ଦିବାଲୋକରେ ଯୁବକଙ୍କୁ ଗୁଳି ମାଡ଼; ପୋଲିସ କରୁଛି ତଦନ୍ତ

ଲୋକଲୋଚନରେ ଦିନର ଆଲୋକରେ ଫୁଟିଲା ଗୁଳି। ସିଧା ମୁଣ୍ଡରେ ଗୁଳିମାଡ଼ରେ ଟଳି ପଡ଼ିଲେ ଯୁବକ। ନୀଳଗିରି ଥାନା ମର୍ଦ୍ଦରାଜପୁର ଛକରେ ଗୁଳିମାଡ଼ରେ ଜଣେ ଗ୍ୟାରେଜ୍ ମେକାନିକଙ୍କର ମୃତ୍ୟୁ ଘଟିଛି ।

ଦିବାଲୋକରେ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି (ପ୍ରତୀକାତ୍ମକ ଛବି)

ଦିବାଲୋକରେ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ୱର: ଲୋକଲୋଚନରେ ଦିନର ଆଲୋକରେ ଫୁଟିଲା ଗୁଳି।  ସିଧା ମୁଣ୍ଡରେ ଗୁଳିମାଡ଼ରେ ଟଳି ପଡ଼ିଲେ ଯୁବକ। ନୀଳଗିରି ଥାନା ମର୍ଦ୍ଦରାଜପୁର ଛକରେ ଗୁଳିମାଡ଼ରେ ଜଣେ ଗ୍ୟାରେଜ୍ ମେକାନିକଙ୍କର ମୃତ୍ୟୁ ଘଟିଛି । ମୃତ ଗ୍ୟାରେଜ ମେକାନିକଙ୍କ ନାମ ଦୀପୁ ବେହେରା।

ହତ୍ୟାକାଣ୍ଡର କାରଣ ଜଣାପଡିନଥିବା ବେଳେ ପରକ୍ରିୟାପ୍ରୀତିକୁ ନେଇ ଏପରି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି ।  ଜଣେ ସ୍ଥାନୀୟ ଲୋକଙ୍କ ଅନୁସାରେ ଦିପୁର ଜଣେ ମହିଳାଙ୍କ ସହିତ ଅପ୍ରୀତିକର ସମ୍ପର୍କ ଥିଲା । ଏନେଇ ମହିଳାଙ୍କ ସ୍ୱାମୀ ସହିତ ଦିପୁର ବାରମ୍ବାର ଝଗଡ଼ା ମଧ୍ୟ ହୋଇଛି। ଏପରି ସ୍ଥିତି ଥିଲା ମହିଳାଙ୍କ ସ୍ୱାମୀ ଦିପୁକୁ ରାସ୍ତାରୁ ହଟାଇ ଦେବାକୁ ମଧ୍ୟ ଧମକ ଦେଉଥିଲା ।

ତେବେ ଶନିବାର ହଠାତ ଦୁଇଟି ବାଇକ ଯୋଗେ ଦିପୁ କାର୍ଯ୍ୟ କରୁଥିବା ନୀଳଗିରି ବ୍ଲକ ମିତ୍ରପୁରର ମର୍ଦ୍ଦରାଜପୁର ଗ୍ୟାରେଜରେ ପହଞ୍ଚି ଥିଲେ। ଆଉ ଯୁବକମାନଙ୍କ ସହିତ ଦିପୁର ଜୋରରେ ପାଟିତୁଣ୍ଡ ହୋଇଥିଲା । ହଠାତ ଯୁକ୍ତି ମଧ୍ୟରେ ଏକ ଗୁଳି ଫୁଟିବାର ଶବ୍ଦ ହୋଇଥିଲା । ଦିପୁ ସହିତ ପାଟିତୁଣ୍ଡ କରୁଥିବା ଯୁବକ ହଠାତ ସେଠାରୁ ଚମ୍ପଟ ମାରିଥିଲେ ।

ଘଟଣା ସ୍ଥଳରୁ ଏକ ପିସ୍ତଲ ଉଦ୍ଧାର କରିଛି ପୋଲିସ। ଗୁଳି ଫୁଟିବା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଗ୍ୟାରେଜରେ ପହଞ୍ଚିଥିଲେ । ସେତେବେଳକୁ ଦିପୁ ଓରଫ ସୁକାନ୍ତ ବେହେରାଙ୍କ ପ୍ରାଣବାୟୁ ଉଡିଯାଇଥିଲା ତେବେ ମୃତ ଶରୀର ନିକଟରେ ଏକ ପିସ୍ତଲ ପଡିଥିଲା । ଯାହାକୁ ପୋଲିସ ପହଞ୍ଚି ଜବତ କରିଛି।
Published by:Soumya Das
First published:
)}