ପିଆଜ ଦରରେ ଲାଗିଥିବା ନିଆଁ କେବେ ଲିଭିବ? ଦିନକରେ ଦର ବଢ଼ିଲା ୨୫ ଟଙ୍କା, କଟକରେ ୧୫୦ ଟଙ୍କା

ପିଆଜ କଳାବଜାରୀ ରୋକିବାକୁ ବେଆଇନ୍ ଷ୍ଟକ୍ ଥିବା ଗୋଦାମରେ ଯୋଗାଣ ବିଭାଗ କରୁଛି ଚଢ଼ାଉ । ସେପଟେ ଷ୍ଟକ୍ ରିଭାଇଜ୍ କରିଛନ୍ତି କେନ୍ଦ୍ର ସରକାର । ଏଣିକି ହୋଲସେଲ୍ ବେପାରୀ ରଖିପାରିବେନି ୨୫ ଟନ୍ରୁ ଅଧିକ ପିଆଜ । ଆଉ ଖୁଚୁରା ବେପାରୀ ରଖିପାରିବେନି ୫ ଟନରୁ ଅଧିକ ।

ପିଆଜ ଦରରେ ଲାଗିଥିବା ନିଆଁ କେବେ ଲିଭିବ? ଦିନକରେ ଦର ବଢ଼ିଲା ୨୫ ଟଙ୍କା, କଟକରେ ୧୫୦ ଟଙ୍କା
ପିଆଜ କଳାବଜାରୀ ରୋକିବାକୁ ବେଆଇନ୍ ଷ୍ଟକ୍ ଥିବା ଗୋଦାମରେ ଯୋଗାଣ ବିଭାଗ କରୁଛି ଚଢ଼ାଉ । ସେପଟେ ଷ୍ଟକ୍ ରିଭାଇଜ୍ କରିଛନ୍ତି କେନ୍ଦ୍ର ସରକାର । ଏଣିକି ହୋଲସେଲ୍ ବେପାରୀ ରଖିପାରିବେନି ୨୫ ଟନ୍ରୁ ଅଧିକ ପିଆଜ । ଆଉ ଖୁଚୁରା ବେପାରୀ ରଖିପାରିବେନି ୫ ଟନରୁ ଅଧିକ ।
  • News18 Odia
  • Last Updated: December 5, 2019, 12:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ୱର: ପିଆଜ ଦର ଯେମିତି ବଢ଼ି ବଢ଼ି ଚାଲିଛି, ଆଉ କିଛି ଦିନ ଭିତରେ ଯଦି କିଲୋ ପିଛା ଦାମ୍‌ ୨୦୦ ଟଙ୍କା ପାର୍‌ କରେ କେହି ଆଶ୍ଚର୍ଯ୍ୟ ହେବେ ନାହିଁ। ଦୁଇ ମାସ ହେଲା ବଢ଼ିଚାଲିଛି ପିଆଜ ଦର, କମିବାର ନାଁ ନେଉନି । ଆଗକୁ ମାର୍କେଟ୍‌ରେ ପିଆଜ ଦେଖାଯିବ କି ନାହିଁ ତାକୁ ନେଇ ଚିନ୍ତାରେ ଉଭୟ ଖାଉଟି ଓ ଖୁଚୁରା ବ୍ୟବସାୟୀ । ଏହାରି ଭିତରେ ପ୍ରଶ୍ନ ଉଠୁଛି, ପିଆଜ ଦରବୃଦ୍ଧିକୁ ନେଇ ସରକାର କେତେ ସଚେତନ ।



ଭୁବନେଶ୍ୱରର ଏକ ମାର୍କେଟରେ ପିଆଜ କିଣୁଛନ୍ତି ଜଣେ ମହିଳା 

କଟକ, ଭୁବନେଶ୍ବର, ବାଲେଶ୍ବର, ପୁରୀ ସବୁଠି ପିଆଜ ଦର ନିୟନ୍ତ୍ରଣ ବାହାରେ । ଦିନକ ଭିତରେ ଦର ଡେଉଁଛି ୨୦ରୁ ୨୫ ଟଙ୍କା । ଏଇ ହାରରେ ବଢ଼ିଲେ ଖୁବ୍ ଶୀଘ୍ର ପିଆଜ କିଲୋ ଛୁଇଁବ ଦୁଇ ଶହ ଟଙ୍କା । ଖାଉଟିଙ୍କ ପ୍ରଶ୍ନ, ଆଉ କେତେ ଦିନ କନ୍ଦାଇବ ପିଆଜ? କେବେ ନିୟନ୍ତ୍ରଣକୁ ଆସିବ ପିଆଜ ଦର? ଲଗାମ ଲଗାଇ ପାରୁନାହାନ୍ତି ସରକାର । ଭୁବନେଶ୍ବର ହେଉ କି କଟକ, ବ୍ରହ୍ମପୁର ଅବା ବାଲେଶ୍ବର- ସବୁଠି ପିଆଜ ଯନ୍ତ୍ରଣା । ସୁନା ଭଳି ଦିନକୁ ଦିନ ମହଙ୍ଗା ହେଉଛି ପିଆଜ । କାଟିବା ତ ଦୂରର କଥା ଦେଖିଲେ ବି ବାହାରୁଛି ଲୁହ ।

