ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜରେ ତେଲେଙ୍ଗା କଟୁରିରେ ୧୦୮ କର୍ମଚାରୀଙ୍କୁ ଆକ୍ରମଣ କଲା ଜଣେ ଦୁର୍ବୃତ୍ତ

ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜରେ ତେଲେଙ୍ଗା କଟୁରିରେ ୧୦୮ କର୍ମଚାରୀଙ୍କୁ ଆକ୍ରମଣ କଲା ଜଣେ ଦୁର୍ବୃତ୍ତ

ଆମେ ରୋଗୀଙ୍କୁ ଛାଡ଼ି ଗାଡ଼ି ଭିତରେ ବସିଥିଲୁ ହଠାତ ମଦ୍ୟପାନ ଅବସ୍ଥାରେ ଯୁବକ ଜଣଙ୍କ ଆସି ଆମକୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କଲା । ଆମେ ଏ ନେଇ ପ୍ରତିବାଦ କରିବାରୁ ତେଲେଙ୍ଗାରେ ଆମକୁ ଆକ୍ରମଣ ଉଦ୍ୟମ ବେଳେ ଆମେ ଦୌଡ଼ି ପଳାଇ ଯାଇଥିଲୁ ବୋଲି ଆକ୍ରମଣର ଶିକାର ହୋଇଥିବା ଆମ୍ବୁଲାନ୍ସ ଷ୍ଟାଫ୍ ଶସିକାନ୍ତ ଦାସ କହିଛନ୍ତି।

ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜରେ ତେଲେଙ୍ଗା କଟୁରିରେ ୧୦୮ କର୍ମଚାରୀଙ୍କୁ ଆକ୍ରମଣ କଲା ଜଣେ ଦୁର୍ବୃତ୍ତ
ତେଲେଙ୍ଗା କଟୁରିରେ ୧୦୮ କର୍ମଚାରୀଙ୍କୁ ଆକ୍ରମଣ କଲା ଜଣେ ଦୁର୍ବୃତ୍ତ
  • News18 Odia
  • Last Updated: September 14, 2021, 2:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ବର: ଜିଲ୍ଲାର ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଦୁର୍ବୃତ୍ତ ତେଲେଙ୍ଗା କଟୁରି ଧରି ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଗୋଡ଼ାଇବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା । ପ୍ରାଣ ବିକଳରେ ଆମ୍ବଲାନ୍ସ ଫାର୍ମାସିଷ୍ଟ ପୋଲିସ ଫାଣ୍ଡି ଆଡ଼କୁ ଦୌଡ଼ିଥିବା ବେଳେ ଆଟେଣ୍ଡାଣ୍ଟ ଜଣକ କୌଶଳ କ୍ରମେ ସେଠାରୁ ଖସି ପଳାଇଥିଲେ। ଏହି ଘଟଣା ପରେ ଡାକ୍ତରଖାନା କର୍ମଚାରୀ ଓ ରୋଗୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳକୁ ଆମ୍ବୁଲାନ୍ସ କର୍ମଚାରୀ ଶଶିକାନ୍ତ ଦାସ ଓ ଆଟେଣ୍ଡାଣ୍ଟ ଦୀପ୍ତି ରଞ୍ଜନ ଉପାଧ୍ୟାୟ ଜଣେ ରୋଗୀଙ୍କୁ ପ୍ରସୂତି ବିଭାଗରେ ଛାଡ଼ି ଆମ୍ବୁଲାନ୍ସରେ ବସିଥିଲେ। ଏହି ସମୟରେ ହଠାତ୍ ଜଣେ ଦୁର୍ବୃତ୍ତ ଆସି ପାକିଂ ବୋର୍ଡକୁ ଫିଙ୍ଗିବା ସହିତ ଗାଳିଗୁଲଜ କରିବା ଆରମ୍ଭ କରିଥିଲା । ସେଠାରେ ଛିଡ଼ା ହୋଇଥିବା ୧୦୮ ଆମ୍ବୁଲାନ୍ସର ଝରକା ଖୋଲିବାକୁ ଚେଷ୍ଟା କରିଥିଲା। ନ ଖୋଲିବାରୁ ଆମ୍ବୁଲାନ୍ସର କାଚକୁ ଭାଙ୍ଗିବା ସହିତ ଗାଡ଼ି ଟାୟାର କାଟିବାକୁ ଚେଷ୍ଟା କରିଥିଲା । ଫାର୍ମାସିଷ୍ଟ ଓ ଆଟେଣ୍ଡାଣ୍ଟ ଏହାକୁ ରୋକିବାକୁ ଚେଷ୍ଟା କରିଥିଲେ । ହେଲେ ଦୁର୍ବୃତ୍ତ ଜଣକ ଫାର୍ମାସିଷ୍ଟଙ୍କୁ ମାଡ଼ ମାରିବା ସହ ଦୁହିଁଙ୍କୁ ଏକ ତେଲେଙ୍ଗା କଟୁରିରେ ମାରିବାକୁ ଗୋଡ଼ାଇଥିଲା । ଜୀବନ ବିକଳରେ ଦୁଇ କର୍ମଚାରୀ ଦୌଡ଼ି ଥିଲେ। ପରେ ଉକ୍ତ ଦୁର୍ବୃତ୍ତ ସେଠାରେ କଟୁରି ଛାଡ଼ି ପଳାଇଥିଲା। ଏ ସମ୍ପର୍କରେ ଫାର୍ମାସିଷ୍ଟ ଦାସ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତ ଜଣକ ଏକ ଘରୋଇ ଆମ୍ବୁଲାନ୍ସର ଚାଳକ ବୋଲି କୁହାଯାଉଛି ।

ବଡ଼ କଥା ହେଲା ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ପରିସର ଏବେ ଅସାମାଜିକଙ୍କ ଆଡ଼ାସ୍ଥଳୀ ପାଲଟିଛି । ଅଧିକାଂଶ ସମୟରେ ଗାଡ଼ି, ସାଇକେଲ, ମୋବାଇଲ ଚୋରି ହେଉଥିବା ବେଳେ ରାତି ହେଲେ ଅସାମାଜିକଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି । ଏଭଳି ଘଟଣାର ବାରମ୍ବାର ଘଟୁଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉନାହିଁ ବୋଲି ଅଭିଯୋଗ ହେଉଛି।

ତେଲେଙ୍ଗା କଟୁରିରେ ୧୦୮ କର୍ମଚାରୀଙ୍କୁ ଆକ୍ରମଣ ମାମଲା


ଆମେ ରୋଗୀଙ୍କୁ ଛାଡ଼ି ଗାଡ଼ି ଭିତରେ ବସିଥିଲୁ ହଠାତ ମଦ୍ୟପାନ ଅବସ୍ଥାରେ ଯୁବକ ଜଣଙ୍କ ଆସି ଆମକୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କଲା । ଆମେ ଏ ନେଇ ପ୍ରତିବାଦ କରିବାରୁ ତେଲେଙ୍ଗାରେ ଆମକୁ ଆକ୍ରମଣ ଉଦ୍ୟମ ବେଳେ ଆମେ ଦୌଡ଼ି ପଳାଇ ଯାଇଥିଲୁ ବୋଲି ଆକ୍ରମଣର ଶିକାର ହୋଇଥିବା ଆମ୍ବୁଲାନ୍ସ ଷ୍ଟାଫ୍ ଶସିକାନ୍ତ ଦାସ କହିଛନ୍ତି।

ଏହି ମାମଲାରେ ବରିଷ୍ଠ ଆଇନଜୀବୀ ବିଜୟ ଦାସ କହିଛନ୍ତି, ‘‘ଏଭଳି ଘଟଣା ପରେ ସମସ୍ତେ ଭାବିବା ଉଚିତ୍ ଆମେ କେତେ ସୁରକ୍ଷିତ । ବାରମ୍ବାର ଏଭଳି ଘଟଣା ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଛିଡ଼ା କରୁଛି । ସନ୍ଧ୍ୟାରେ ସର୍ବ ସମ୍ମୁଖରେ ଏପରି ଘଟାଇବା ନିଶ୍ଚୟ ପୋଲିସ ପ୍ରତି ଅପରାଧୀଙ୍କ ଭୟ ନଥିବା ଜଣା ପଡୁଛି ।"

ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜରେ ଆକ୍ରମଣ


ବାଲେଶ୍ୱର ଜିଲ୍ଲାର ଦିନକୁ ଦିନ ଆଇନ ଶୃଙ୍ଖଳା ବିଗିଡ଼ିବାରେ ଲାଗିଛି । ପୋଲିସ ହେଲେମେଟେ ଚେକିଂ ପାଇଁ ଯେପରି ବ୍ୟସ୍ତ ରହୁଛି ସେହିପରି ଲୋକଙ୍କ ସୁରକ୍ଷା ପ୍ରତି ମଧ୍ୟ ସକ୍ରିୟ ହେବା ଆବଶ୍ୟକତା ରହିଛି । ମେଡିକାଲ ହେଉଛି ଭିଡ଼ ସ୍ଥାନ ବିଭିନ୍ନ ସ୍ଥାନରୁ ଏଠାକୁ ଲୋକେ ଆସୁଛନ୍ତି । ଯଦି ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ ଏଭଳି ଘଟଣା ଘଟିବ ଏହା ସାଙ୍ଘାତିକ ବୋଲି ବାଲେଶ୍ବର ବାସିନ୍ଦା ଗିରିଜା ଦାସ କହିଛନ୍ତି ।
Published by: Lipina Das
First published: September 14, 2021, 2:52 PM IST