ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବାଲେଶ୍ବରରେ ହଠାତ୍ ବଢ଼ିଲା ପିଆଜ ଦର; ଶୁକ୍ରବାର ୪୫ ଟଙ୍କାରେ ପହଞ୍ଚିଥିଲା ଦର

ବାଲେଶ୍ବରରେ ହଠାତ୍ ବଢ଼ିଲା ପିଆଜ ଦର; ଶୁକ୍ରବାର ୪୫ ଟଙ୍କାରେ ପହଞ୍ଚିଥିଲା ଦର

ଅଚାନକ ବୃଦ୍ଧି ପାଉଛି ପିଆଜ ଦର । ପନିପରିବା ପଛକୁ ପଛ ପିଆଜ ଦର ହେଲାଣି ଆକାଶ ଛୁଆଁ । ଶୁକ୍ରବାର ୪୫ ଟଙ୍କା କିଲୋରେ ପିଆଜ ବିକ୍ରି ହୋଇଥିବା ବେଳେ ଆଗାମୀ ଦୁଇ ଦିନ ଭିତରେ ୫୦ ଟଙ୍କା ଛୁଇଁବା ଆଶଙ୍କା କରାଯାଉଛି ।

ବାଲେଶ୍ବରରେ ହଠାତ୍ ବଢ଼ିଲା ପିଆଜ ଦର; ଶୁକ୍ରବାର ୪୫ ଟଙ୍କାରେ ପହଞ୍ଚିଥିଲା ଦର
ବାଲେଶ୍ବରରେ ହଠାତ୍ ବଢ଼ିଲା ପିଆଜ ଦର
  • News18 Odia
  • Last Updated: October 9, 2021, 5:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
New18 Odia Digital

ବାଲେଶ୍ବର: ଜିଲ୍ଲା ବଜାରରେ ଶୁକ୍ରବାର ବଡ଼ ପିଆଜ କିଲୋ ପ୍ରତି ୪୫ ଟଙ୍କା ଥିବାବେଳେ ଛୋଟ ପିଆଜ ୪୦ ଟଙ୍କାରେ ବିକ୍ରି ହୋଇଛି ଯାହା ଚଳିତ ବର୍ଷର ସର୍ବାଧିକ । ତେବେ ଏତିକିରେ ପିଆଜ ଦରର ବ୍ରେକ ଲାଗିବ ତାହା ମଧ୍ୟ ଦେଖା ଯାଉ ନଥିବା କହିଛନ୍ତି ବ୍ୟବସାୟୀ । ଦିନେ ଦୁଇ ଦିନ ଭିତରେ ପିଆଜ ବଜାରରେ ଖୁଚୁରା କିଲୋପ୍ରତି ଦର ୫୦ ଛୁଇଁବା ନେଇ ଆକଳନ କରିଛନ୍ତି ।

ଅଚାନକ ବୃଦ୍ଧି ପାଉଛି ପିଆଜ ଦର । ପନିପରିବା ପଛକୁ ପଛ ପିଆଜ ଦର ହେଲାଣି ଆକାଶ ଛୁଆଁ । ଶୁକ୍ରବାର ୪୫ ଟଙ୍କା କିଲୋରେ ପିଆଜ ବିକ୍ରି ହୋଇଥିବା ବେଳେ ଆଗାମୀ ଦୁଇ ଦିନ ଭିତରେ ୫୦ ଟଙ୍କା ଛୁଇଁବା ଆଶଙ୍କା କରାଯାଉଛି । ସେହିପରି ବ୍ୟବସାୟୀ ମାନେ ଆକଳନ କରିଛନ୍ତି ଆହୁରି ଗୋଟିଏ ମାସ ପରେ ହ୍ରାସ ପାଇପାରେ ପିଆଜ ଦର ।
ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର । ଦିନ କେଇଟା ତଳେ ପିଆଜ ୩୦ ଟଙ୍କା ତଳେ ରହିଥିଲା ହେଲେ ଏବେ ଦର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ବାଲେଶ୍ୱର ବଜାରରେ ଶୁକ୍ରବାର ବଡ଼ ପିଆଜ କିଲୋ ପ୍ରତି ୪୫ ଟଙ୍କା ଥିବାବେଳେ ଛୋଟ ପିଆଜ ୪୦ ଟଙ୍କାରେ ବିକ୍ରି ହୋଇଛି ଯାହା ଚଳିତ ବର୍ଷର ସର୍ବାଧିକ । ତେବେ ଏତିକିରେ ପିଆଜ ଦରର ବ୍ରେକ ଲାଗିବ ତାହା ମଧ୍ୟ ଦେଖା ଯାଉ ନଥିବା କହିଛନ୍ତି ବ୍ୟବସାୟୀ ।

ତେବେ ବ୍ୟବସାୟୀଙ୍କ କହିବା ଅନୁଯାୟୀ ବଜାରରେ ସବୁଠାରୁ ଅଧିକ ପିଆଜ ଆମଦାନୀ ନାସିକରୁ ହୋଇଥାଏ ହେଲେ ଚଳିତ ବର୍ଷ ମହାରାଷ୍ଟ୍ରରେ ବନ୍ୟା ଫଳରେ ନାସିକର ଅଧିକାଂଶ ପିଆଜ ଫସଲ ନଷ୍ଟ ହୋଇଯାଇଛି ଏଣୁ ଆମଦାନୀ କମିଛି ଓ ଯାହା ଆସୁଛି ଅଧିକ ଦରରେ ଆସୁଛି ଏଣୁ ଦର ବଢ଼ି ଚାଲିଛି।

ଶୁକ୍ରବାର ୪୫ ଟଙ୍କାରେ ପହଞ୍ଚିଥିଲା ପିଆଜ ଦର


ପିଆଜ ଗୋଦାମ ମାଲିକ ଧରଣୀ ଧର ସାହୁ କହିଛନ୍ତି, ‘‘ନାସିକରୁ ସର୍ବାଧିକ ପିଆଜ ଆମଦାନୀ ହୋଇଥାଏ । ହେଲେ ମହାରାଷ୍ଟ୍ରରେ ବନ୍ୟା ଫଳରେ ଆମଦାନୀ ୪୦ ପ୍ରତିଶତ ହ୍ରାସ ହୋଇଛି ସେହିପରି ଯେଉଁ ପିଆଜ ଆସୁଛି ତାହା ମଧ୍ୟ ଅଧିକ ଦରରେ । ବର୍ତ୍ତମାନ ନାସିକ ସହରରେ ୩୦ ଟଙ୍କା ପିଆଜ ଦର ପହଞ୍ଚିଲାଣି ଏଣୁ ବାଲେଶ୍ୱର ସମେତ ସାରା ରାଜ୍ୟର ଦର ବଢ଼ିବା ସ୍ୱାଭାବିକ । ତେବେ ନଭେମ୍ବର ଶେଷ ଆଡ଼କୁ ଦର କମିବା ଆଶା କରାଯାଉଛି। "

ପିଆଜ ଦର ବଢ଼ିବା ମହାରାଷ୍ଟ୍ରରେ ବନ୍ୟା କାରଣ ଏହା ସହିତ ଡିଜେଲ ଦର ବୃଦ୍ଧି ମଧ୍ୟ । ଡିଜେଲ ଲିଟର ପିଛା ଦର ବୃଦ୍ଧି ପାଉଥିବା ହେତୁ ପିଆଜ ସମେତ ସବୁ ଜିନିଷର ଦର ଦାମ ବୃଦ୍ଧି ପାଉଛି ବୋଲି ଦେକାନୀ ମୃତ୍ୟୁଞ୍ଜୟ ମହାନ୍ତି କହିଛନ୍ତି ।

ଏବେ ପନିପରିବା ଦର ମଧ୍ୟ ଆକାଶ ଛୁଆଁ ରହିଛି। ବଜାରରେ ୫୦ ଟଙ୍କା ତଳକୁ ପରିବା ନାହିଁ । ବିଲାତି ବାଇଗଣ, ପୋଟଳ, ଜହ୍ନି, ଟମାଟୋ, ଛୁଇଁ ଆଦି ସବୁ ପରିବାର ଦର ୫୦ ଟଙ୍କା ଉପରେ ରହିଛି । ଏହା ଭିତରେ ପାର୍ବଣ ସମୟରେ ପିଆଜ ଦର ଲୋକଙ୍କ କଷ୍ଟକୁ ଦ୍ବିଗୁଣିତ କରି ଦେଇଛି । ଲୋକଙ୍କର ଅଭିଯୋଗ ଯୋଗାଣ ବିଭାଗର ନିରବତା ପାଇଁ ଅସାଧୁ ବ୍ୟବସାୟୀ ଦରକୁ ବୃଦ୍ଧି କରି ଦେଇଛନ୍ତି ସେହିପରି ପେଟ୍ରୋଲ ଡିଜେଲ ଦର ବୃଦ୍ଧି ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିର କାରଣ ବୋଲି ଖାଉଟି କହିଛନ୍ତି ।

ବାଲେଶ୍ବରରେ ହଠାତ୍ ବଢ଼ିଲା ପିଆଜ ଦର


"ପେଟ୍ରୋଲ, ଡିଜେଲ, ଅତ୍ୟାବଶ୍ୟକ ସାମଗ୍ରୀ ସମେତ ପିଆଜ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ପରି । ପିଆଜ ପ୍ରତି ଘରେ ଆବଶ୍ୟକ ଏପରି ସମୟରେ ଦର ନିୟନ୍ତ୍ରଣ ନେଇ ବିଭାଗୀୟ ଅଧିକାରୀ ତତ୍ପରତା ଦେଖାଇବା ଆବଶ୍ୟକ । ମୁଖ୍ୟତଃ ଅସାଧୁ ବ୍ୟବସାୟୀ ମାନେ ଅଧିକ ମାଲ ଗଛିତ କରି ରଖିଥିବାରୁ ଦାମ ବୃଦ୍ଧି ପାଉଛି ବୋଲି ଗ୍ରାହକ ନିଶିତ କୁମାର ବାରିକ କହିଛନ୍ତି ।

ବ୍ୟବସାୟୀଙ୍କ ମତରେ ପିଆଜ ଦର ଆଗକୁ ଆହୁରି ବଢ଼ିବାକୁ ଥିବାବେଳେ ପ୍ରାୟ ଗୋଟିଏ ମାସରୁ ଅଧିକ ଦର ବୃଦ୍ଧି ହୋଇ ରହିବ ତେବେ ଲୋକାଲ ମାଲ ଆସିଲେ ଦର ଧୀରେ ଧୀରେ ହ୍ରାସ ପାଇପାରିବ ।
Published by: Lipina Das
First published: October 9, 2021, 5:13 PM IST