ସେପଟେ ମାନ୍ଦା ବ୍ୟବସାୟକୁ ନେଇ ଚିନ୍ତାରେ ବ୍ୟବସାୟୀ । ପିଆଜ ରେଟ୍‌ ଅଧିକ ଯୋଗୁଁ ଗ୍ରାହକ କିଣିବାକୁ ଡରୁଛନ୍ତି । ଯେଉଁଠି କ୍ବିଣ୍ଟାଲ କ୍ବିଣ୍ଟାଲ ପିଆଜ ବିକ୍ରି ହେଉଥିଲା, ଏବେ ତାହା କିଛି କିଲୋରେ ସୀମିତ । ବ୍ୟବସାୟୀ ସହୁଛନ୍ତି କ୍ଷତି ।



ପିଆଜ ଦରବୃଦ୍ଧିକୁ ନେଇ ସଂସଦ ବାହାରେ ବିପକ୍ଷ ସାଂସଦମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି

ପିଆଜ କଳାବଜାରୀ ରୋକିବାକୁ ବେଆଇନ୍ ଷ୍ଟକ୍ ଥିବା ଗୋଦାମରେ ଯୋଗାଣ ବିଭାଗ କରୁଛି ଚଢ଼ାଉ । ସେପଟେ ଷ୍ଟକ ରିଭାଇଜ୍ କରିଛନ୍ତି କେନ୍ଦ୍ର ସରକାର । ଏଣିକି ହୋଲସେଲ୍‌ ବେପାରୀ ରଖିପାରିବେନି ୨୫ ଟନ୍‌ରୁ ଅଧିକ ପିଆଜ । ଆଉ ଖୁଚୁରା ବେପାରୀ ରଖିପାରିବେନି ୫ ଟନରୁ ଅଧିକ । କେବଳ ଓଡ଼ିଶା ନୁହେଁ, ଅଧିକାଂଶ ରାଜ୍ୟରେ ପିଆଜ ଦର ନିୟନ୍ତ୍ରଣ ବାହାରେ । ଯାହାକୁ ନେଇ ରାଜନୀତି ବି ସରଗରମ । ସଂସଦ ଭିତରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଭିନ୍ନ ସ୍ଥାନରେ ଅଭିନବ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ରାଜନୈତିକ ଦଳ ।

ବିଦେଶରୁ ପିଆଜ ଆସିବା କଥା ସତ ନା ମିଛ?



ପ୍ରଶ୍ନ ଉଠୁଛି ଖାଉଟିଙ୍କୁ ଆଉ କେତେ କନ୍ଦାଇବ ପିଆଜ? ବିଦେଶରୁ ପିଆଜ ଆସିବା କଥା ସତ ନା ମିଛ? ଯଦି ଆସୁଛି, ବଜାରରେ କେବେ ପହଞ୍ଚିବ ଇଜିପ୍ଟ ଓ ଆଫଗାନ ପିଆଜ?  ପରସ୍ପରକୁ ଦୋଷ ଦେଇ ଖସି ଯାଉଛନ୍ତି କି କେନ୍ଦ୍ର ଓ ରାଜ୍ୟ? କାହିଁକି କେନ୍ଦ୍ର-ରାଜ୍ୟ ଭିତରେ ବସୁନି ସମନ୍ବୟ ବୈଠକ? କେବେ ଏକାଠି ହେବେ ବ୍ୟବସାୟୀ ମହାସଙ୍ଘ, ଖାଉଟି ଫୋରମ୍‌ ଓ ସରକାର? ପ୍ରତି ବର୍ଷ କଣ ଏମିତି ପିଆଜ ଯନ୍ତ୍ରଣା ଭୋଗୁଥିବେ ରାଜ୍ୟବାସୀ?
Published by: Anand Shankar Thankur Das
First published: December 4, 2019, 8:02 PM IST
corona virus btn
corona virus btn
Loading