ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଏହି ଟଙ୍କିକିଆ ମୁଦ୍ରା ଆପଣଙ୍କୁ ମାଲାମାଲ୍ କରିଦେବ! ଆପଣଙ୍କୁ ମିଳିପାରେ ୫ ଲକ୍ଷ ଟଙ୍କା

ଏହି ଟଙ୍କିକିଆ ମୁଦ୍ରା ଆପଣଙ୍କୁ ମାଲାମାଲ୍ କରିଦେବ! ଆପଣଙ୍କୁ ମିଳିପାରେ ୫ ଲକ୍ଷ ଟଙ୍କା

ଯଦି ଆପଣ ପୁରୁଣା ମୁଦ୍ରା ସଂଗ୍ରହ କରିବାକୁ ଭଲ ପାଆନ୍ତି ଓ ଆପଣଙ୍କ ପାଖରେ ଏହି ଟଙ୍କିକିଆ ମୁଦ୍ରା ଅଛି, ତାହାଲେ ଆପଣଙ୍କ ପାଇଁ ଭଲ ଖବର ଅଛି । ଆପଣ ଏକା ଥରକେ ବେଶ୍ କିଛି ଲକ୍ଷ ଟଙ୍କା ରୋଜଗାର କରିପାରିବେ ।

ଏହି ଟଙ୍କିକିଆ ମୁଦ୍ରା ଆପଣଙ୍କୁ ମାଲାମାଲ୍ କରିଦେବ! ଆପଣଙ୍କୁ ମିଳିପାରେ ୫ ଲକ୍ଷ ଟଙ୍କା
ଏହି ଟଙ୍କିକିଆ ମୁଦ୍ରା ଆପଣଙ୍କୁ ମାଲାମାଲ୍ କରିଦେଇପାରେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଯଦି ଆପଣ ପୁରୁଣା ମୁଦ୍ରା (coin) କିମ୍ବା ନୋଟ୍ (currency note) ସଂଗ୍ରହ କରିବାକୁ ଭଲ ପାଆନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର ଅଛି । ଏହି ପୁରୁଣା ମୁଦ୍ରା ରଖିଥିବାରୁ ଆପଣ ଏକା ଥରକେ ଲକ୍ଷପତି ହୋଇପାରିବେ । ହଁ, ଆପଣ ଏହି ଏକ ଟଙ୍କିଆ ମୁଦ୍ରା (One Rupee Coin) ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏଥି ପାଇଁ ଆପଣଙ୍କୁ କିଛି କରିବାର ଆବଶ୍ୟକତା ନାହିଁ । କେବଳ ଆପଣଙ୍କ ପାଖରେ ଏହି ଟଙ୍କିକିଆ ମୁଦ୍ରା ଥିବା ଦରକାର । ଆପଣଙ୍କୁ ଏହି ପୁରାତନ ମୁଦ୍ରାର ଏକ ଫଟୋ ୱେବସାଇଟରେ ଅପଲୋଡ୍‌ କରିବାକୁ ପଡିବ । ତା’ ପରେ ଲୋକେ ଆପଣଙ୍କ ମୁଦ୍ରା ପାଇଁ ନିଲାମ ଲଗାଇବେ, ଆଉ ଆପଣ ନିଜ ମୁଦ୍ରାକୁ ଯାହାକୁ ବିକିବାକୁ ଚାହାନ୍ତି ତାଙ୍କୁ ବିକି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସମ୍ବଲପୁରରେ ରାସ୍ତାରେ ସ୍ତ୍ରୀ ସ୍ୱାମୀକୁ ଚପଲରେ ପିଟିଲା, କହିଲା, ‘‘ହାରମଜାଦା, ତତେ ମୁଁ ହାଣିଦେବି’’

ମିଡିଆ ରିପୋର୍ଟ ଅନୁଯାୟୀ ପୁରୁଣା ମୁଦ୍ରା (antique coin) ଓ ନୋଟ୍ ଇଣ୍ଡିଆମାର୍ଟର (Indiamart) ୱେବସାଇଟରେ ନିଲାମ କରାଯାଉଛି । ଯଦି ଆପଣ ପୁରୁଣା ଜିନିଷ ସଂଗ୍ରହ କରିବାକୁ ଭଲ ପାଆନ୍ତି, ତେବେ ଆପଣଙ୍କର ସେହି ଅଭ୍ୟାସ ଆପଣଙ୍କୁ କୋଟିପତି ମଧ୍ୟ କରିପାରେ । ଏଥି ପାଇଁ ଆପଣଙ୍କ ପାଖରେ ଉନବିଂଶ ଶତାବ୍ଦୀର ଏକ ଟଙ୍କିଆ ରୂପା ମୁଦ୍ରା ଥିବା ଆବଶ୍ୟକ ।

ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ

ଆପଣ ଜାଣି ରଖିବା ଉଚିତ ଯେ ୧୯୧୬ ମସିହାର ଏହି ଏକ ଟଙ୍କିଆ ମୁଦ୍ରା ଅତ୍ୟନ୍ତ ସ୍ୱତନ୍ତ୍ର । ଇଣ୍ଡିଆମାର୍ଟର (Indiamart) ୱେବସାଇଟ୍ ଅନୁଯାୟୀ ଏହାର ମୂଲ୍ୟ ପାଞ୍ଚ ଲକ୍ଷ ଟଙ୍କା । ଏହା ବ୍ୟତୀତ ଆପଣ ଏହି ମୁଦ୍ରାର ନିଲାମି ସମୟରେ ଦର ଉପରେ କଥାବାର୍ତ୍ତା କରି ବଢ଼ାଇ ବି ପାରିବେ ।

ଏହା ବି ପଢ଼ନ୍ତୁ | ନିଜ ସ୍ୱାମୀଙ୍କୁ ଛୁରୀ ମାରି ହତ୍ୟା କରିବା ପରେ ଘରେ ପୋତିଦେଲେ ମହିଳା; କାରଣଟି ଚକିତ କରିବ

ଇଣ୍ଡିଆ ମାର୍ଟର ୱେବସାଇଟରେ (https://dir.indiamart.com/impcat/old coins.html) ଏହି ମୁଦ୍ରାକୁ ଆପଣ ବିକ୍ରି କରିପାରିବେ । ଘରେ ବସି ଆପଣ ନିଜ ପୁରୁଣା ମୁଦ୍ରା ଏହି ପ୍ଲାଟଫର୍ମରେ ବିକ୍ରି କରିପାରିବେ । ଆପଣଙ୍କୁ ଏହି ମୁଦ୍ରା ପାଇଁ ଭଲ ଦାମ୍‌ ବି ମିଳିବ । ଏହି କମ୍ପାନୀର ୱେବସାଇଟ୍ ପରିଦର୍ଶନ କରି ଆପଣ ଏହି ମୁଦ୍ରା ବିକ୍ରି କରିପାରିବେ । ଏହା ପ୍ରତିବଦଳରେ ଆପଣ ଲକ୍ଷ ଲକ୍ଷ ଟଙ୍କା ପାଇପାରିବେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ବିରାଟ ପଚାରିଲେ ସ୍ମୃତିଙ୍କୁ, ‘Love Marriage କରିବ ନା ଆରେଞ୍ଜଡ୍ ମ୍ୟାରେଜ୍?’ ଗଜବ ଉତ୍ତର ଆସିଲା

ଇଣ୍ଡିଆମାର୍ଟର ୱେବସାଇଟରେ ଆପଣ ପାଞ୍ଚ ପଇସା ଠାରୁ ଆରମ୍ଭ କରି ୧୦ ଟଙ୍କା ଓ ପୁରାତନ ମୁଦ୍ରା ବିକ୍ରି କରିପାରିବେ । ଏହି ୱେବସାଇଟରୁ ଆପଣଙ୍କୁ ସମସ୍ତ ପ୍ରକାରର ମୁଦ୍ରାର ଦାମ୍‌ ବି ଜଣା ପଡିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଅଭିନେତା ଆମୀର୍ ଖାନ୍ ପତ୍ନୀ କିରଣ ରାଓଙ୍କ Love Story The End! ଦୁହିଁଙ୍କ ଛାଡ଼ପତ୍ର ହେଲା

ଫ୍ଲାଇଙ୍ଗ ହେୟାର୍‌ ସିଲଭର୍‌ ଡଲାର୍‌ ହେଉଛି ଆମେରିକାର ଏକ ଐତିହାସିକ ମୁଦ୍ରା ଯାହା ସବା ପ୍ରଥମେ ତିଆରି ହୋଇଥିଲା । କୁହାଯାଉଛି ଯେ ଫ୍ଲାଇଙ୍ଗ୍‌ ହେୟାର୍‌ ସିଲଭର୍‌ ଡଲାର୍‌ ୧୭୯୪ରେ ତିଆରି ହୋଇଥିବା ରୂପା ଡଲାର ମଧ୍ୟରୁ ଗୋଟିଏ ।



ରିପୋର୍ଟରେ ଦାବି କରାଯାଇଛି ଯେ କୋଟି ଟଙ୍କା ମୂଲ୍ୟର ଫ୍ଲାଇଙ୍ଗ ହେୟାର୍‌ ସିଲଭର୍‌ ଡଲାର୍‌ ମୁଦ୍ରାର ତିଆରି ଉପାୟକୁ ସେତେ ବେଳର ଆମେରିକାର ରାଷ୍ଟ୍ରପତି ଜର୍ଜ ୱାଶିଂଟନ୍ ନିଜେ ଯାଞ୍ଚ କରିଥିଲେ । ପତ୍ରିକା ଅନୁଯାୟୀ ଭାରତୀୟ ମୁଦ୍ରାରେ ସେହି ଗୋଟିଏ ମୁଦ୍ରାର ଦାମ୍‌ ୬୭ କୋଟି ଟଙ୍କା । ସେହି ମୁଦ୍ରାକୁ ଦୁନିଆର ସବୁଠାରୁ ମହଙ୍ଗା ମୁଦ୍ରା ବୋଲି ମଧ୍ୟ କୁହାଯାଉଛି । ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ ସେହି ନିର୍ଦ୍ଦିଷ୍ଟ ମୁଦ୍ରାକୁ ୨୦୧୩ ମସିହାରେ ଜଣେ ସଂଗ୍ରାହକ ଏକ କୋଟି ଡଲାରରେ କିଣିଥିଲେ ।
Published by: Anand ST Das
First published: March 21, 2021, 7:58 PM IST