ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ବେକରୁ ସୁନା ଚେନ୍ ଲୁଟ୍ ଗ୍ୟାଙ୍ଗର ଜଣେ ସଦସ୍ୟ ଗିରଫ

ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ବେକରୁ ସୁନା ଚେନ୍ ଲୁଟ୍ ଗ୍ୟାଙ୍ଗର ଜଣେ ସଦସ୍ୟକୁ ଗିରଫ କରିବାରେ ଜିଆରପି ଓ ଆରପିଏଫ୍ ଟିମ୍ ମିଳିତ ସଫଳତା। ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଚାଲିଛି ଚଢଉ।

ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ବେକରୁ ସୁନା ଚେନ୍ ଲୁଟ୍ ଗ୍ୟାଙ୍ଗର ଜଣେ ସଦସ୍ୟ ଗିରଫ

ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ବେକରୁ ସୁନା ଚେନ୍ ଲୁଟ୍ ଗ୍ୟାଙ୍ଗର ଜଣେ ସଦସ୍ୟ ଗିରଫ

  • Share this:
News18 Odia Digital

ପୁରୀ: ଚଳନ୍ତା ଟ୍ରେନରେ ନକଲି ଯାତ୍ରୀ ହୋଇ ଅନ୍ୟ ଯାତ୍ରୀଙ୍କ ବେକରୁ ସୁନା ଚେନ ଲୁଟ କରୁଥିବା ଗ୍ୟାଙ୍ଗକୁ ଧରିଛି ଜିଆରପି ଓ ଆରପିଏଫର ମିଳିତ ସ୍କ୍ୱାର୍ଡ। ଲୁଟେରା ଗ୍ୟାଙ୍ଗର ସଦସ୍ୟ ଖଣ୍ଡିଆବନ୍ଧର ୩୦ ବର୍ଷୀୟ ରାକେଶ ମଲ୍ଲିକ ଓରଫ ରାକାକୁ ଗିରଫ କରାଯାଇଛି। ମାମଲାରେ ବାଲି ଉପର ବସ୍ତିରେ ଗୋଧି କାଳିଆକୁ ଖୋଜୁଛି ପୋଲିସ।

ଲୁଟର ଶିକାର ହୋଇଥିବା ଯାତ୍ରୀ କଟକର ବକ୍ସି ବଜାର ବାଲିଘାଟ ରୋଡ୍ ବେପାରୀ ସାହିର ୩୦ ବର୍ଷୀୟ ଶୈଳେଶ ଭଗତଙ୍କ ଅଭିଯୋଗ ଅନୁଯାୟୀ ,"ଗତ ୨୪ ତାରିଖ ରାତିରେ ମୁଁ ବାପାଙ୍କ ସହ କଟକରୁ ମେମୁ ଟ୍ରେନ୍ ଯୋଗେ ପୁରୀ ଆସୁଥିଲି। ସାକ୍ଷୀଗୋପାଳ ଷ୍ଟେସନରୁ ଆମ ସହ ଟ୍ରେନ ଯୋଗେ ଚଢ଼ିଥିଲା ଖଣ୍ଡିଆବନ୍ଧର ୩୦ ବର୍ଷୀୟ ରାକେଶ ମଲ୍ଲିକ ଓରଫ ରାକା। ରାତି ୭.୪୫ରେ ଟ୍ରେନ ଯୋଗେ ପୁରୀ ଷ୍ଟେସନ ନିକଟ ସିଦ୍ଧ ମହାବୀର ରେଳ ଫାଟକ ଠାରେ ପହଞ୍ଚିବା ବେଳେ ଟ୍ରେନର ବେଗ କମିଥିବା ବେଳେ ହଠାତ ମୋ ବେକରୁ ୧୮ ଗ୍ରାମ ଓଜନର ସୁନା ଚେନ ଛିଣ୍ଡାଇ ଦୌଡି ଥିଲା ସେ। ମୋ ବାପା ତାକୁ ଅଟକାଇବା ବେଳେ ତାଙ୍କୁ ଧକ୍କା ଦେଇ ଟ୍ରେନ ତଳକୁ ଡେଇଁ ଖସି ପଳାଇଥିଲା ରାକା। ଆଉ ସିଦ୍ଧମହାବୀର ଫାଟକ ନିକଟରେ ବୁଲେଟର ଅପେକ୍ଷା କରିଥିଲା ତା'ର ସାଙ୍ଗ ଗୋଧି। ଉଭୟ ବୁଲେଟ ଯୋଗେ ସେଠାରୁ ଫେରାର ହୋଇଯାଇଥିଲେ ଦୁହେଁ। ତେବେ ଏମାନେ ଚେନ ଲୁଟେରା ଗ୍ୟାଙ୍ଗ ଓ ପ୍ରତି ଯାତ୍ରୀଙ୍କ ଠାରୁ ଏହି ଢଙ୍ଗରେ ଚେନ ଓ ମୋବାଇଲ ଲୁଟୁନ୍ତି। ଏହି ମାମଲାକୁ ନେଇ ଆମେ ଜିଆରପି ଥାନାରେ ଅଭିଯୋଗ କରିଥିଲୁ।’’

ଜିଆରପି ଥାନା ଅଧିକାରୀ ସନ୍ତୋଷ କୁମାର ବାହିନୀପତିଙ୍କ କହିଛନ୍ତି, "ଆରପିଏଫ ଥାନା ଅଧିକାରୀ ଅପରେଶ ବେହେରା ଓ ମେମୁ ଟ୍ରେନ ବଗିରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲୁ। ଆଉ ଏଥିରୁ ଚିହ୍ନଟ ହୋଇଥିଲା ଲୁଟେରା ହେଉଛି ରାକା। ୩୧ ତାରିଖ ରାତିରେ ରାକାକୁ ମାଳତୀପାଟପୁର ରେଳଷ୍ଟେସନ ନିକଟରୁ ଗିରଫ କରିଥିଲୁ। ଆଉ ଲୁଟରେ ବ୍ୟବହାର ହେଉଥିବା ବୁଲେଟ ଓ ମୋବାଇଲ ଜବତ କରିଥୁଲୁ। ପୁଣି ଜବତ ହୋଇଥିବା ବୁଲେଟଟି ଝାରସୁଗୁଡାରୁ ଚୋରି ହୋଇଥିଲା ବୋଲି ପ୍ରମାଣ ମିଳିଛି। ସେ ନେଇ ଝାରସୁଗୁଡା ପୋଲିସକୁ ଖବର ଦିଆଯାଇଛି। ସେଠାକାର ଏକ ପୋଲିସ ଟିମ ଆସି ପୁରୀ ଏହି ଚୋରି ବୁଲେଟ ସମ୍ପର୍କରେ ତଦନ୍ତ ଆରମ୍ଭ କରିବ। ସେପଟେ ରାକା ସହ ଥିବା ମୁଖ୍ୟ ମାଷ୍ଟରମାଇଣ୍ଡ ରାମଚଣ୍ଡି ସାହି ବାଲିଉପର ବସ୍ତିର ଗୋଧୀ କାଳିଆକୁ ଖୋଜୁଛୁ। ତେବେ ରାକା ବିରୋଧରେ ୧୮ଟି ମାମଲା, ଗୋଧି ବିରୋଧରେ ୨୨ଟି ମାମଲା ବିଭିନ୍ନ ଥାନାରେ ରହିଥିବା ବେଳେ ଚେନ ଲୁଟେରା, ବାଇକ ଚୋରି ସହ ଅନେକ ଅପରାଧିକ ମାମଲା ଏମାନଙ୍କ ନାଁରେ ରହିଛି।

ଚଳନ୍ତା ଟ୍ରେନରେ ଯାତ୍ରୀମାନେ ଷ୍ଟେସନ ପାଖ ହେବା ସମୟରେ ବ୍ୟସ୍ତ ହୋଇ ନିଜ ଲଗେଜ ସଜାଡୁଥିବା ବେଳେ ସେହି ସମୟ ଦେଖି ଏମାନେ ଲୁଟ କରିଥାନ୍ତି। ତେଣୁ ଟ୍ରେନରେ କିଛି ସନ୍ଦିଗ୍ଧ କି ଅପରିଚିତ ଲୋକ ଦେଖିଲେ ତୁରନ୍ତ ରେଳବାଇ ପୋଲିସ ବା ଆରପିଏଫଙ୍କୁ ଖବର ଦିଅନ୍ତୁ ବୋଲି ସଚେତନତା ଜାରି କରିଛି ରେଳ ବିଭାଗ।
Published by:Lipina Das
First published: