ପିଆଜ କାନ୍ଦଣା ସରିବ: ୧୫ ତାରିଖ ବେଳକୁ କିଲୋ ₹୪୦ ରୁ ₹୫୦ ଭିତରେ ମିଳିବ; ୨୦ ଆଡ଼କୁ ₹୨୦ ରେ ମିଳିବ

ସ୍ଥିତି ସୁଧୁରୁଛି ଓ ଦର ବି କମିବା ଆରମ୍ଭ ହୋଇଛି ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାସୱାନ କହିଛନ୍ତି ଯେ ତୁର୍କୀ ଓ ଇଜିପ୍ଟରୁ ଆସୁଥିବା ୧୭ ହଜାର ୯୦ ମେଟ୍ରିକ୍‌ ଟନ୍‌ ପିଆଜ ଡିସେମ୍ବର ୧୫ରେ ଦେଶରେ ପହଞ୍ଚିବ ।

ପିଆଜ କାନ୍ଦଣା ସରିବ: ୧୫ ତାରିଖ ବେଳକୁ କିଲୋ ₹୪୦ ରୁ ₹୫୦ ଭିତରେ ମିଳିବ; ୨୦ ଆଡ଼କୁ ₹୨୦ ରେ ମିଳିବ
ସ୍ଥିତି ସୁଧୁରୁଛି ଓ ଦର ବି କମିବା ଆରମ୍ଭ ହୋଇଛି ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାସୱାନ କହିଛନ୍ତି ଯେ ତୁର୍କୀ ଓ ଇଜିପ୍ଟରୁ ଆସୁଥିବା ୧୭ ହଜାର ୯୦ ମେଟ୍ରିକ୍‌ ଟନ୍‌ ପିଆଜ ଡିସେମ୍ବର ୧୫ରେ ଦେଶରେ ପହଞ୍ଚିବ ।
  • News18 Odia
  • Last Updated: December 9, 2019, 4:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ୱର: ଏବେ ବି ରାଜ୍ୟର ଅଧିକାଂଶ ସ୍ଥାନରେ ପିଆଜ ଦର ₹୧୨୦ ଉପରେ ରହିଥିବା ବେଳେ ଏଇ ମାସ ୧୫ ତାରିଖ ବେଳକୁ ପିଆଜ କିଲୋ ₹୪୦ ରୁ ₹୫୦ ଟଙ୍କା ଭିତରେ ମିଳିବ ବୋଲି ସୂଚନା ମିଳିଛି।

ଆଜି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଖାଉଟିମାନେ କିଭଳି ଶସ୍ତାରେ ପିଆଜ ପାଇପାରିବେ ସେ ନେଇ ବିଭାଗୀୟ ଅଧିକାରୀଙ୍କ ସହ ତର୍ଜମା ହୋଇଥିଲା । ନୂଆ ପିଆଜ ଆସିବା ପରେ "ଖୁବ୍‌ ଶୀଘ୍ର" ଦର ହ୍ରାସ ଘଟିବ ବୋଲି କହିଛନ୍ତି ସ୍ବାଇଁ ।

"ରାଜ୍ୟକୁ ଆଗରୁ ୫୦ ଟ୍ରକ ପିଆଜ ଆସୁଥିବା ବେଳେ ତାହା କମି କମି ଗୋଟିଏ ଟ୍ରକରେ ପହଞ୍ଚି ଯାଇଥିଲା । ମାତ୍ର ଏବେ ସ୍ଥିତି ସୁଧୁରୁଛି ଓ ଦର ବି କମୁଛି । ଖୁବ୍‌ ଶୀଘ୍ର ପିଆଜ ଦର ହ୍ରାସ ହୋଇ ସାଧାରଣ ସ୍ଥିତିରେ ପହଞ୍ଚିବ," କହିଛନ୍ତି ସ୍ବାଇଁ ।

ସୋମବାର ଦିନ ହୋଲସେଲ ମାର୍କେଟରେ ପିଆଜ କିଲୋ ପିଛା ୭୫ ଟଙ୍କାରେ ବିକ୍ରି ହେବା ଦର ହ୍ରାସ ଆରମ୍ଭ ହୋଇଥିବାର ସୂଚନା ବୋଲି କହିଛନ୍ତି ବ୍ୟବସାୟୀମାନେ ।

"ଆଉ ପାଞ୍ଚ ଛଅ ଦିନ ଭିତରେ ହିଁ ପିଆଜ ଦରକୁ ନେଇ ସ୍ଥିତି ସ୍ବାଭାବିକ ହୋଇଯିବ । ୧୫ ତାରିଖ ବେଳକୁ ଖୁଦରା ବଜାରରେ ପିଆଜ କିଲୋ ପିଛା ୪୦ ରୁ ୫୦ ଟଙ୍କା ଭିତରେ ମିଳିବ । ୨୦ ତାରିଖ ଆଡ଼କୁ କିଲୋ ପିଛା ୨୦ ଟଙ୍କାରେ ମିଳିବ," କହିଛନ୍ତି ରାଜ୍ୟ ବ୍ୟବସାୟୀ ସଙ୍ଘର ସାଧାରଣ ସଂପାଦକ ସୁଧାକର ପଣ୍ଡା । ସେ ଆହୁରି ଆଶ୍ବସନା ଦେଇଛନ୍ତି ଯେ କାଲି ସୁଦ୍ଧା ପିଆଜ କିଲୋରେ ଆହୁରି ୧୦ ଟଙ୍କା ହ୍ରାସ ପାଇବ ।

କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶ୍ୱାନ


କେବଳ ରାଜ୍ୟ କାହିଁକି କେନ୍ଦ୍ର ସରକାରଙ୍କ ମଧ୍ୟ ପିଆଜ ଦରବୃଦ୍ଧିକୁ ନେଇ ଚିନ୍ତାରେ । ଆଶ୍ବସ୍ତିର ଖବର ଏହା ଯେ ପିଆଜକୁ ନେଇ ଯେଉଁ ଭଳି ସ୍ଥିତି ସୃଷ୍ଟି ହୋଇଛି ତାକୁ ଦୂର କରିବାକୁ ଆସୁଛି ବିଦେଶୀ ପିଆଜ । ଡିସେମ୍ବର ୧୫ରେ ଦେଶରେ ପହଞ୍ଚିବ ବିଦେଶୀ ପିଆଜ ।

ପିଆଜ ଦର ବୃଦ୍ଧି ପ୍ରସଙ୍ଗରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାସୱାନ କହିଛନ୍ତି ଯେ ତୁର୍କୀ ଓ ଇଜିପ୍ଟରୁ ଆସୁଛି ୧୭ ହଜାର ୯୦ ମେଟ୍ରିକ୍‌ ଟନ୍‌ ପିଆଜ । ଇଜିପ୍ଟରୁ ଆସୁଛି ୬ ହଜାର ୯୦ ଟନ୍‌ ଓ ତୁର୍କୀରୁ ଆସୁଛି ୧୧ ହଜାର ଟନ୍‌ ପିଆଜ ।

ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ


ଗତ ଦୁଇ ମାସ ହେବ ପିଆଜ ଦରବୃଦ୍ଧି ଯେଉଁଭଳି ଭାବରେ ଦେଶରେ ଖାଉଟିଙ୍କ ଚିନ୍ତା ବଢ଼ାଇଛି, ବିଦେଶରୁ ପିଆଜ ଆସିଲେ ସେ ଚିନ୍ତାର ଅନ୍ତ ହେବ ବୋଲି କହିଛନ୍ତି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମବିଳାସ ପାଶୱାନ ।
First published: December 9, 2019, 4:18 PM IST
corona virus btn
corona virus btn
Loading