ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ ୨ ଗୁରୁତର; ୧୪୪ ଧାରା ଜାରି କରିଛି ପୋଲିସ

ଶନିବାର ସନ୍ଧ୍ୟାରେ ଏକ ଛୋଟିଆ ଘଟଣାକୁ ନେଇ ଉଭୟ ଗ୍ରାମର ଲୋକଙ୍କ ମଧ୍ୟରେ ହାତାହାତି ହେବା କାରଣରୁ ତିନି ଜଣ ଗୁରୁତର ଆହତ ହୋଇ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ

ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ

  • Share this:
News18 Odia Digital

ବାଲେଶ୍ବର: ବାଲେଶ୍ୱର ସଦର ଥାନା ଜଙ୍ଖରାଇରେ ୧୪୪ ଧାରା ଜାରି ହୋଇଛି । ଶନିବାର ବିଳମ୍ବିତ ରାତିରେ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳରେ ଜଣେ ମୃତ ଦୁଇ ଜଣ ଆହତ ହେବା ପରେ ଏହି ଧାରା ଜାରି ହୋଇଛି । ବାଲେଶ୍ୱର ଜିଲ୍ଲା ଜଙ୍ଖରାଇ ଓ ମୟୁରଭଞ୍ଜ ଜିଲ୍ଲା କଳମା ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ସାମାନ୍ୟ କଥାରୁ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ସୂଚନା ମିଳିଥିବା ବେଳେ ପରିସ୍ଥିତି ଦେଖି ଜଙ୍ଖରାଇରେ ୧୪୪ ଧାରା ଲଗାଇଛନ୍ତି ବାଲେଶ୍ୱର ଏସପି ।

ପାଞ୍ଚ ଜଣ ଏକାଠି ହେବା ଉପରେ କଟକଣା ଲାଗିଛି । ସେହିପରି ଦୁଇ ଗ୍ରାମରେ ପୋଲିସ ଛାଉଣୀ ହୋଇଥିବା ବେଳେ ଘଟଣା ସ୍ଥଳକୁ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ଏସପି ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ସ୍ଥାନୀୟ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ଓ ସଦର ବିଧାୟକ ସ୍ୱରୂପ ଦାସ ମଧ୍ୟ ଲୋକଙ୍କ ସହିତ ଶାନ୍ତି ପ୍ରତିଷ୍ଠା ନେଇ ଉଦ୍ୟମ କରିଛନ୍ତି । ତେଣେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ କଳମା ପଞ୍ଚାୟତ କଳମା ଗ୍ରାମର କିଛି ବ୍ୟକ୍ତିଙ୍କ ସହିତ ବାଲେଶ୍ବର ଜିଲ୍ଲା ଜଙ୍ଖରାଇ ଗ୍ରାମର ବ୍ୟକ୍ତିଙ୍କ ମଧ୍ୟରେ ବିଭିନ୍ନ କାରଣରୁ ବର୍ଷ ବର୍ଷ ଧରି ଝଗଡ଼ା ଲାଗି ରହିଥିଲା। ଶନିବାର ସନ୍ଧ୍ୟାରେ ଏକ ଛୋଟିଆ ଘଟଣାକୁ ନେଇ ଉଭୟ ଗ୍ରାମର ଲୋକଙ୍କ ମଧ୍ୟରେ ହାତାହାତି ହେବା କାରଣରୁ ତିନି ଜଣ ଗୁରୁତର ଆହତ ହୋଇ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ବାଲେଶ୍ୱର ସଦର ଥାନା ଜଙ୍ଖରାଇରେ ୧୪୪ ଧାରା ଜାରି ହୋଇଛି


ଶେଖ ସବୀର ସ୍ଥାନୀୟ ବାସିନ୍ଦା କହିଛନ୍ତି, ‘‘ଶନିବାର ସନ୍ଧ୍ୟା ସମୟରେ କଳମା ଗ୍ରାମର ମୁଖ୍ୟ ରାସ୍ତାରେ ପାଞ୍ଚଟି ମୋଟର ସାଇକେଲ ଦ୍ରୁତ ଗତିରେ ଯିବା । ସମୟରେ ଗୋଟିଏ ବାଇକ୍ ଜନୈକ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଛିଡ଼ା ହୋଇଥିବା କିଛି ଯୁବକ ସେମାନଙ୍କ ଦ୍ରୁତ ବାଇକ ଚାଳନାକୁ ବାରଣ କରିବା ଯୋଗୁଁ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ଘଟଣାକୁ ନେଇ ଆମ ଦୁଇ ଗ୍ରାମର ଲୋକଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହୋଇଥିଲା। ତିନି ଜଣ ଗୁରୁତର ଆହତ ହୋଇଥିଲେ ସେମାନଙ୍କୁ ବୈଶିଙ୍ଗା ଡାକ୍ତରଖାନାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ବରକୁ ଅଣାଯାଇଛି। ଯେଉଁଥିରୁ ଜଣଙ୍କର ମୃତ୍ୟୁ ଘଟିଛି।"

ବିଧାୟକ ସ୍ୱରୂପ ଦାସ କହିଛନ୍ତି, ‘‘ଆମେ ଖବର ପାଇ ଘଟଣା ସ୍ଥଳକୁ ଯାଇଥିଲୁ ଆମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ଶାନ୍ତ କରିବା ସହିତ ଆଇନକୁ କିପରି ନିଜ ହାତକୁ ନ ନେବେ ସେନେଇ ଚେଷ୍ଟା କରିଛୁ । ଲୋକଙ୍କୁ ଆମେ ବୁଝାଇଛୁ ଓ ପୋଲିସ ମଧ୍ୟ ଦୃଢ଼ ପ୍ରତିଶୃତି ଦେଇଛନ୍ତି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବାକୁ।"

ସେପଟେ ବାଲେଶ୍ୱର ପୋଲିସ ପକ୍ଷରୁ କୁହାଯାଇଛି ଘଟଣାକୁ ନଜରରେ ରଖି ଉଭୟ ପୂର୍ବାଞ୍ଚଳ ଆଇଜି ଓ ଏସପି ଘଟଣା ସ୍ଥଳକୁ ଯାଇ ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ଶୀଘ୍ର ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ । ସୁରକ୍ଷା ଦୃଷ୍ଟିରୁ ଓ କୌଣସି ପ୍ରକାର ଅପ୍ରତିକର ପରିସ୍ଥିତିକୁ ଆଡ଼େଇବା ପାଇଁ ପୋଲିସ ୧୪୪ ଧାରା ଲଗାଇଛି।
Published by:Lipina Das
First published: