ବିଚ ରାସ୍ତାରେ ଯୁବକଙ୍କୁ ଛୁରୀ ମାରି ହତ୍ୟା; ହତ୍ୟାର କାରଣ ଅସ୍ପଷ୍ଟ

ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଛୁରି ମାରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ଯୁବକଙ୍କ ନାଁ ଚିଣ୍ଟୁ। ଘଟଣା ଘଟିଛି ଭୁବନେଶ୍ୱର ପ୍ରେସ ଛକ ନିକଟରେ ।

ଛୁରୀରେ ଆକ୍ରମଣ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି (ପ୍ରତୀକାତ୍ମକ ଛବି)

ଛୁରୀରେ ଆକ୍ରମଣ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ପୁଣି ରକ୍ତ ରଞ୍ଜିତ ହୋଇଛି ରାଜଧାନୀ। ସହିଦନଗର ଥାନା ସୈନିକସ୍କୁଲ ନିକଟରେ କମେଣ୍ଟ ମରାକୁ କେନ୍ଦ୍ରକରି ଏକ ଗୋଷ୍ଠୀର କିଛି ଦୁର୍ବୁତ୍ତ ଅପରପକ୍ଷରୁ ଗୋଷ୍ଠୀର ଦୁଇଜଣ ଯୁବକକୁ ଛୁରୀରେ ଆକ୍ରମଣ କରିଛନ୍ତି । ଫଳରେ ଆକ୍ରମଣର ଶିକାର ହୋଇଥିବା ଜଣେ ଯୁବକଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ଜଣେ ଯୁବକକୁ ପୋଲିସ ଅଟକ ରଖି ଜେରା କରୁଛି ।

ମୃତ ଯୁବକ ଜଣଙ୍କ ହେଲେ ଗାଡ଼କଣ ଅଞ୍ଚଳର ଚିଣ୍ଟୁ ବୋଲି ଜଣା ପଡ଼ିଛି । ଘଟଣା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଆକ୍ରମଣ କରିଥିବା ଯୁବକ ମାନେ ନୟାପଲ୍ଲି ଅଞ୍ଚଳର ବୋଲି ସନ୍ଦେହ କରାଯାଉଛି । ହେଲେ ଗୋଷ୍ଠୀ ସଂଘର୍ଷ ପଛରେ କାରଣ କମେଣ୍ଟ ମରା କି ଆଉ କିଛି ଅଛି ତାହା ସ୍ପଷ୍ଟ ହୋଇନି ।

"ଆମେ ଘଟଣାକୁ ଗୁରୁତର ସହ ନେଇଛୁ । ଘଟଣା ପଛରେ ଯେଉଁମାନଙ୍କ ହାତ ରହିଛି ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ଆକ୍ରମଣ କରିଥିବା ଯୁବକମାନଙ୍କୁ ଚିହ୍ନଟ କରାଯାଇଛି । ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ। ତେବେ ଏହା ଏକ ସର୍ଡନ ପ୍ରଭୋକେସନ ପାଇଁ ହତ୍ୟାକାଣ୍ଡ ଘଟିଛି । ତେଣୁ ଏହା ପଛର କାରଣ କଣ ଅଛି ତାହା ଏବେ କହିବା ଠିକ ହେବ ନାହିଁ," କହିଛନ୍ତି ଅତିରିକ୍ତ ଡି.ସି.ପି ପ୍ରକାଶ ଚନ୍ଦ୍ର ପାଲ ।

ସେପଟେ ହତ୍ୟାକାରୀକି ଗିରଫ ଦାବିରେ ମୃତ ଯୁବକଙ୍କ ଅଞ୍ଚଳ ତଥା ଗାଡ଼କଣରେ ଲୋକେ ରାସ୍ତା ଅବରୋଧ କରିଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି।

ମିଳିଥିବା ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ୬ଟା ସମୟରେ ସୈନିକ ସ୍କୁଲ ନିକଟରେ ଏକ ରେଷ୍ଟୁରାଣ୍ଟରେ ମୃତ ଚିଣ୍ଟୁ ଓ ତାର କିଛି ସହଯୋଗୀ ବସିଥିଲେ । ସେଇ ରେଷ୍ଟୁରାଣ୍ଟରେ ଆକ୍ରମଣ କରିଥିବା ଯୁବକମାନେ ବସିଥିଲେ । କୌଣସି  କଥାକୁ ନେଇ ଜଣେ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀକୁ କମେଣ୍ଟ ମାରିଥିଲେ। । ଏହାପରେ ଉଭୟ ଗୋଷ୍ଠୀର ପିଲା ମାନଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ତେବେ ରେଷ୍ଟୁରାଣ୍ଟରୁ ବାହାରିବା ପରେ ରାସ୍ତା କଡ଼ରେ ପରିସ୍ଥିତି ଏଭଳି ହୋଇଥିଲା।
Published by:Soumya Das
First published: