କିଡନୀ ଦଲାଲ ହିମାଂଶୁ ନନ୍ଦଙ୍କ ନାଁରେ ରୁଜୁ ହେଲା ଆଉ ଏକ ଠକେଇ ମାମଲା; ରିମାଣ୍ଡରେ ଆସିବେ
ନିଜ ଶରୀରରେ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଇବା ପାଇଁ ସବୁ ପ୍ରକାର ଟେଷ୍ଟ ସରିବା ପରେ ଅପରେସନ ଦିନ ହସପିଟାଲକୁ ଯାଇ କିଡନୀ ଡୋନେସନ୍ ସମ୍ପର୍କିତ ସମଗ୍ର କାଗଜପତ୍ର ଜାଲି ବୋଲି ଜାଣିବାକୁ ପାଇଥିଲେ ଅଶୋକ ନାୟକ ।

ଗିରଫ କିଡନୀ ଦଲାଲ ହିମାଂଶୁ ଭୂଷଣ ନନ୍ଦ; (ଡାହାଣ) ତାଙ୍କୁ ଗିରଫ କରିବା ସମୟର ଏକ ଦୃଶ୍ୟ
- News18 Odia
- Last Updated: January 15, 2021, 11:51 PM IST
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କିଡନୀ ଆବଶ୍ୟକ ଥିବା ରୋଗୀମାନଙ୍କୁ କିଡନୀ ଯୋଗାଇବା ନାଁରେ ଲକ୍ଷାଧିକ ଟଙ୍କା ଠକି ଗିରଫ ହୋଇଥିବା ହିମାଂଶୁ ଭୂଷଣ ନନ୍ଦଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି । ପ୍ରତାପ ଓ ଲିଲିଙ୍କ ଭଳି ଠକାମିର ଶିକାର ହୋଇଥିବା ଅଶୋକ ନାୟକ ଏବେ ମଞ୍ଚେଶ୍ୱର ଥାନାର ଦ୍ବାରସ୍ଥ ହୋଇଛନ୍ତି ।
ନିଜ ପାଇଁ କିଡନୀ ଲୋଡ଼ୁଥିବା ଅଶୋକ ନାୟକ ପ୍ରାୟ ୧୫ଟି କିସ୍ତିରେ ହିମାଂଶୁଙ୍କୁ ୧୮ ଲକ୍ଷ ୫୨ ହଜାର ଟଙ୍କା ଦେଇଥିବା କହିଛନ୍ତି । ଟଙ୍କା ଦେବା ପରେ ଆଜି-କାଲି କହି ସମୟ ଗଡ଼ାଇ ଚାଲିଥିଲା ହିମାଂଶୁ । ଟଙ୍କା ଫେରାଇବା କଥା କହିଲେ ବାହାନା ଦେଖାଉଥିଲା । ତା’ ସହ ମୋ’ର ୨୦୧୯ ନଭେମ୍ବରରେ ପ୍ରଥମ ଦେଖା ହୋଇଥିଲା । କିଡନୀ ଦେବା ପାଇଁ ଜଣେ କଥିତ ଡୋନର ଆଣି ସେ ମୋ’ ସହ ଚିହ୍ନା କରାଇଥିଲା,’’ କହିଛନ୍ତି ନାୟକ ।
ଏହା ବି ପଢ଼ନ୍ତୁ | ରାଞ୍ଚିରେ ଯୁବତୀର ମୁଣ୍ଡକଟା ଉଲଗ୍ନ ଶବ ମିଳିଲା; ଗୁପ୍ତାଙ୍ଗରେ ଗଭୀର କ୍ଷତ; ପୋଲିସ ତଦନ୍ତ ଜାରି; ପୋଲିସ ପୁରସ୍କାର ଘୋଷଣା କଲା

କିଡନୀ ପ୍ରତିରୋପଣ ପାଇଁ ସରକାରୀ ସ୍ତରରେ ନିୟମାବଳୀ ରହିଛି ।
‘‘ଜାନୁୟାରୀ ୨୦୨୦ ସୁଦ୍ଧା କିଡ଼ନୀ ପ୍ରତିରୋପଣ କରିବ ବୋଲି କହି ଟଙ୍କା ନେଇ ଫେରାର ହୋଇଯାଇଛି ଠକ। କିଡ଼ନୀ ପ୍ରତିରୋପଣ ପାଇଁ ହସ୍ପିଟାଲ, ଡାକ୍ତର ଓ ଡୋନର ବି ପ୍ରସ୍ତୁତ ଥିଲେ । ଏଥିରେ ସମସ୍ତଙ୍କ ସଂପୃକ୍ତ ରହିଛି। ନିଜ ଜୀବନ ବଞ୍ଚାଇ ରଖିବା ପାଇଁ କିଡନୀ ଦରକାର, ତେଣୁ ମୁଁ ହିମାଂଶୁଙ୍କ ସହାରା ନେଇଥିଲି। କିନ୍ତୁ ସେ ଏତେ ବଡ଼ ଠକ ବୋଲି ମୁଁ ଜାଣି ନ ଥିଲି,’’ କହିଛନ୍ତି ନାୟକ ।
ଏହା ବି ପଢ଼ନ୍ତୁ | ସରକାରୀ ଚାକିରି: SSC CGLରେ ୬,୦୦୦ରୁ ଅଧିକ ଖାଲି ପଦ ପାଇଁ ବିଜ୍ଞପ୍ତି ବାହାରିଛି; ଆବେଦନ କରନ୍ତୁ
ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ରାଜଧାନୀରେ ଦୀର୍ଘ ଦିନ ହେବ ସକ୍ରିୟ ଥିଲା ଏହି କିଡ଼ିନୀ ରାକେଟ । ଭୁବନେଶ୍ୱର ତଥା ଭୁବନେଶ୍ୱର ବାହାରୁ ଆସିଥିବା ଲୋକଙ୍କୁ କରାଯାଉଥିଲା ମୋହରା । କିଡ଼ନୀ ଆବଶ୍ୟକ ଥିବା ଲୋକଙ୍କୁ ଜାଲରେ ଫସାଇ ଏମାନେ ଲୁଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । ଆଉ ଟଙ୍କା ନେବାପରେ ମାରୁଥିଲେ ଚମ୍ପଟ । ନା ଫୋନ ଉଠାଉଥିଲେ ନା କିଡ଼ନୀ ଯୋଗାଉଥିଲେ। ଏହାକୁ ନେଇ ନୟାପଲ୍ଲୀ ଓ ଲଷ୍ମୀସାଗର ଥାନାରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ।
ଏହା ବି ପଢ଼ନ୍ତୁ | ସଲମାନ୍ ଖାନଙ୍କ ‘ଅଖତର ଚାଚା’ ଠେଲା ଲଗେଇ ଦରିଦ୍ର ଜୀବନ କାଟୁଛନ୍ତି; ମନରେ ଏହି ଆଶା ରହିଛି
ଗତ ୧୨ ତାରିଖରେ ନୟାପଲ୍ଲୀରେ ୫ ଲକ୍ଷ ୫୦ ହଜାର ଟଙ୍କା ଓ ଲକ୍ଷ୍ମୀସାଗର ଥାନାରେ ୩ ଲକ୍ଷ ୧୯ ହଜାର ଟଙ୍କା ଠକେଇ ଅଭିଯୋଗ ହେବା ପରେ ପୋଲିସ ଗିରଫ କରିଥିଲା ହିମାଂଶୁ ଭୂଷଣ ନନ୍ଦଙ୍କୁ। ଏବେ ନନ୍ଦ ଜେଲରେ ଥିବା ବେଳେ ତାଙ୍କ ନାମରେ ମଞ୍ଚେଶ୍ୱର ଥାନାରେ ପୁଣି ୧୮ ଲକ୍ଷ ୫୨ ହଜାର ଟଙ୍କାର ଅଭିଯୋଗ ହୋଇଛି।
ଏହା ବି ପଢ଼ନ୍ତୁ | ଶାଳୀ ସହ ସମ୍ପର୍କ ରଖିବାକୁ ଚାହୁଁଥିଲା; ତା’ ବିବାହ ଠିକ୍ ହେବାରୁ ମୁହଁରେ ଏସିଡ୍ ପକେଇଦେଲା
‘‘ଅଭିଯୁକ୍ତ ହିମାଂଶୁ ନନ୍ଦ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମାର୍କେଟିଙ୍ଗ ବିଭାଗରେ କାମ କରୁଥିଲେ । ତା’ ପରେ ସେ ଏହି ରାକେଟରେ ସାମିଲ୍ ହୋଇଗଲେ । ତାଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରା ଉଚରା କରାଯିବା ପରେ କିଡ଼ନୀ ବିକ୍ରି ରାକେଟର ଗୁମର ଖୋଲିବ । ଅନ୍ୟ କେହି ଠକାମୀର ଶୀକାର ହୋଇଥିଲେ ଥାନାରେ ଅଭିଯୋଗ କରନ୍ତୁ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।
କିଡ଼ନୀ ବିକ୍ରି ରାକେଟ ପଛରେ କିଏ କିଏ ଅଛନ୍ତି ତାହା ଜାଣିବାକୁ ପୋଲିସ ଉଦ୍ୟମ କରୁଛି । ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇ ସାରିଛି କମିଶରେଟ ପୋଲିସ । କିଡନୀ ପ୍ରତିରୋପଣ ପାଇଁ ସରକାରୀ ସ୍ତରରେ ନିୟମାବଳୀ ଥିବା ସତ୍ତ୍ୱେ ଓ ସରକାରଙ୍କ ଅନୁମତି ଦରକାର ହେଉଥିବା ବେଳେ ଠିକମାନଙ୍କ ପ୍ରକିୟା ବିଷୟରେ ଅବଗତ ନ ଥିବାରୁ ଠକାମିର ଶିକାର ହେଉଛନ୍ତି ସାଧାରଣ ଲୋକେ ।