ବିଜେବି କଲେଜରୁ ପୁଣି ଆଉ ଏକ ଅଭିଯୋଗ
News 18 Odia Digital
ଭୁବନେଶ୍ୱର; ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ରାଗିଂ ଜନିତ କାରଣରୁ ଆତ୍ମହତ୍ୟା କରିଥିଲେ । ଏ ଘଟଣାର ସପ୍ତାହେ ନବିତୁଣୁ ପୁଣି ସେହି କଲେଜରୁ ଆସିଲା ଆଉ ଏକ ଅଭିଯୋଗ । ଜଣେ ଛାତ୍ରଙ୍କୁ ନିଜ ସହପାଠୀ ମାଡ଼ ମାରିବା ସହ ବାଇକ ଛଡାଇ ନେଇଯିବା ଅଭିଯୋଗ ଆଣିଛନ୍ତି ଛାତ୍ର ଜଣଙ୍କ । ଏ ସମ୍ପର୍କରେ ବରଗଡ଼ ପୋଲିସ ଷ୍ଟେସନରେ ଏଫଆଇଆର ଦେଇଛନ୍ତି ବିଜେବି କଲେଜର ଯୁକ୍ତ ୨ ବାଣିଜ୍ୟ ପଢୁଥିବା ଛାତ୍ର ଜଣକ ।
ବିଜେବି କଲେଜରେ ଗତ ଶନିବାର ଦିନ ଘଟିଥିବା ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାର ଖୋଳତାଡ କରୁଛି ପୋଲିସ । ରୁଚିକାଙ୍କୁ ନ୍ୟାୟ ଦାବୀରେ ତାଙ୍କ ବାପା, ମାଆ ରାତିଦିନ ଅନଶନ କରୁଛନ୍ତି । ରାଜ୍ୟ ରାଜନୀତିକୁ ମଧ୍ୟ ସରଗରମ କରିଛି ରୁଚିକାଙ୍କ ଆତ୍ମହତ୍ୟା । ମାମଲାର ସତ୍ୟାସତ୍ୟ ସାମ୍ନାକୁ ଆସିନଥିବା ବେଳେ ପୁଣି ଏପରି ଏକ ଅଭିଯୋଗ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପାଠ ପଢ଼ିବାକୁ ଆସୁଥିବା ଛାତ୍ରଛାତ୍ରୀ କାହିଁକି ଏପରି ମନବୃତ୍ତି ରଖୁଛନ୍ତି ସେନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।