ତିନୋଟି ଶିଶୁକୁ ଗୋଟିଏ ଅକ୍ସିଜେନ ସିଲିଣ୍ଡର; ଅଭିଯୋଗ ପରେ ତଦନ୍ତ ଆରମ୍ଭ

ଆମ୍ବୁଲାନ୍ସରେ ଗୋଟିଏ ଅକ୍ସିଜେନ ସିଲିଣ୍ଡରରୁ ୩ଜଣ ଶିଶୁଙ୍କଠାରେ ଲଗାଯାଇ ସ୍ଥାନାନ୍ତରିତ କରାଯାଇଥିଲା । ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ଏମକେସିଜି ମେଡିକାଲର ଶିଶୁରୋଗ ବିଭାଗରେ ।

ତିନୋଟି ଶିଶୁକୁ ଗୋଟିଏ ଅକ୍ସିଜେନ ସିଲିଣ୍ଡର; ଅଭିଯୋଗ ପରେ ତଦନ୍ତ ଆରମ୍ଭ

ତିନୋଟି ଶିଶୁକୁ ଗୋଟିଏ ଅକ୍ସିଜେନ ସିଲିଣ୍ଡର; ଅଭିଯୋଗ ପରେ ତଦନ୍ତ ଆରମ୍ଭ

  • News18 Odia
  • Last Updated :
  • Odisha (Orissa), India
  • Share this:
News 18 Odia Digital

ବ୍ରହ୍ମପୁର; ଆମ୍ବୁଲାନ୍ସରେ ଗୋଟିଏ ଅକ୍ସିଜେନ ସିଲିଣ୍ଡରରୁ ୩ଜଣ ଶିଶୁଙ୍କଠାରେ ଲଗାଯାଇ ସ୍ଥାନାନ୍ତରିତ କରାଯାଇଥିଲା । ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ଏମକେସିଜି ମେଡିକାଲର ଶିଶୁରୋଗ ବିଭାଗରେ । ଶିଶୁଙ୍କ ଚିକିତ୍ସା ପାଇଁ ସରକାରୀ ମେଡିକାଲରେ ସମସ୍ତ ସୁବିଧା ରହିଛି। ତଥାପି ଏଭଳି ଦାୟିତ୍ବହୀନ ଘଟଣା କିଭଳି ଘଟୁଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଭାଗରେ ଚିକିତ୍ସିତ ହେଉଥିବା କିଛି ଶିଶୁଙ୍କ ଛାତିରେ ରୋଗ ରହିଥିବା ଜଣାପଡିଥିଲା । ପରବର୍ତ୍ତୀ ଅବସ୍ଥାରେ ଶିଶୁରୋଗ ବିଭାଗରୁ ଡିସିଏଚ-୨ କୁ ଇକୋ କରିବା ପାଇଁ କହିଥିଲେ ଡାକ୍ତର । ଏହାପରେ ତିନିଗୋଟି ଶିଶୁଙ୍କୁ ଗୋଟିଏ ଅକ୍ସିଜେନ ସିଲିଣ୍ଡରରେ ସଂଯୋଗ କରି ପଠାଇଥିଲେ ମେଡିକାଲ କର୍ମୀ । ଖାଲଖମା ରାସ୍ତା ଦେଇ ପ୍ରାୟ ୩୦୦ ମିଟର ପର୍ଯ୍ୟନ୍ତ ଶିଶୁଙ୍କ ସମ୍ପର୍କୀୟ ମାନେ ଡିସିଏଚ-୨ କୁ ନେଇଥିଲେ । ଏଭଳି ଦାୟିତ୍ବହୀନ କର୍ମଚାରୀଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶିଶୁଙ୍କ ସମ୍ପର୍କୀୟ ସୁକଦେବ ରେଡି।

ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ତଦନ୍ତ ଆରମ୍ଭ ହୋଇଛି । ଶିଶୁରୋଗ ବିଭାଗର ମୁଖ୍ୟ ଓ ହସ୍ପିଟାଲ ମ୍ୟାନେଜର ପହଞ୍ଚି ସତ୍ୟାସତ୍ୟ ବୁଝିଛନ୍ତି। ମେଡିକାଲର କେଉଁ କର୍ମଚାରୀ ଏଭଳି କରିଛନ୍ତି ଏବଂ ଏଭଳି ତିନି ଜଣଙ୍କୁ ଗୋଟିଏ ଅକ୍ସିଜେନ ସିଲିଣ୍ଡର ସଂଯୋଗ କରିବାକୁ ମେଡିକାଲ କର୍ମଚାରୀଙ୍କୁ କିଏ ନିର୍ଦ୍ଦେଶ ଦେଇଥିଲା ସେନେଇ ତଦନ୍ତ ଚାଲିଛି । ତଦନ୍ତ ଶେଷ ହେବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମେଡିକାଲର ମ୍ୟାନେଜର ।
Published by:Soubhagya Mishra
First published: