ଦେଶରେ ଲାଗୁ ହେବ 'ୱାନ୍ ନେସନ୍ ୱାନ ଟ୍ରାନ୍ସପୋର୍ଟ ସଲ୍ୟୁସନ'

'ୱାନ ନେସନ ୱାନ୍ ରାସନ’ ପରି ସାରା ଦେଶରେ ‘ୱାନ୍ ନେସନ୍ ୱାନ ଟ୍ରାନ୍ସପୋର୍ଟ ସଲ୍ୟୁସନ’ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ । ଏହି କ୍ରମରେ ନିଜର ଡ଼୍ରାଇଭିଂ ଲାଇସେନ୍ସ ରିନ୍ୟୁ କରିବା ପାଇଁ ଆବେଦନକାରୀ ଯେ କୌଣସି ଆରଟିଓରେ ଆବେଦନ କରିପାରିବାର ବ୍ୟବସ୍ଥା ହୋଇଛି ।

ରାଜ୍ୟରେ ଲାଗୁ ହେବ 'ୱାନ୍ ନେସନ୍ ୱାନ ଟ୍ରାନ୍ସପୋର୍ଟ ସଲ୍ୟୁସନ'

ରାଜ୍ୟରେ ଲାଗୁ ହେବ 'ୱାନ୍ ନେସନ୍ ୱାନ ଟ୍ରାନ୍ସପୋର୍ଟ ସଲ୍ୟୁସନ'

  • Share this:
News18 Odia Digital

ଭୁବନେଶ୍ୱର: 'ୱାନ ନେସନ ୱାନ୍ ରାସନ’ ପରି ସାରା ଦେଶରେ ‘ୱାନ୍ ନେସନ୍ ୱାନ ଟ୍ରାନ୍ସପୋର୍ଟ ସଲ୍ୟୁସନ’ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ । ଏହି କ୍ରମରେ ପ୍ରାରମ୍ଭିକ ଭାବେ ନିଜର ଡ଼୍ରାଇଭିଂ ଲାଇସେନ୍ସ ରିନ୍ୟୁ କରିବା ପାଇଁ ଆବେଦନକାରୀ ଯେ କୌଣସି ଆରଟିଓରେ ଆବେଦନ କରିପାରିବାର ବ୍ୟବସ୍ଥା ହୋଇଛି । ଏହା ସହିତ ଗାଡ଼ି ପଞ୍ଜିକରଣ, ପରମିଟ୍ ଓ ଅନ୍ୟ କାର୍ଯ୍ୟକ୍ରମକୁ ମଧ୍ୟ ଏଭଳି ଲାଗୁ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଆସନ୍ତା ଅଗଷ୍ଟରୁ ଏହି ବ୍ୟବସ୍ଥାକୁ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଥିବା ବେଳେ ରାଜ୍ୟ ପରିବହନ ବିଭାଗ ମଧ୍ୟ ପର୍ଯ୍ୟାୟ କ୍ରମେ ଏହାକୁ ସଫଳ କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।

କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ସାରା ଦେଶରେ ‘ୱାନ୍ ନେସନ ୱାନ୍ ଟ୍ରାନ୍ସପୋର୍ଟ ସଲ୍ୟୁସନ’ ବ୍ୟବସ୍ଥା ଲାଗୁ ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଏହି କ୍ରମରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏହି ବ୍ୟବସ୍ଥାକୁ ଲାଗୁ କରାଯାଇଛି । ଏହା ସହିତ ଖୁବ୍‌ ଶୀଘ୍ର ଟ୍ରାନ୍ସପୋର୍ଟ ସମ୍ପର୍କୀତ ଅନ୍ୟାନ୍ୟ ନିୟମିତ କାର୍ଯ୍ୟ ରାଜ୍ୟ ତଥା ରାଜ୍ୟ ବାହାରେ ଆବେଦନ କରାଯାଇପାରିବ ବୋଲି କୁହାଯାଇଛି ।

ସଡ଼କ ସୁରକ୍ଷା ପାର୍ଲାମେଣ୍ଟାରୀ କମିଟିର ସଦସ୍ୟ ଦିଲୀପ ପଣ୍ଡାଙ୍କ ସୂଚନା ଅନୁସାରେ, କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ସାରା ଦେଶରେ ଲାଗୁ କରିବାକୁ ଯାଉଛି ଏହି ଏକକ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ହୋଇଛି। ଏହି ବ୍ୟବସ୍ଥା ଅନୁସାରେ ଡ଼୍ରାଇଭିଂ ଲାଇସେନ୍ସ ରିନ୍ୟୁ, ପରମିଟ୍‌, ଅପଗ୍ରେଡ଼େସନ ଆଦି କାର୍ଯ୍ୟକ୍ରମ ପାଇଁ ଦେଶର ଯେ କୌଣସି ଆରଟିଓରେ ଆବେଦନ କରିହେବ। ଏଥିପାଇଁ ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ସବୁ ପ୍ରାରମ୍ଭିକ କାର୍ଯ୍ୟ ସାରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ବିଭାଗ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ପରିବହନ ବିଭାଗ ମଧ୍ୟ ପର୍ଯ୍ୟାୟକ୍ରମେ ଏହାର ପ୍ରସ୍ତୁତି ଆରମ୍ଭ କରିଛି ।

ଡ଼୍ରାଇଭିଂ ଲାଇସେନ୍ସ ରିନ୍ୟୁ ସହିତ ଗାଡ଼ି ରେଜିଷ୍ଟ୍ରେସନ, ପରମିଟ୍ ଓ ଅନ୍ୟାନ୍ୟ କାର୍ଯ୍ୟକୁ ରାଜ୍ୟର ଯେ କୌଣସି ସ୍ଥାନରେ ଆବେଦନ ପାଇଁ ବ୍ୟବସ୍ଥା ହୋଇଛି । ଲୋକଙ୍କ ସୁବିଧା ପାଇଁ ଏଭଳି ବ୍ୟବସ୍ଥାକୁ କେନ୍ଦ୍ର ସରକାର ଗୁରୁ୍‌ତ୍ୱ ଦେଇଥିବା ବେଳେ ରାଜ୍ୟ ପରିବହନ ବିଭାଗ ମଧ୍ୟ ଏଥିରେ ଆନ୍ତରିକତାର ସହ ସହଯୋଗ କରୁଥିବା କୁହାଯାଇଛି ବୋଲି ସେ କହିଛନ୍ତି।

କେବଳ ଏହି ନିର୍ଦ୍ଧିଷ୍ଟ ଆବେଦନ ଭିତରେ ସୀମିତ ନାହିଁ କେନ୍ଦ୍ର ପରିବହନ ବିଭାଗର ନୂଆ ଉଦ୍ୟମ । ସାରା ଦେଶରେ ଯେଭଳି ବିନା ବାଧାରେ ବିଭିନ୍ନ ଗାଡ଼ି ଚଳାଚଳ କରି ପାରିବ ସେଥିପାଇଁ ଆରମ୍ଭ ହୋଇଛି ଏକକ ଗାଡ଼ି ପଞ୍ଜୀକରଣ ବ୍ୟବସ୍ଥା । ଏହି ବ୍ୟବସ୍ଥା ଅନୁସାରେ ମୂଳ ରାଜ୍ୟ ସହିତ ଦେଶର ଯେ କୌଣସି ସ୍ଥାନରେ ବ୍ୟବସାୟିକ ଉଦ୍ଦେଶ୍ୟରେ ଚଳାଚଳ କରୁଥିବା ଗାଡ଼ି ଜାତୀୟ ନମ୍ବର ପଞ୍ଜୀକରଣ କରିପାରିବେ । ତେବେ ଏହି ନମ୍ବରର ସିରିଜ୍ ବିଏଚରୁ ଆରମ୍ଭ ହେବ । ଅର୍ଥାତ୍ ଯେଉଁବର୍ଷ କିଣାଯାଇଥିବ ଗାଡ଼ି ସେହି ବର୍ଷର ଶେଷ ଦୁଇ ସଂଖ୍ୟା ସହ ବିଏଚ ଲେଖାଯିବ । ଏହାସହିତ ରହିବ ଗାଡ଼ିର ସଂଖ୍ୟା । ସିଧା କହିଲେ ୨୦୨୨ ମସିହାରେ କିଣାଯାଇଥିବା ଗାଡ଼ିର ନମ୍ବର ୨୨ ବିଏଚ୍ ସହିତ ଗାଡ଼ି ନମ୍ବର ଲେଖାଯିବ । ଏଥିପାଇଁ ଗାଡ଼ି ପଞ୍ଜୀକରଣ ସମୟରେ ଦୁଇ ପ୍ରତିଶତ ଅଧିକ ଦେୟ ଦେବାକୁ ପଡ଼ିବ ।

ଆରମ୍ଭରୁ ଏହି ବ୍ୟବସ୍ଥା ସାମୟିକ ଜଟିଳ ଲାଗୁଥିଲେ ବି ଧୀରେ ଧୀରେ ଏଥିରେ ଥିବା ତ୍ରୁଟି ବିଚ୍ୟୁତ ସଜଡ଼ା ଯାଇପାରିବ । ମୋଟ ଉପରେ ଏହା ସମୟ ଉପଯୋଗୀ ବୋଲି ଏକ୍ସପର୍ଟ ସୁବ୍ରତ ନନ୍ଦଙ୍କ ମତ।ବିଭିନ୍ନ ସମୟରେ କେନ୍ଦ୍ରୀୟ ଯୋଜନାକୁ ସଫଳ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଂଶସନୀୟ ଥିବା ବେଳେ ପରିବହନ କ୍ଷେତ୍ରରେ ମଧ୍ୟ ଏହି ନୂଆ ବ୍ୟବସ୍ଥାକୁ ସଫଳ ଲାଗୁ କରିବାରେ ଓଡ଼ିଶା ପ୍ରଥମ ହେବ ବୋଲି ଅନେକଙ୍କ ଆଶା ।
Published by:Soumya Das
First published: