ପ୍ରାଣ ନେଲା ଟିକ୍‌ ଟକ୍‌: ଜଗତସିଂହପୁରରେ ନଦୀରେ ବୁଡ଼ି ନାବାଳିକା ମୃତ; ୩ ସାଙ୍ଗ ଗୁରୁତର

Jagatsinghpur Drowning Death | ଚାରି ଜଣ ଯାକ ନାବାଳକ ଓ ନାବାଳିକା ଏକା ସାଙ୍ଗରେ ପାଖକୁ ପାଖ ଲାଗି ନଦୀ କୂଳରେ ଠିଆ ହୋଇ ଭିଡିଓ ବନାଉଥିବା ବେଳେ ଜଣକ ଗୋଡ଼ ଖସିଯିବାରୁ ତା’ ସହିତ ବାକି ତିନି ଜଣ ନଦୀକୁ ଖସି ପଡ଼ିଥିଲେ ବୋଲି କୁହାଯାଉଛି ।

ପ୍ରାଣ ନେଲା ଟିକ୍‌ ଟକ୍‌: ଜଗତସିଂହପୁରରେ ନଦୀରେ ବୁଡ଼ି ନାବାଳିକା ମୃତ; ୩ ସାଙ୍ଗ ଗୁରୁତର
ଆହତ ନାବାଳକମାନଙ୍କୁ ଆମ୍ବୁଲାନ୍ସରେ କଟକ ବଡ଼ ହସପିଟାଲକୁ ନିଆଯାଉଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଜଗତସିଂହପୁର: ଟିକ୍‌ ଟକ୍‌ ପୁଣି ଆହୁରି ଏକ ଜୀବନ ନେଇଛି ରାଜ୍ୟରେ । ନଈ କୂଳରେ ଟିକଟକ କରୁଥିବା ବେଳେ ଗୋଡ଼ ଖସିଯିବାରୁ ବୁଡ଼ି ଯାଇ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି ଓ ତାଙ୍କର ତିନି ଜଣ ସାଙ୍ଗ ଗୁରୁତର ଆହତ ହୋଇ ଏବେ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଏହି ଅଘଟଣ ଘଟିଛି ଜଗତସିଂହପୁର (Jagatsinghpur, Odisha) ଜିଲ୍ଲା ବାଲିକୁଦା ପାଖ ମାଛଗାଁଠାରେ । ଗାଁର ତିନି ଜଣ ଝିଅ – ପୂଜାରାଣୀ ନାୟକ, ନୀଲମ ସ୍ବାଇଁ, ଅନୁରାଧା ପରିଡ଼ା ଓ ଜଣେ ନାବାଳକ ଅମରେଶ ପରିଡ଼ା – ଆଜି ଅପରାହ୍ଣ ୪ଟା ବେଳେ ଦେବୀ ନଦୀ (Debi River) କୂଳକୁ ବୁଲିବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । (drowning incident)

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଚାରି ଜଣ ନାବାଳକ ନଦୀ କୂଳରେ ଠିଆ ହୋଇ ମୋବାଇଲ ଫୋନରେ ଟିକ୍‌ଟକ୍‌ କରିବା ପାଇଁ ଫଟୋ ଉଠାଉଥିଲେ ।

‘‘ଅସାବଧାନତା ଯୋଗୁଁ ଚାରି ଜଣ ଯାକ ନଈ ଭିତରକୁ ଖସି ପଡ଼ିଥିଲେ । ଚାରି ଜଣ ଯାକ ଏକା ସାଙ୍ଗରେ ପାଖକୁ ପାଖ ଲାଗି ଠିଆ ହୋଇ ଭିଡିଓ ବନାଉଥିବା ବେଳେ ଜଣକ ଗୋଡ଼ ଖସିଯିବାରୁ ତା’ ସହିତ ବାକି ତିନି ଜଣ ନଦୀକୁ ଖସି ପଡ଼ିଥିଲେ ବୋଲି ସନ୍ଦେହ କରାଯାଉଛି,’’ କହିଛନ୍ତି ଜଣେ ଆହତ ନାବାଳକର ସମ୍ପର୍କୀୟ ।

ଜଣେ ଆହତ ନାବାଳକକୁ ଜଗତସିଂହପୁର ହସପିଟାଲରେ ଭର୍ତ୍ତି କରାଯାଉଛି ।


ନଦୀରେ ବୁଡ଼ି ପୂଜାରାଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହି ତିନି ଜଣଙ୍କ ଭିତରୁ ଭାଇ-ଭଉଣୀ ଅମରେଶ ଓ ଅନୁରାଧାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଦୁହିଁଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଏପ୍ରିଲ୍‌ ମାସରେ ନୟାଗଡ଼ରେ (Nayagarh) ଦଶମ ଶେଣୀ ପରୀକ୍ଷା ଦେଇଥିବା ଛାତ୍ର ପ୍ରେମାନନ୍ଦ ସାହୁ ଟିକ୍‌ ଟକ୍‌ ଭିଡିଓ କରୁଥିବା ବେଳେ ଫ୍ୟାନରୁ ଝୁଲି ମୃତ୍ୟୁ ବରଣ କରିଥିଲା । ଛାତ୍ରଟି ନିଜର ଜଣେ ସମ୍ପର୍କୀୟଙ୍କ ଘରେ ଏହି କାଣ୍ଡ କରିଥିଲା । ସେ ଦୁଇ ଦିନ ହେଲା ତାଙ୍କ ଘରେ ଥିଲା । ସେହି ପରିବାର କହିଛନ୍ତି ଯେ ପୂର୍ବରୁ ମଧ୍ୟ ପ୍ରେମାନନ୍ଦ ବହୁ ବାର ଟିକ ଟକରେ ଖେଳାଖେଳି କରି ଭିଡିଓ ବନାଉଥିଲା ।

ଗଞ୍ଜାମ (Ganjam) ଜିଲ୍ଲାର ଖରୁଜିଆ ଓଭରବ୍ରିଜ (Khajuria Overbridge) ନିକଟରେ ଜାନୁଆରୀ ମାସରେ ଟିକ୍‌ ଟକ୍‌ ନିଶା ଯୋଗୁଁ ଜଣେ ଯୁବକଙ୍କ ପ୍ରାଣ ଯାଇଥିଲା । (Tik Tok death) ଚ଼ଳନ୍ତା ବାଇକରେ ଟିକ୍‌ ଟକ୍‌ ଭିଡିଓ କରିବା ସମୟରେ ଟ୍ରକ୍‌ ସହ ପିଟି ହୋଇଥିଲା ଏହି ଦୁଇ ଯୁବକଙ୍କ ବାଇକ୍‌ । ଫଳରେ ଘଟଣା ସ୍ଥଳରେ ଭିଣୋଇ ଶିବଶଙ୍କର ସାହୁଙ୍କ ମୃତ୍ୟୁ ହୋଇଥିଲା । ଶାଳକ ଶିବ ପାତ୍ର ଗୁରୁତରଭାବେ ଆହତ ହୋଇ ଚିକିତ୍ୟାଧୀନ ଥିଲେ । ଉଭୟ ଯୁବକ ହେଲମେଟ୍‌ ବି ପିନ୍ଧି ନ ଥିଲେ ।

ଏହା ବି ପଢ଼ନ୍ତୁ: 

ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଟିକ୍ ଟକ୍‌ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା

ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 23, 2020, 9:52 PM IST
corona virus btn
corona virus btn
Loading