BJDର ମାଡ଼ ପ୍ରତିବାଦ; କଂଗ୍ରେସ ଓ ବିଜେପି ପକ୍ଷରୁ ବୁଧବାର କୁଚିଣ୍ଡା ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା

ଉଭୟ ବିଜେପି ଓ କଂଗ୍ରେସ ଦଳର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମନ୍ତ୍ରୀ ଟୁକୁନି ସାହୁ କଚିଣ୍ଡା ପୂର୍ତ୍ତ ବିଭାଗର ଡାକ ବଙ୍ଗଳାରେ ଥିବା ବେଳେ ବାହାରେ ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବୁଧବାର କଂଗ୍ରେସ ଓ ବିଜେପି ପକ୍ଷରୁ କୁଚିଣ୍ଡା ୧୨ ଘଣ୍ଟିଆ ବନ୍ଦ ହୋଇଥିଲା

ବୁଧବାର କଂଗ୍ରେସ ଓ ବିଜେପି ପକ୍ଷରୁ କୁଚିଣ୍ଡା ୧୨ ଘଣ୍ଟିଆ ବନ୍ଦ ହୋଇଥିଲା

  • Share this:
News18 Odia Digital

ସମ୍ବଲପୁର: ବୁଧବାର ଦିନ କଂଗ୍ରେସ ଓ ବିଜେପି ପକ୍ଷରୁ ଆଜି କୁଚିଣ୍ଡା ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ବିଜେଡି କର୍ମୀଙ୍କ ଗୁଣ୍ଡାଗିରି ପ୍ରତିବାଦରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରାଯାଇଥିଲା । ବନ୍ଦ ଯୋଗୁ ଦେକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ଉଭୟ ବିଜେପି ଓ କଂଗ୍ରେସ ଦଳର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମନ୍ତ୍ରୀ ଟୁକୁନି ସାହୁ କଚିଣ୍ଡା ପୂର୍ତ୍ତ ବିଭାଗର ଡାକ ବଙ୍ଗଳାରେ ଥିବା ବେଳେ ବାହାରେ ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ପରେ କଂଗ୍ରେସ କର୍ମୀମାନେ ଆସି ଡାକ ବଙ୍ଗଳା ସମ୍ମୁଖରେ ନାରାବଜି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମଙ୍ଗଳବାର ମୁଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ କୁଚିଣ୍ଡା ଗସ୍ତ କରିଥିଲେ । ଏହି ସମୟରେ ବିଜେପି ଓ କଂଗ୍ରସ ପକ୍ଷରୁ ପୃଥକ ପୃଥକ ଭାବେ ପିକେଟିଙ୍ଗ କରି ନାରା ଦିଆଯାଇଥିଲା । ହେଲେ କିଛି ଲୋକେ ଆସି ସେମାନଙ୍କ ସହ ଯୁକ୍ତ ତରକ କରିବା ସହ ସେମାନଙ୍କୁ ମାଡ଼ ମାରିଥିବା ନେଇ ଉଭୟ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହି ଘଟଣାରେ କିଛି ଲୋକ ଆହତ ହେବା ସହ ମେଡିକାଲରେ ଭର୍ତ୍ତି ମଧ୍ୟ ହୋଇଥିଲେ ।

ଏହାକୁ ବିରୋଧ କରି ଉଭୟ ଦଳ ପକ୍ଷରୁ କୁଚିଣ୍ଡ ବନ୍ଦ ଡାକରା ଦିଆଯାଇଥିଲା । ଏହା ଏକ ଦୁଃଖ ଦାୟକ ଘଟଣା । ମୁଖ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଯେଉଁଭଳି ଭାବେ ଆଦିବାସୀ ଲୋକ ଓ ମହିଳାଙ୍କୁ ଆକ୍ରମଣ କରାଗଲା ଏହାକୁ ଆମେ ବିରୋଧ କରୁଛୁ । ଏହି ଗୁଣ୍ଡାରାଜ ବିରୋଧରେ କୁଚିଣ୍ଡାର ଜନ ସାଧାରଣ ଏକତ୍ରିତ ହୋଇ ଏହାର ପ୍ରତିବାଦ କରିବା ସହ ଶୀଘ୍ର ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ଦାବି କରିଥିବା ପୂର୍ବତନ କଂଗ୍ରେସ ବିଧାୟକ ରାଜେନ୍ଦ୍ର ଛତ୍ରିୟା କହିଥିଲେ ।

କଂଗ୍ରେସ ଓ ବିଜେପି ପକ୍ଷରୁ ବୁଧବାର କୁଚିଣ୍ଡା ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା


୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯିବା ପରେ ମଧ୍ୟ ନେତ୍ରୀ ଟୁକୁନି ସାହୁ କୁଚିଣ୍ଡା ପୂର୍ତ୍ତ ବିଭାଗର ଡାକ ବଙ୍ଗଳାରେ ରହିଛିନ୍ତି । ଏହାକୁ ଆମେ ବିରୋଧ କରୁଛୁ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ସେ ଡାକ ବଙ୍ଗଳା ଭିତରେ ରହିବେ ବୋଲି ପୂର୍ବତନ ବିଜେପି ବିଧାୟକ ରବି ନାୟକ କହିଥିଲେ ।

ବିଜେପି ଓ କଂଗ୍ରେସ କର୍ମୀମାନେ ପୂର୍ତ୍ତ ବିଭାଗର ଡାକ ବଙ୍ଗଳା ସମ୍ମୁଖରେ ବିକ୍ଷୋଭ କରୁଥିବା ବେଳେ ମନ୍ତ୍ରୀଙ୍କ ସପକ୍ଷରେ ବିଜେଡି କର୍ମୀମାନେ ଆସି ପହଞ୍ଚି ନାରା ବାଜି କରିଥିଲେ । ତିନି ଦଳର କର୍ମୀମାନଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପୋଲିସ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ଘଟଣଶ ସ୍ଥଳରୁ ଉଠେଇ ନିଆଯାଇଥିଲା । ଏହା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
Published by:Lipina Das
First published: