ଭୁବନେଶ୍ୱର ସ୍ମାର୍ଟ ସିଟିରେ ପୁଣି କରୋନା ପଜିଟିଭ! ୧୪ ଦିନ ପରେ ଜଣେ ଚିହ୍ନଟ ହେଲେ

ଆକ୍ରାନ୍ତ ରହୁଥିବା ମଧୁସୂଦନ ନଗର ଅଞ୍ଚଳରେ ସାତ ପର୍ଯ୍ୟାୟ ସର୍ଭେ ସରିଛି । ବିଏମସି ସ୍ବାସ୍ଥ୍ୟ କର୍ମୀମାନେ ନିୟମିତ ଭାବେ ଘରକୁ ଘର ବୁଲି ସର୍ଭେ କରୁଛନ୍ତି । ଦୁଇଟି ଟିମ କରି ଏ.ଏନ.ଏମ.ମାନେ ସ୍ୱାସ୍ଥ୍ୟ କରୁଛନ୍ତି ।

ଭୁବନେଶ୍ୱର ସ୍ମାର୍ଟ ସିଟିରେ ପୁଣି କରୋନା ପଜିଟିଭ! ୧୪ ଦିନ ପରେ ଜଣେ ଚିହ୍ନଟ ହେଲେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 29, 2020, 10:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱ: ଚଉଦ ଦିନ ପରେ ପୁଣି ଭୁବନେଶ୍ୱର ମଧୁସୂଦନ ନଗରରେ ଜଣେ ୭୭ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ୪୧ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କୀୟ ହୋଇଥିବାରୁ କ୍ଵରେଣ୍ଟଇନରେ ଥିଲେ । ତାଙ୍କୁ ଏବେ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସେହି ବ୍ୟକ୍ତି ଜଣକ ପ୍ରଥମେ ସରକାରୀ କ୍ଵରେଣ୍ଟାଇନରେ ଓ ପରେ ହୋମ କ୍ଵରେଣ୍ଟାଇନରେ ଥିଲେ । ତାଙ୍କ ରିପୋର୍ଟ ପଜିଟିଭ ଜାଣିବା ପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ୧୪ ଦିନ ପରେ ପୁଣି ସଂକ୍ରମଣ ନେଇ ଲୋକଙ୍କ ମନରେ ଭୟ ଖେଳିଯାଇଛି।

‘‘ଏତେ ଦିନ ଭିତରେ କୌଣସି ପଜିଟିଭ କେସ ଆସି ନ ଥିଲା । ଆମେ ଆଶ୍ୱସ୍ଥ ଥିଲୁ। ରାଜଧାନୀରୁ କରୋନା ଦୂରେଇଗଲା ଭାବିଥିଲୁ । ତେଣୁ ସତର୍କତାର ଆମ କାମଧନ୍ଦା ଆରମ୍ଭ କଲୁ । ହେଲେ ଏବେ ପୁଣି ସଂକ୍ରମଣ କଥା ଶୁଣି ଭୟ ଲାଗୁଚି,’’ କହିଛନ୍ତି ସମାଜସେବୀ ସୁଜିତ ସେନାପତି । ‘‘ଘରୁ ବାହାରିବାକୁ ହେବ, କାମ କରିବାକୁ ହେବ। ହେଲେ ସତର୍କତାର ସହ ରହୁଛୁ। ମାସ୍କ ବ୍ୟବହାର କରିଛୁ, ସାମାଜିକ ଦୂରତ୍ୱ ରଖୁଛୁ । ପୁଣି ଏକ ପଜିଟିଭ ଚିହ୍ନଟ ଶୁଣି ଭୟ ଲାଗୁଚି,’’ କହିଛନ୍ତି ଜୟଦେବ ବିହାର ବାସିନ୍ଦା ପ୍ରବୋଧ ମିଶ୍ର।

ସୂଚନା ଅନୁସାରେ ମଧୁସୂଦନ ନଗର ଅଞ୍ଚଳରେ ସାତ ପର୍ଯ୍ୟାୟ ସର୍ଭେ ସରିଛି । ବିଏମସି ସ୍ବାସ୍ଥ୍ୟ କର୍ମୀମାନେ ନିୟମିତ ଭାବେ ଘରକୁ ଘର ବୁଲି ସର୍ଭେ କରୁଛନ୍ତି । ଦୁଇଟି ଟିମ କରି ଏ.ଏନ.ଏମ.ମାନେ ସ୍ୱାସ୍ଥ୍ୟ ସର୍ଭେ କରୁଛନ୍ତି ।

‘‘ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କ ବୟସ, ଟ୍ରାଭେଲ ହିଷ୍ଟ୍ରି, ସ୍ୱାସ୍ଥ୍ୟ ଅବସ୍ଥା, ଥଣ୍ଡା ଜ୍ୱର ବିଷୟରେ ତଥ୍ୟ ସଂଗ୍ରହ କରୁଛୁ । ୧୧୯ ନମ୍ବର ପଜିଟିଭଙ୍କ ଘରକୁ ମଧ୍ୟ ଯାଇଛୁ । ହେଲେ ହୋମ କ୍ଵରେଣ୍ଟାଇନରେ ଥିବାରୁ କେହି ସଦସ୍ୟ ବାହାରକୁ ବହାରନ୍ତିନି,’’ କହିଛନ୍ତି ଏଏନଏମ ସୌଦାମିନୀ ମହାନ୍ତି।

ଏବେ ପଜିଟିଭ୍‌ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ହୋମ କ୍ଵରେଣ୍ଟଇନରେ ଥିବାରୁ ସଂକ୍ରମଣର ଆଶଙ୍କା ବିଶେଷ ନାହିଁ । ଏଥି ସହ କୋହଳ ହୋଇଥିବା କଟକଣା ଉପରେ ଏହାର କିଛି ପ୍ରଭାବ ପଡିବନି ବୋଲି କହିଛନ୍ତି ବିଏମସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ । ୧୪ ଦିନ ହେଲା କୌଣସି ପଜିଟିଭ କେସ ଆସିନଥିବାରୁ ବୁଧବାର ଠାରୁ ସମସ୍ତ ଦୋକାନ ଖୋଲିବାକୁ ଅନୁମତି ଦେଇଛି ବିଏମସି ।

ପ୍ରଥମ ୬୦ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୪୬ ଜଣ କେବଳ ଭୁବନେଶ୍ୱରର ଥିଲେ । ଏହା ପର ଠାରୁ ରାଜଧାନୀରେ ଆଉ ସଂକ୍ରମଣ ଆସି ନ ଥିଲା । ସଂକ୍ରମଣ ବ୍ୟାପିବା ପରିବର୍ତ୍ତେ ପଜିଟିଭ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଥିଲେ । ସହରରେ ଥିବା କଣ୍ଟେନମେଣ୍ଟ ଜୋନ ମଧ୍ୟ ଉଠି ଯାଇଛି। ପ୍ରଶାସନର କଡା ପଦକ୍ଷେପ ଓ ଜନ ସଚେତନତା ପାଇଁ ସଂକ୍ରମଣ ରୋକାଯାଇପାରିଥିଲା । ହେଲେ ଏବେ ପୁଣି ଏକ ପଜିଟିଭ କେସ ଆସିବା ପରେ ସତର୍କତା ଆହୁରି ବଢିଯାଇଛି । ଜନସଚେତନତା ବି ଆହୁରି ଜରୁରୀ ହୋଇପଡିଛି ।
First published: April 29, 2020, 10:08 PM IST
corona virus btn
corona virus btn
Loading