ପଞ୍ଚାୟତ କାର୍ଯ୍ୟାଳୟ ରକ୍ତରଞ୍ଜିତ; ଦୁବୃର୍ତ୍ତଙ୍କ ଛୁରା ମାଡ଼ରେ ଜଣେ ମୃତ, ଦୁଇ ଗୁରୁତର

ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ହେଲା ରକ୍ତରଞ୍ଜିତ । ଦୁବୃର୍ତ୍ତଙ୍କ ଛୁରା ମାଡ଼ରେ ଜଣେ ମୃତ, ଦୁଇ ଗୁରୁତର । ଆକ୍ରମଣ କରିବାର ଭିଡ଼ିଓ ଭାଇରଲ । ବ୍ରହ୍ମପୁର ଅତିରିକ୍ତ ଏସପି ଓ ଜରଡ଼ା ଥାନା ପୋଲସର ତଦନ୍ତ ଆରମ୍ଭ ।

ପଞ୍ଚାୟତ କାର୍ଯ୍ୟାଳୟ ରକ୍ତରଞ୍ଜିତ; ଦୁବୃର୍ତ୍ତଙ୍କ ଛୁରା ମାଡ଼ରେ ଜଣେ ମୃତ, ଦୁଇ ଗୁରୁତର

ପଞ୍ଚାୟତ କାର୍ଯ୍ୟାଳୟ ରକ୍ତରଞ୍ଜିତ; ଦୁବୃର୍ତ୍ତଙ୍କ ଛୁରା ମାଡ଼ରେ ଜଣେ ମୃତ, ଦୁଇ ଗୁରୁତର

  • News18 Odia
  • Last Updated :
  • Ganjam, India
  • Share this:
News 18 Odia Digital

ବ୍ରହ୍ମପୁର; ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ସାମନ୍ତିଆପଲ୍ଲୀ ପଞ୍ଚାୟତ ସମ୍ମୁଖରେ ଗଡିଲା ମୁଣ୍ଡ । ଜଣେ ଯୁବକକୁ ଛୁରୀ ଆକ୍ରମଣ କରି ବିଭିତ୍ସ ଭାବେ ହତ୍ୟା କରାଯାଇଛି । ଏହା ସହିତ ଦୁବୃର୍ତ୍ତଙ୍କ ଏଭଳି ଆକ୍ରମଣରେ ଅନ୍ୟ ଦୁଇ ଜଣ ଯୁବକ ଆହତ ମଧ୍ୟ ହୋଇଛନ୍ତି । ଆଉ ଏଭଳି ମରଣାନ୍ତକ ଭାବେ ଛୁରୀ ଓ ଅନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହୋଇଛି । ଆଜି ଆମ୍ବଗାଁ ଲୋକଙ୍କୁ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ ପଞ୍ଚାୟତ ତରଫରୁ ରହିଥିଲା । ଏଥିଯୋଗୁଁ ଗାଁର ଅନେକ ଲୋକଙ୍କ ଭିଡ ଲାଗିଥିଲା ପଞ୍ଚାୟତ କାର୍ଯ୍ୟାଳୟରେ । ଏହି ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଛପି ରହିଥିବା ପ୍ରାୟ ୧୦ରୁ ଅଧିକ ଦୁବୃର୍ତ୍ତ ଆସି ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଆମ୍ବଗାଁର ଏମ.ରାମା ରାଓ, ଏମ.କ୍ରିଷ୍ଣା ରାଓ ଓ ଏମ.ଲାଛେୟା ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଓ ସରପଞ୍ଚ ଗୁରୁତରଙ୍କୁ ପାତ୍ରପୁର ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ପାତ୍ରପୁର ମେଡିକାଲରେ ଏମ.ରାମା ରାଓଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ପାତ୍ରପୁର ମେଡିକାଲରୁ ଏମ.କ୍ରିଷ୍ଣା ରାଓ ଓ ଏମ.ଲାଛେୟାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

‘‘ଆଜି ସକାଳେ ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ପାଇଁ ଅପେକ୍ଷା କରିଥିବା ବେଳେ ହଠାତ ୧୦ରୁ ଅଧିକ ଯୁବକ ଆସି ଆକ୍ରମଣ କରିଥିଲେ । ଛୁରୀ, କାତି ଭଳି ଅନେକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ଦୁବୃର୍ତ୍ତ । ଗତ ଚାରି ମାସ ପୂର୍ବରୁ ଏଭଳି ସମାନ ଢଙ୍ଗରେ ଆକ୍ରମଣ କରିଥିଲେ ଦୁବୃର୍ତ୍ତ । ଆଉ ସେହି ସମୟରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା ।  ବର୍ତ୍ତମାନ ବେଲରେ ଆସି ପୁଣି ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ପୂର୍ବରୁ ୨୦୧୫ରେ ହୋଇଥିବା ଆକ୍ରମଣକୁ କେନ୍ଦ୍ରକରି ଏଭଳି ରାଜନୈତିକ ଶତ୍ରୁତା ରଖି ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛନ୍ତି,‘‘ ଆକ୍ରମଣରେ ଆହତ କ୍ରିଷ୍ଣା ରାଓ  ।

‘‘ଆଜି ସାମନ୍ତିଆପଲ୍ଲୀ ପଞ୍ଚାୟତର ଆମ୍ବଗାଁ ଗ୍ରାମବାସୀଙ୍କୁ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ ରହିଥିଲା । ମୃତାହତ ହୋଇଥିବା ଯୁବକମାନେ ଚାଉଳ ନେବା ନିମନ୍ତେ ଅପେକ୍ଷା କରିଥିବା ବେଳେ ଏଭଳି ଦୁବୃର୍ତ୍ତମାନେ ଆକ୍ରମଣ କରିଛନ୍ତି । ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ମେଡିକାଲକୁ ପଠା ଯାଇଥିଲା । ତେବେ ଏମ.ରାମା ରାଓଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି । ଯେହେତୁ ପଞ୍ଚାୟତ ସମ୍ମୁଖରେ ଘଟଣା ଘଟିଛି ତେଣୁ ଏହାକୁ ନେଇ ଜରଡା ଥାନାରେ ଏକ ଲିଖିତ ଅଭିଯୋଗ ଦିଆଯିବ । ପୂର୍ବ ଶତ୍ରୁତା ତଥା ରାଜନୈତିକ ଶତ୍ରୁତାକୁ ନେଇ ଏଭଳି ହତ୍ୟାକାଣ୍ଡ ଓ ଆକ୍ରମଣ ହୋଇଥିବା ସୂଚନା ରହିଛି । ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରାଯାଉ ବୋଲି ଦାବି କରିଛନ୍ତି,‘‘ସାମନ୍ତିଆପଲ୍ଲୀ ସରପଞ୍ଚ ଏମ.ତିରୁପତି ।

‘‘ମୃତାହତ ହୋଇଥିବା ତିନି ଯୁବକ ବିଜେପିର ସମର୍ଥକ ରହିଥିଲେ ସେମାନେ କାହିଁକି ବିଜେପିକୁ ସମର୍ଥନ କରୁଛନ୍ତି ତାହାକୁ ନେଇ ସେମାନଙ୍କ ଉପରେ ରାଗ ରଖିଥିଲେ କିଛି ସ୍ଥାନୀୟ ବିଜେଡ଼ିକୁ ସମର୍ଥନ କରୁଥିବା ଯୁବକ । ଗତ ୨୦୧୫ ମସିହାରେ ଯେଉଁଭଳି ଭାବେ ରାଜନୈତିକ ଶତୃତାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ତାହା ପୁଣି ଆଜି ପଞ୍ଚାୟତ କାର୍ଯ୍ୟାଳୟକ ନିକଟରେ ହୋଇଛି । ତେଣୁ ଏଭଳି କାର୍ଯ୍ୟ କରିଥିବା ଯୁବକମାନଙ୍କୁ ଉଚିତ କାର୍ଯ୍ୟାନୁଷ୍ଠାନ ସହିତ ଗାଁରେ କିଭଳି ଶାନ୍ତିମୟ ପରିବେଶ ସୃଷ୍ଟି ହେବ ସେ ନେଇ ଦୃଷ୍ଟି ଦିଆଯାଉ ବୋଲି ଦାବି କହିଛନ୍ତି,‘‘ ସ୍ଥାନୀୟ ବିଜେପି ନେତ୍ରୀ ମୀନା ଦ୍ୟାନସାମନ୍ତରାୟ ।

‘‘ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜରଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯେହେତୁ ଆକ୍ରମଣ କରିବା ପରେ ଘଟଣାସ୍ଥଳରୁ ଦୁବୃର୍ତ୍ତମାନେ ଫେରାର ହୋଇଯାଇଛନ୍ତି । ତେଣୁ ସେମାନଙ୍କୁ କାବୁ କରିବା ନିମନ୍ତେ ଏକ ଟିମ ଗଠନ କରାଯାଇଛି । ଏହି ଟିମ ଦୁବୃର୍ତ୍ତମାନଙ୍କୁ ଗିରଫ କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରୀ ରଖିଛି । ଏହା ସହିତ ଗାଁରେ କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଉପୁଜେ ସେ ନେଇ ଏକ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି । ଖୁବଶୀଘ୍ର ଦୁବୃର୍ତ୍ତ ମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି,‘‘ ବ୍ରହ୍ମପୁର ଅତିରିକ୍ତ ଏସପି ରମେଶ ସେଠୀ ।
ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଯୁବକଙ୍କୁ ଛୁରୀରେ ଆକ୍ରମଣ କରିବାର ଭିଡ଼ିଓ ଭାଇରଲ ହୋଇଥିବା ବେଳେ ଉକ୍ତ ଭିଡ଼ିଓ ଓ ପରିବାର ଲୋକଙ୍କ ବୟାନକୁ ଭିତ୍ତି କରି ତଦନ୍ତ ଜାରୀ ରଖିଛି ପୋଲିସ । ଅଭିଯୁକ୍ତଙ୍କୁ ଗିରଫ ପରେ ହିଁ ହତ୍ୟାକାଣ୍ଡର କାରଣ କଣ ତାହା ସ୍ପଷ୍ଟ ହୋଇପାରିବ ।
Published by:Soubhagya Mishra
First published: