର ଟିକିଏ କମ୍‌ । ଆନ୍ଧ୍ର ପିଆଜ କେଜି ପ୍ରତି ୩୫ ଟଙ୍କା ଥିବା ବେଳେ କଲିକତି ପିଆଜର ଦର ୪୫ ଟଙ୍କା ରହିଛି । କିନ୍ତୁ ଏହି ପିଆଜର ସ୍ବାଦ ନାସିକ ପିଆଜ ଭଳି ହୋଇ ନ ଥିବାରୁ ଏଗୁଡ଼ିକ ପ୍ର୍ରତି ଗ୍ରାହକମାନଙ୍କର ବିଶେଷ ଆଗ୍ରହ ରହୁନାହିଁ । ଫଳରେ ବ୍ୟବସାୟ ମାନ୍ଦା ଚାଲିଥିବା କହିଛନ୍ତି ଖୁଚୁରା ବ୍ୟବସାୟୀମାନେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମାନସିକ ଅବସାଦ ଅଭିନେତ୍ରୀ ଜୟଶ୍ରୀଙ୍କ ପାଇଁ କାଳ ହେଲା; ପଙ୍ଖାରୁ ଝୁଲୁଥିବା ଅବସ୍ଥାରେ ମିଳିଲା ଶବ

ପିଆଜର ଏହି ଦର ବୃଦ୍ଧି ପାଇଁ ଚାଷୀ ଆନ୍ଦୋଳନକୁ ଓ ନାସିକରେ ହୋଇଥିବା ଅଦିନିଆ ବର୍ଷାକୁ ଦାୟୀ କରିଛନ୍ତି ହୋଲସେଲ୍‌ ବ୍ୟବସାୟୀମାନେ । ଏବେ ପିଆଜର ଉତ୍ପାଦନର ସମୟ ହୋଇଥିଲେ ମଧ୍ୟ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିବାରୁ ଜମିରୁ ପିଆଜ ଅମଳ ବାଧାପ୍ର୍ରାପ୍ତ ହେଉଥିବା କୁହାଯାଉଛି । ଯଦି ଅମଳ ସମୟରେ ଦର ଉଚ୍ଚା ରହୁଛି ତେବେ ଏହା ପରେ ସ୍ଥିତି ଆହୁରି ସାଙ୍ଘାତିକ ହୋଇ ପାରେ ବୋଲି ଆଶଙ୍କା ମଧ୍ୟ କରାଯାଉଛି । ଆଗାମୀ ଦୁଇ ସପ୍ତାହ ପରେ ସ୍ଥିତିରେ ସୁଧାର ଆସିବ, କିନ୍ତୁ ଏହାରି ଭିତରେ ଦର ପୁଣି ବୃଦ୍ଧି ପାଇପାରେ ବୋଲି କହିଛି ଛତ୍ରବଜାର ବ୍ୟବସାୟୀ ସଙ୍ଘ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅଜବ! ବାଘ ପରି ଦେଖିବାକୁ ଏହି କୁକୁର; ତାକୁ ଦେଖି ଲୋକେ ଭୟରେ ଦୌଡ଼ୁଛନ୍ତି

“ଆମେ ପିଆଜ ପାଇଁ ସାଧାରଣତଃ ନାସିକ, ଆନ୍ଧ୍ର ଓ ବେଙ୍ଗଲ୍ ଉପରେ ନିର୍ଭର କରୁ । ଅଧିକାଂଶ ପିଆଜ ନାସିକରୁ ଆମଦାନୀ ହୁଏ । ହେଲେ ସେଠାରେ ଅଦିନିଆ ବର୍ଷା ଯୋଗୁଁ ପିଆଜ ଫସଲ ନଷ୍ଟ ହୋଇ ଯାଇଛି । ଏବେ ଷ୍ଟୋରେ ଥିବା ପିଆଜକୁ ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଆଣୁଛନ୍ତି । ତା’ ଛଡା ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିବାରୁ ଯେଉଁଠି ପିଆଜ ନଷ୍ଟ ହୋଇ ନାହିଁ ସେଠି ମଧ୍ୟ ଜମିରୁ ପିଆଜ ଖୋଳା ଯାଇ ପାରୁ ନାହିଁ । ଲାଗୁଛି ଆଉ ଦୁଇ ସପ୍ତାହ ପରେ ରେଟ୍‌ କମିବ,” କହିଛନ୍ତି ଛତ୍ରବଜାର ବ୍ୟବସାୟୀ ସଙ୍ଘର ସମ୍ପାଦକ ଦେବେନ୍ଦ୍ର ସାହୁ ।



କଟକର ଛତ୍ରବଜାରକୁ ସାଧାରଣତଃ ଦିନକୁ ୧୬୦ ଟନ୍ ପିଆଜ ଆମଦାନୀ ହେଉଥିବା ବେଳେ ମଣ୍ଡିରେ ଦର ବୃଦ୍ଧି ଓ ଆବଶ୍ୟକତା ମୁତାବକ ପିଆଜ ମିଳୁ ନ ଥିବାରୁ ଏବେ ତାହା ମାତ୍ର ୪୦ ଟନରେ ସୀମିତ ହୋଇଯାଇଛି । ଆଗକୁ ସ୍ଥିତି ନ ସୁଧୁରିଲେ ୨୦ ଟନ୍ ପିଆଜ ଆସିବା ବି ମୁସ୍କିଲ ହୋଇ ପଡ଼ିବ ବୋଲି ବ୍ୟବସାୟୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ।
Published by:Anand S.T. Das
First published: