ଗୁରୁଙ୍କ ସ୍ମୃତିରେ ଗୁରୁ ଦକ୍ଷିଣା; ଲକ୍ଷେ ଟଙ୍କା ଦାନ କଲେ ଅଧ୍ୟାପିକା ଡକ୍ଟର ସ୍ନେହଲତା ଦାସ

ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଲାଗି ୧ ଲକ୍ଷ ଟଙ୍କା ଦାନ କରିଛନ୍ତି ଅଧ୍ୟାପିକା ଡକ୍ଟର ସ୍ନେହଲତା ଦାସ ।

ଗୁରୁଙ୍କ ସ୍ମୃତିରେ ଗୁରୁ ଦକ୍ଷିଣା; ୧ ଲକ୍ଷ ଟଙ୍କା ଦାନ କଲେ ଅଧ୍ୟାପିକା ଡକ୍ଟର ସ୍ନେହଲତା ଦାସ

ଗୁରୁଙ୍କ ସ୍ମୃତିରେ ଗୁରୁ ଦକ୍ଷିଣା; ୧ ଲକ୍ଷ ଟଙ୍କା ଦାନ କଲେ ଅଧ୍ୟାପିକା ଡକ୍ଟର ସ୍ନେହଲତା ଦାସ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଭିତ୍ତିଭୂମିର ବିକାଶ ଲାଗି ୧ ଲକ୍ଷ ଟଙ୍କା ଦାନ କରିଛନ୍ତି ଅଧ୍ୟାପିକା ଡକ୍ଟର ସ୍ନେହଲତା ଦାସ । ଏହାକୁ ସେ ନିଜ ପ୍ରିୟ ଗୁରୁ ପ୍ରଫେସର ରାଧାକାନ୍ତ ମିଶ୍ରଙ୍କ ସ୍ମୃତିରେ ଗୁରୁ ଦକ୍ଷିଣା ବୋଲି କହିଛନ୍ତି । ଏହି ଅର୍ଥରାଶିରେ ରାଜ୍ୟ ସରକାରଙ୍କ ଦୁଇଗୁଣା ଅନୁଦାନ ମିଶାଇ ରମାଦେବୀ ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗ ପାଇଁ ଏକ ସ୍ମାର୍ଟ ଶ୍ରେଣୀଗୃହ ନିର୍ମାଣ କରାଯିବ । ଯେଉଁ ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରି ସେମାନଙ୍କ ଭବିଷ୍ୟତ ଗଢ଼ି ତୋଳିଛି, ସେହି ଅନୁଷ୍ଠାନ ପ୍ରତି ନିଜର ଅବଦାନ ଦେବା ଏକ ସୌଭାଗ୍ୟର କଥା ।

ପୁରାତନ ଛାତ୍ରଛାତ୍ରୀମାନଙ୍କୁ ପୁଣିଥରେ ନିଜ ପ୍ରିୟ କଲେଜ ଓ ବିଶ୍ଵବିଦ୍ୟାଳୟ ସହ ଯୋଡ଼ି ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ସାମଗ୍ରିକ ବିକାଶରେ ସେମାନଙ୍କୁ ସହଭାଗୀ କରାଇବା ଲାଗି ଏକ ଅଭିନବ ପ୍ଲାଟଫର୍ମ ହେଉଛି ‘ମୋ କଲେଜ’ ଅଭିଯାନ । ଯାହାକି ଅନ୍ୟ ମାନଙ୍କ ପାଇଁ ବିଶେଷ ପ୍ରେରଣା ଯୋଗାଇବାରେ ବିଶେଷ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି ଆକାଶ ଦାସ ନାୟକ । ଏହି ଅଭିଯାନ ସହ ଯୋଡ଼ି ହୋଇଛନ୍ତି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ହିନ୍ଦୀ ସ୍ନାତ୍ତକୋତର ବିଭାଗର ମୁଖ୍ୟ ତଥା ‘ମୋ କଲେଜ’ ଅଭିଯାନର ସଂଯୋଜକ ଡକ୍ଟର ସ୍ନେହଲତା ଦାସ । ତାଙ୍କର ଗୁରୁ ହେଉଛନ୍ତି ସ୍ଵର୍ଗତ ପ୍ରଫେସର ଡକ୍ଟର ରାଧାକାନ୍ତ ମିଶ୍ର । ତାଙ୍କରି ସ୍ମୃତିରେ ‘ମୋ କଲେଜ’ ଅଭିଯାନକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । “ଜଣେ ବିଦ୍ୟାର୍ଥୀର ସଫଳତା ପଛରେ ତା’ର ଶିକ୍ଷକର ମାର୍ଗଦର୍ଶନ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥାଏ । ରମାଦେବୀ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ପ୍ରଫେସର ରାଧାକାନ୍ତ ମିଶ୍ର ମୋତେ ଉପଯୁକ୍ତ ଶିକ୍ଷା ଗ୍ରହଣ ଲାଗି ସବୁ ପ୍ରକାର ସହଯୋଗ ଦେଇଥିଲେ ଏବଂ ଜଣେ ଅଭିଭାବକ ପରି ମୋତେ ବାଟ ଦେଖାଇଥିଲେ । ଡକ୍ଟରେଟ୍ ଉପାଧି ପାଇବାଠାରୁ ଆରମ୍ଭ କରି ନିଜର ପ୍ରଥମ ପୁସ୍ତକ ଲେଖିବା ପର୍ଯ୍ୟନ୍ତ, ସବୁବେଳେ ସେ ମୋତେ ମାର୍ଗଦର୍ଶନ କରାଇ ଆସିଛନ୍ତି । ଜୀବନରେ କିଛି ବଡ଼ କରିବାର ପ୍ରେରଣା ସେ ମୋତେ ଦେଇଥିଲେ। ‘ମୋ କଲେଜ’କୁ ମୋର ଏହି ଆର୍ଥିକ ଅନୁଦାନ ତାଙ୍କ ପ୍ରତି ମୋର ଗୁରୁ ଦକ୍ଷିଣା”, କହିଛନ୍ତି ଡକ୍ଟର ସ୍ନେହଲତା ଦାସ ।

‘ମୋ କଲେଜ’ ଅଭିଯାନ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଏକ ପ୍ରଗତିଶୀଳ ପରିକଳ୍ପନା । ଏହାରି ମାଧ୍ୟମରେ ରାଜ୍ୟର ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନର ଶିକ୍ଷା ଓ ସାମଗ୍ରିକ ପରିବେଶରେ ଉନ୍ନତି ସହ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ଵ ଓ ଜୀବନ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ।
Published by:Soubhagya Mishra
First published: